ଏଇ ଭାରତରେ

ଘର ଅଗଣାଠାରୁ ଛାତ, ଯୁଆଡ଼େ ଚାହିଁବ ପରିବା ଓ ଫୁଲ। ଏମିତି ଏକ ଅର୍ବାନ ଗାର୍ଡେନ୍‌ ବା ସହରୀ ବଗିଚା କରିଛନ୍ତି ବିହାର ରାଜ୍ୟ ଔରଙ୍ଗାବାଦର ଗଣେଶ କୁଲ୍‌କର୍ଣ୍ଣି। ପେସାରେ ସେ ଜଣେ ଲାଇବ୍ରେରିଆନ। ସେ ତାଙ୍କ ଘରେ ୪୦୦ କୁଣ୍ଡରେ ଏହି ବଗିଚା କରିଛନ୍ତି। ସେଥିରେ ୨୦୦ ପ୍ରକାର ପରିବା ଫଳାଉଛନ୍ତି। ୮୦୦ ବର୍ଗଫୁଟ ଅଗଣା ଓ ଛାତରେ ୫ ପ୍ରକାର ଲାଉ, ଟମାଟୋ, କଖାରୁ, ପୋଇ, ଲଙ୍କା, ଅଦାଠାରୁ ଆରମ୍ଭ କରି ପିଆଜ, ରସୁଣ, କୋବି ଆଦି ଚାଷ କରିଥାଆନ୍ତି। ପ୍ରତି ୧୫ ଦିନରେ ବିଭିନ୍ନ ପ୍ରକାର ପରିବା ଗଛ ଲଗାନ୍ତି। ବଗିଚାରୁ ଯାହା ପରିବା ମିଳେ, ତାହା ୪ଟି ପରିବାରର ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ ବୋଲି କହନ୍ତି ଗଣେଶ। ସେ ପ୍ରୋ-ବ୍ୟାଗ୍‌ ବ୍ୟତୀତ ସ୍ଥାୟୀ କୁଣ୍ଡ ବ୍ୟବହାର କରୁଛନ୍ତି। ପାଚେରି ଓ ଘର କାନ୍ଥରେ ବି କୁଣ୍ଡ କରିଛନ୍ତି। ନିଜେ ଜିଆଖତ ପ୍ରସ୍ତୁତ କରି ଏଥିରେ ଉପଯୋଗ କରୁଛନ୍ତି। ଅଗଣାରେ ବଗିଚା କରି ପରିବା ଚାଷ ସହ ଲୋକମାନଙ୍କୁ ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ଯୋଡୁଛନ୍ତି। ୧୦ ଗ୍ରୁପ୍‌ରେ ଏବେ ୧,୫୦୦ ଲୋକ ଯୋଡ଼ିହୋଇ ଏଭଳି ବଗିଚା କରିଛନ୍ତି। ଗଣେଶ ମଧ୍ୟ ‘ଗ୍ରୀନ୍‌ ଟ୍ରଷ୍ଟ’ ଏନ୍‌ଜିଓ ଗଠନ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଛନ୍ତି। ସ୍ବେଚ୍ଛାସେବୀଙ୍କ ସହାୟତାରେ ଏବେ ସୁଦ୍ଧା ସେ ବିଭିନ୍ନ କଲେଜ ହତାରେ ୧୫୦୦ ଚାରା ରୋପଣ କରିସାରିଲେଣି। ଏହି ଅଭିଯାନ ଔରଙ୍ଗାବାଦ ବ୍ୟତୀତ ଅନ୍ୟ ସହରକୁ ସମ୍ପ୍ରସାରଣ କରିବାକୁ ଗଣେଶ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri