ଏଇ ଭାରତରେ

ବହୁ ସମୟରେ ସଂସ୍କୃତିକୁ ଲୋପ ହେବାକୁ ନ ଦେବା ଲାଗି ଅନେକ ଅଜବ ଅଭିଯାନ ଚଳାଇବା ଦେଖାଯାଏ। ଏହି କ୍ରମରେ ଏବେ ଉଦାମପୁର ଜିଲାରେ ପରିତ୍ୟକ୍ତ ଅବସ୍ଥାରେ ରହିଥିତ୍ବା କୂଅଗୁଡ଼ିକର ପୁନରୁଦ୍ଧାର କରିବାରେ ଲାଗିଛନ୍ତି ଡ. ବିଜୟ ଅତ୍ରି। ଡ. ଅତ୍ରି ହର୍ଟିକଲ୍‌ଚର ବିଭାଗରେ କାମ କରନ୍ତି। ତାଙ୍କ ବୟସ ୩୮। ବିଭାଗୀୟ କାର୍ଯ୍ୟ ମଧ୍ୟରୁ ସମୟ ବାହାର କରି ସେ କୂଅ ଓ ଝରଣାଗୁଡ଼ିକର ପୁନରୁଦ୍ଧାରରେ ଲାଗିଛନ୍ତି। ବିଜୟଙ୍କ ସହ ଜମ୍ମୁ-କଶ୍ମୀରର ଉଦାମପୁର ଜିଲାର ୧୩ ଜଣ ସାମିଲ ହୋଇଛନ୍ତି। ମାର୍ଚ୍ଚ ୨୦୨୧ରେ ‘ବାଉଲି ବଚାଓ ଅଭିଯାନ’ ଆରମ୍ଭ କରି ମାତ୍ର ୪ ମାସ ମଧ୍ୟରେ ସେମାନେ ୬୫ଟି କୂଅର ପୁନରୁଦ୍ଧାର କରିସାରିଲେଣି। ଏହା ସହ ୨୦ଟି ପ୍ରାକୃତିକ ଝରଣା ଉତ୍ସର ପୁନରୁଦ୍ଧାର ଶେଷ କରିଛନ୍ତି। ଡ. ଅତ୍ରି ଓ ତାଙ୍କ ଟିମ୍‌ ଉଦାମପୁର ଜିଲାରେ ୬୭୭ କୂଅ ଚିହ୍ନଟ କରି ଏଗୁଡ଼ିକର ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାକୃତିକ ଜଳଉତ୍ସର ପୁନରୁଦ୍ଧାର ହୋଇପାରିଲେ ବହୁ ଅଞ୍ଚଳରେ ଜଳ ସଙ୍କଟ ଦୂର ହୋଇପାରିବ ବୋଲି କହନ୍ତି ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri