ଏଇ ଭାରତରେ

ହାତୀ ଓ ମଣିଷ ମଧ୍ୟରେ ଲାଗିରହୁଥିବା ସଂଘର୍ଷକୁ କମ୍‌ କରିବାରେ ପଶ୍ଚିମବଙ୍ଗର ଜଣେ ଶିକ୍ଷକଙ୍କ ଅବଦାନ ନିଶ୍ଚୟ ପ୍ରେରଣାଦାୟକ। ଜଲପାଇଗୁଡ଼ି ଜିଲାର ମାଲ୍‌ବଜାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏସ୍‌.ପି. ପାଣ୍ଡେ ବନ ଅଧିତ୍କାରୀ, ପଞ୍ଚାୟତ ଏବଂ ଚା ବଗିଚାର ମାଲିକମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରୁଛନ୍ତି। ଶିକ୍ଷାଦାନ କରିବା ସହ ବଳକା ସମୟରେ ପାଣ୍ଡେ ଗତ ଦୁଇବର୍ଷ ହେବ ପାଞ୍ଚଟି ହାତୀ କରିଡରରେ ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ଚଳାଇ ହାତୀ-ମଣିଷ ସଂଘର୍ଷ କମ୍‌ କରିପାରିଛନ୍ତି। ଏଥିପାଇଁ ଓ୍ବାଇଲ୍ଡ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ ତାଙ୍କୁ ଗ୍ରୀନ୍‌ କରିଡର ଚାମ୍ପିୟନ ଆଖ୍ୟା ପ୍ରଦାନ କରିଛି। ମେକି ନଦୀ କଡ଼େ କଡ଼େ ପଶ୍ଚିମକୁ ଓ ଭାରତ-ନେପାଳ ସୀମା ଦେଇ ପୂର୍ବକୁ ସଙ୍କେଶ ନଦୀ ଯାଏ ବ୍ୟାପ୍ତ ପଶ୍ଚିମବଙ୍ଗର ନର୍ଦ୍ଦର୍ନ ଏଲିଫ୍ୟାଣ୍ଟ୍‌ ରେଞ୍ଜ୍‌ରେ ପ୍ରାୟ ୫୦୦ ହାତୀ ରହିଛନ୍ତି। ୨୦୦୯ରୁ ୨୦୧୮ ମଧ୍ୟରେ ହାତୀ-ମଣିଷ ଲଢ଼େଇରେ ୧୧୬ ଲୋଙ୍କର ମୃତ୍ୟୁ ଘଟିଥିବାବେଳେ ୨୧୭ ଲୋକ ଆହତ ହୋଇଥିଲେ। ଏହି ସମୟ ମଧ୍ୟରେ ପ୍ରତିବର୍ଷ ହାରାହାରି ୭ ହାତୀଙ୍କର ମୃତ୍ୟୁ ଘଟୁଥିଲା। କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ଏଭଳି ମୃତ୍ୟୁକୁ ସେ ୫୦% କମ୍‌ କରିପାରିଛନ୍ତି। ସେ ସ୍ପୋଆର ନାମକ ଏକ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି। ଏଥିପାଇଁ ପାଣ୍ଡେ ୨୬ଟି ଦଳ ଗଠନ କରିଛନ୍ତି। ପ୍ରତ୍ୟେକ ଦଳରେ ୬ ଜଣ ସ୍ଥାନୀୟ ସ୍ବେଚ୍ଛାସେବୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri