ଏଇ ଭାରତରେ

ବର୍ଜ୍ୟ ବସ୍ତୁର ପୁନଃ ଉପଯୋଗ କରି ପରିବେଶ ରକ୍ଷା କରିବା ସହ କୃଷକମାନଙ୍କୁ ଲାଭ ଦେଉଛନ୍ତି ଆସାମର ସୁମନ ତରଣ। ସେ ଗହମ ନଡ଼ାରୁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ର। ପ୍ଲାଷ୍ଟିକ ଷ୍ଟ୍ର ମାଟିରେ ମିଶିବା ଲାଗି ୨୦୦ ବର୍ଷ ଲାଗୁଥିବାବେଳେ ଏହିି ଷ୍ଟ୍ର ମାତ୍ର ୬ ମାସରେ ମିଶିଯାଉଛି। ବଜାରରେ ଉପଲବ୍ଧ ଧାତବ, ବାଉଁଶ ଓ ପେପର ଷ୍ଟ୍ରର ଦାମଠାରୁ ଏହା ପୂରା ଶସ୍ତା। ଏହାର ମୂଲ୍ୟ ରଖିଛନ୍ତି ୧ ଟଙ୍କା। ଗହମ କାଟି ନେବା ପରେ ବିଲରେ କୃଷକମାନେ ନଡା ପୋଡି ପରିବେଶକୁ ପ୍ରଦୂଷଣ କରିଥାନ୍ତି। ସୁମନ ଏହି ସମସ୍ୟାର ସମାଧାନ କରିବା ଲାଗି ସେମାନଙ୍କଠାରୁ ତାହାକୁ କିଣି ଆଣି ସେଥିରୁ ଷ୍ଟ୍ର ପ୍ରସ୍ତୁତ କରୁଛନ୍ତି। ସୁମନଙ୍କୁ ବର୍ତ୍ତମାନ ବୟସ ୨୮। ସେ କମ୍ପ୍ୟୁଟର ଆପ୍ଲିକେଶନରେ ଡିଗ୍ରୀ କରିଛନ୍ତି। ‘ସେଭେନ ସିଷ୍ଟର କ୍ରାଫ୍ଟ’ ବ୍ରାଣ୍ଡ୍‌ରେ ସେ ଏହି ଷ୍ଟ୍ରକୁ ବିକ୍ରି କରୁଛନ୍ତି। ଏହାକୁ ସେ ୨୦୧୮ରେ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ସେ ବାଉଁଶର ବୋତଲ, ଟୁଥ୍‌ବ୍ରଶ, ମଗ୍‌ ଓ ଅସବାବପତ୍ର ମଧ୍ୟ ତିଆରି କରି ଏହି ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ଏଥିରେ ୧୦୦୦ଡିଜାଇନର ୫୦୦ ଉପତ୍ାଦର ବିକ୍ରି କରୁଛନ୍ତି। ଏଥିପାଇଁ ବିଭିନ୍ନ ଗାଁରେ ୧୩୦୦ ଲୋକଙ୍କୁ ବି ନିଯୁକ୍ତି ଦେଇଛନ୍ତି। ସେ ଆମେରିକା ଓ ଅଷ୍ଟ୍ରେଲିଆରୁ ବେଶି ଅର୍ଡର ପାଉଛନ୍ତି। ଏବେ ୫୦,୦୦୦ ଷ୍ଟ୍ର ବିକ୍ରି କରିସାରିଲେଣି। ସେ ବର୍ଷକୁ ୫ ଟନ୍‌ ଗହମ ନଡା ବର୍ଜ୍ୟକୁ ଉପଯୋଗ କରିବାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri