ଏଇ ଭାରତରେ

ଦେଶରେ ବାଛବିଚାରର ଶିକାର ହେଉଥିବା ଟ୍ରାନ୍ସ ଓମେନଙ୍କୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦେବା ଲାଗି ଅମଙ୍ଗ ହେଉଥିବାବେଳେ କେରଳରେ ଏମାନେ ଏକ କ୍ୟାଣ୍ଟିନ କରି ଆମତ୍ ନିଯୁକ୍ତିର ବାର୍ତ୍ତା ଦେଇଛନ୍ତି। ୧୦ ଜଣ ଟ୍ରାନ୍ସ ଓମେନ ଲାକ୍କଡରେ ଓରୁମା କ୍ୟାଣ୍ଟିନକୁ ଚଳାଉଛନ୍ତି। ୨୦୧୯ ଡିସେମ୍ବରରେ ସେମାନେ ଏହି କ୍ୟାଣ୍ଟିନ ଆରମ୍ଭ କରିଥିଲେ। କରୋନା ମହାମାରୀ ଯୋଗୁ କ୍ଷତି ସହି ମଧ୍ୟ ଏହାକୁ ଏବେ ଚଳାଉଛନ୍ତି। ସକାଳ ୧୦ଟାରେ ସେମାନେ କାମ ଆରମ୍ଭ କରୁଛନ୍ତି। କ୍ୟାଣ୍ଟିନ ବନ୍ଦ କରୁଛନ୍ତି ସନ୍ଧ୍ୟା ୬ଟାରେ। ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ସ୍ନାକ୍ସ ପ୍ରସ୍ତୁତ କରୁଛନ୍ତି। ସେମାନେ ଏହି କ୍ୟାଣ୍ଟିନକୁ ଓପନ ଷ୍ଟାଇଲ୍‌ରେ ନିର୍ମାଣ କରିଛନ୍ତି, ଯାହା ଫଳରେ ଗ୍ରାହକମାନେ ସେମାନଙ୍କ ଖାଦ୍ୟ ପ୍ରସ୍ତୁତିର ପ୍ରଣାଳୀ ଦେଖିବା ସହ ଖାଦ୍ୟରେ ଯାହା ଉପଯୋଗ କରୁଛନ୍ତି ତାହା ମଧ୍ୟ ଜାଣିପାରୁଛନ୍ତି। ଖାଦ୍ୟ ପାଇଁ ଆବଶ୍ୟକ ମସଲା ଓ ଅନ୍ୟ ଉପକରଣ ବାହାରୁ ନ କିଣି ସେମାନେ ନିଜେ ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ଖାଦ୍ୟର ଚାହିଦା ଭଲ ରହିଛି। ଏହି ୧୦ ଜଣ ଟ୍ରାନ୍ସ ଓମେନ କେରଳ ସରକାରଙ୍କ ଦାରଦ୍ର୍ୟ ଦୂରୀକରଣ ଯୋଜନା କୁଡୁମ୍ବଶ୍ରୀ ଅଧୀନରେ ପ୍ରଶିକ୍ଷଣ ନେଇଛନ୍ତି। କ୍ୟାଣ୍ଟିନ କରିବା ଲାଗି ପାଲାକ୍କଡ ଜିଲା ପ୍ରଶାସନ ସେମାନଙ୍କୁ ଜାଗା ବି ଦେଇଛି। ଏବେ ପ୍ରତିଦିନ ୯,୦୦୦ରୁ ୧୦,୦୦୦ ଟଙ୍କାର ଖାଦ୍ୟ ବିକ୍ରି କରୁଛନ୍ତି ବୋଲି କହିଛନ୍ତି କ୍ୟାଣ୍ଟିନର ମୁଖ୍ୟ ମୀରା।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri