ଏଇ ଭାରତରେ

ଭାରତର ଉତ୍ତରପୂର୍ବାଞ୍ଚଳରେ ଭୂସ୍ଖଳନ ଜନିତ ଧନ ଜୀବନ ହାନିକୁ ରୋକିବାକୁ ଆଇଆଇଟି(ମଣ୍ଡି)ର ଦୁଇ ଗବେଷକ ଡ. ବରୁଣ ଦତ୍ତ ଏବଂ ଡ.କେ.ଭି.ଉଦୟ ଏକ ଡିଭାଇସ୍‌ ବା ଯନ୍ତ୍ର ବିକାଶ କରିଛନ୍ତି। ଏହାର ଦାମ କମ୍‌ ଓ ଭୂସ୍ଖଳନ ହେବା ପୂର୍ବରୁ ଏହା ସଙ୍କେତ ପ୍ରଦାନ କରିପାରୁଛି। ଏବେ ସୁଦ୍ଧା ଏହି ଦୁଇ ବନ୍ଧୁଙ୍କ ଦ୍ୱାରା ନିର୍ମିତ ୧୩ ଟି ଡିଭାଇସ ହିମାଚଳପ୍ରଦେଶର ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଲଗାଯାଇଛି। ଆସନ୍ତା ଦୁଇ ବର୍ଷରେ ଆଉ ୨୦ଟି ଡିଭାଇସ ସ୍ଥାପନ କରାଯିବା ଲାଗି ମଣ୍ଡି ପ୍ରଶାସନ ସହ ଏକ ଚୁକ୍ତି କରାଯାଇଛି। ତେବେ ଏହାକୁ ନିର୍ମାଣ କରିବା ଲାଗି ଏମାନେ ୭ ଜଣିଆ ଟିମ୍‌ ଗଠନ କରିଛନ୍ତି। ଏଥିତ୍ରେ ଆଇଆଇଟିର ଛାତ୍ର ଓ କର୍ମଚାରୀଙ୍କୁ ସାମିଲ କରିଛନ୍ତି। ସେମାନେ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଗବେଷଣା କରି ଡିଭାଇସ ଲଗାଇବାରେ ସହଯୋଗ କରୁଛନ୍ତି। ଏଥିରେ ଥିବା ସେନ୍‌ସର ପାଗର ସ୍ଥିତି, ବର୍ଷାର ତୀବ୍ରତା ଏବଂ ମାଟି ଓ ପଥରର ଗତିକୁ ନିରୂପଣ କରିପାରୁଛି ଓ ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ସଂଗୃହୀତ ତଥ୍ୟକୁ ସେଣ୍ଟ୍ରାଲ ସିଷ୍ଟମକୁ ପ୍ରେରଣ କରୁଛି। ୨୦୧୮ରେ ଏହି ଦୁଇ ବନ୍ଧୁ ‘ଇଣ୍ଟିଓଟ ସର୍ଭିିସ’ ଷ୍ଟାର୍ଟଅପ୍‌ ଗଠନ କରି ପ୍ରଥମ ଡିଭାଇସ ନିର୍ମାଣ କରିବା ପରେ ତାହାକୁ ଘଡପା ହିଲ୍‌ରେ ଲାଗଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri