ଏଇ ଭାରତରେ

ଗୋଟିଏ କିସମର ଆମ୍ବକୁ ବଞ୍ଚାଇ ରଖି ଗାଁରେ ଆମ୍ବ ଉତ୍ସବକୁ ଉଜ୍ଜୀବିତ କରିବା ଲାଗି ଦୀର୍ଘ ୧୫ ବର୍ଷ ହେବ ପ୍ରୟାସ ଜାରି ରଖିତ୍ଛନ୍ତି ମହାରାଷ୍ଟ୍ରର କୃଷକ ଶ୍ୟାମାକାନ୍ତ ଥାଙ୍ଗେ। ଅହମଦନଗରର ଟିଖୋଲ ଗାଁ ମୁଣ୍ଡରେ ଥିବା ଗୋଟିଏ ଟିଖିଲିୟା କିସମ ଆମ୍ବ ଗଛରୁ କଲମୀ କରି ଏହାର ଚାଷ ବଢାଇ ପାରିଛନ୍ତି। ଏଭଳି ପ୍ରୟାସ ପଛରେ ଏକ କାରଣ ରହିଛି। ଟିଖିଲିୟା ଆମ୍ବ ଗଛଟି ବ୍ରିଟିଶ ଅମଳର। ଟିଖୋଲ ଗ୍ରାମବାସୀ ଉକ୍ତ ଗଛରୁ ଆମ୍ବ ପାଚିଲେ ତାହାକୁ ତୋଳି ଶଗଡ଼ରେ ରଖି ଗାଁ ଶେଷ ଯାଏ ବାଜା ବଜାଇ ଶୋଭାଯାତ୍ରା କରୁଥିତ୍ଲେ। ଏହି ଆମ୍ବ ୨୦୦ରୁ ୩୦୦ ଗ୍ରାମ ହୋଇଥାଏ। ତୋଳିବା ପରେ ୨୫ ଦିନଯାଏ ତଟକା ରହେ। ଗାଁର ଆମ୍ବ ଉତ୍ସବ ବନ୍ଦ ହେବା ପରେ ଏହାକୁ ପୁଣି ଆରମ୍ଭ କରିବା ଉଦ୍ଦେଶ୍ୟରେ ଥାଙ୍ଗେ ସେହି ପୁରୁୁଣା ଗଛରୁ କଲମୀ କରି ନୂଆଗଛରେ ଫଳାଇବା ପାଇଁ ଦୀର୍ଘ ବର୍ଷ ଧରି ଚେଷ୍ଟା କରି ସଫଳ ହୋଇଛନ୍ତି। ୯୦ ଦଶକରୁ ଫଳିବା ବନ୍ଦ ହେବା ପରେ ଏହି ଆମ୍ବ ପାଇଁ କଲମୀ କରିବା ଆରମ୍ଭ କରିଥିଲେ। କଲମୀକୁ ସ୍ଥାନୀୟ ଅଞ୍ଚଳରେ ଯୋଗାଉଛନ୍ତି। ଏଥିପାଇଁ ଲୋକମାନେ ଆଗୁଆ ଅର୍ଡର ଦେଉଛନ୍ତି ଓ ଥାଙ୍ଗେ ସେମାନଙ୍କୁ କଲମୀ ଚାରା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri