ଏଇ ଭାରତରେ

ବର୍ଜ୍ୟ ବସ୍ତୁର ପୁନଃ ଉପଯୋଗ କରି ପରିବେଶ ରକ୍ଷା କରିବା ସହ କୃଷକମାନଙ୍କୁ ଲାଭ ଦେଉଛନ୍ତି ଆସାମର ସୁମନ ତରଣ। ସେ ଗହମ ନଡ଼ାରୁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ର। ପ୍ଲାଷ୍ଟିକ ଷ୍ଟ୍ର ମାଟିରେ ମିଶିବା ଲାଗି ୨୦୦ ବର୍ଷ ଲାଗୁଥିବାବେଳେ ଏହିି ଷ୍ଟ୍ର ମାତ୍ର ୬ ମାସରେ ମିଶିଯାଉଛି। ବଜାରରେ ଉପଲବ୍ଧ ଧାତବ, ବାଉଁଶ ଓ ପେପର ଷ୍ଟ୍ରର ଦାମଠାରୁ ଏହା ପୂରା ଶସ୍ତା। ଏହାର ମୂଲ୍ୟ ରଖିଛନ୍ତି ୧ ଟଙ୍କା। ଗହମ କାଟି ନେବା ପରେ ବିଲରେ କୃଷକମାନେ ନଡା ପୋଡି ପରିବେଶକୁ ପ୍ରଦୂଷଣ କରିଥାନ୍ତି। ସୁମନ ଏହି ସମସ୍ୟାର ସମାଧାନ କରିବା ଲାଗି ସେମାନଙ୍କଠାରୁ ତାହାକୁ କିଣି ଆଣି ସେଥିରୁ ଷ୍ଟ୍ର ପ୍ରସ୍ତୁତ କରୁଛନ୍ତି। ସୁମନଙ୍କୁ ବର୍ତ୍ତମାନ ବୟସ ୨୮। ସେ କମ୍ପ୍ୟୁଟର ଆପ୍ଲିକେଶନରେ ଡିଗ୍ରୀ କରିଛନ୍ତି। ‘ସେଭେନ ସିଷ୍ଟର କ୍ରାଫ୍ଟ’ ବ୍ରାଣ୍ଡ୍‌ରେ ସେ ଏହି ଷ୍ଟ୍ରକୁ ବିକ୍ରି କରୁଛନ୍ତି। ଏହାକୁ ସେ ୨୦୧୮ରେ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ସେ ବାଉଁଶର ବୋତଲ, ଟୁଥ୍‌ବ୍ରଶ, ମଗ୍‌ ଓ ଅସବାବପତ୍ର ମଧ୍ୟ ତିଆରି କରି ଏହି ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ଏଥିରେ ୧୦୦୦ଡିଜାଇନର ୫୦୦ ଉପତ୍ାଦର ବିକ୍ରି କରୁଛନ୍ତି। ଏଥିପାଇଁ ବିଭିନ୍ନ ଗାଁରେ ୧୩୦୦ ଲୋକଙ୍କୁ ବି ନିଯୁକ୍ତି ଦେଇଛନ୍ତି। ସେ ଆମେରିକା ଓ ଅଷ୍ଟ୍ରେଲିଆରୁ ବେଶି ଅର୍ଡର ପାଉଛନ୍ତି। ଏବେ ୫୦,୦୦୦ ଷ୍ଟ୍ର ବିକ୍ରି କରିସାରିଲେଣି। ସେ ବର୍ଷକୁ ୫ ଟନ୍‌ ଗହମ ନଡା ବର୍ଜ୍ୟକୁ ଉପଯୋଗ କରିବାର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri