ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ

ଭୁବନେଶ୍ୱର,୯।୭(ବ୍ୟୁରୋ):ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ଲାଇନ ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁବାର ସୂଚନା ଦେଇଛନ୍ତି। ଟିକା ନେବା ପାଇଁ ଯଦିଓ ଅନ୍ୟମାନଙ୍କ ଭଳି ଗର୍ଭବତୀଙ୍କ ନାମ ପଞ୍ଜୀକରଣ ସମାନ, ତଥାପି ସେମାନେ ସାଧାରଣ ଲୋକଙ୍କ ଭଳି ଲମ୍ବା ଧାଡ଼ିରେ ଠିଆ ହୋଇ ଟିକା ପାଇଁ ଅପେକ୍ଷା କରିବେ ନାହିଁ। ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରତୀକ୍ଷା ପ୍ରକୋଷ୍ଠ କରାଯିବ। ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ସେମାନଙ୍କୁ ଚିହ୍ନଟ କରି ଆବଶ୍ୟକ ସୁବିଧା ଯୋଗାଇଦେବେ ବୋଲି ପାଣିଗ୍ରାହୀ କହିଛନ୍ତି।
ଗର୍ଭବତୀମାନେ ଟିକା ନେବା ପରେ ସେମାନଙ୍କଠାରେ ଟିକାର କି ପ୍ରଭାବ ଦେଖାଯାଉଛି, ତାକୁ ଅନୁଧ୍ୟାନ କରିବା ପାଇଁ ଅଧଘଣ୍ଟା ନିରୀକ୍ଷଣରେ ରଖାଯିବ। ଏଥିନିମନ୍ତେ ରାଜ୍ୟବ୍ୟାପୀ ଜିଲାସ୍ତରରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ ଚାଲିଥିବା ଟିକାକରଣ ସମ୍ପର୍କରେ ସୂଚନା ଦେଇ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟରେ ଏବେ ପର୍ଯ୍ୟାପ୍ତ ସଂଖ୍ୟାର କୋଭିଶିଲ୍ଡ ଟିକା ଉପଲବ୍ଧ ନାହିଁ। ଯେତିକି ରହିଛି ତାହା ଆସନ୍ତା ୨ଦିନ ମଧ୍ୟରେ ଶେଷ ହୋଇଯିବ। ବର୍ତ୍ତମାନ ରାଜ୍ୟରେ ୧,୯୦,୩୮୦ ଡୋଜ୍‌ କୋଭିଶିଲ୍ଡ ଟିକା ଏବଂ ୨,୯୮,୮୧୦ କୋଭାକ୍ସିନ ଟିକା ଉପଲବ୍ଧ ରହିଛି। ଭୁବନେଶ୍ୱର ଏବଂ ଗଞ୍ଜାମରେ ଲୋକମାନଙ୍କୁ ଏବେ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ କୋଭିଶିଲ୍ଡ ଟିକା ଦିଆଯାଉଛି। ଆସନ୍ତା ୧୫ସୁଦ୍ଧା ରାଜ୍ୟକୁ ଆଉ ୩,୧୬,୪୭୦ ଡୋଜ୍‌ କୋଭିଶିଲ୍ଡ ଟିକା ମିଳିବାର ଅଛି। ତାହା ଆସିଗଲେ ପୁଣି ପୂର୍ଣ୍ଣ ପର୍ଯ୍ୟାୟରେ ଟିକାକରଣ କରାଯିବ ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ, କଲେଜ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା

ଭୁବନେଶ୍ୱର,୨୯।୫: ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍କୁଲ...

ବନ୍ୟା ଭସାଇନେଲା ଯାଆଁଳ

ଢେଙ୍କାନାଳ ଅଫିସ, ୩୧।୮: ଢେଙ୍କାନାଳ ଜିଲା ଗଁଦିଆ ଅଞ୍ଚଳର ମତ୍ସ୍ୟଚାଷୀଙ୍କୁ ଦୁଃଖ ଦେଇଛି ବ୍ରାହ୍ମଣୀ ବନ୍ୟା। ବଢ଼ିପାଣିରେ ଯାଆଁଳ ଭାସିଯାଇଛନ୍ତି। ସୀମିତ ସମ୍ବଳରେ ମାଛଚାଷ କରି...

ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର,୧୯ା୯(ଭୁବନେଶ୍ୱର): ପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ...

ରାଜସ୍ବ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବ୍ରହ୍ମପୁର ଅଫିସ,୭।୬- ପୋଲସରା ତହସିଲ ପାଣ୍ଡିରିପଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ଲାଗି କିଛି...

ଶିଳ୍ପ କଲେ ୨୫୦ କୋଟି ପର୍ଯ୍ୟନ୍ତ ସହାୟତା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ୨୦୨୬ ସୁଦ୍ଧା ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରାଯିବ। ଏଭଳି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ସ...

ଭାଲୁକାହୁଡ଼ିରେ ବିକାଶ ଅପହଞ୍ଚ

ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଗଠନକୁ ୨୯ ବର୍ଷ ପୂରିଛି। ଇତିମଧ୍ୟରେ ଜିଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୨ ବର୍ଷ ଧରି...

୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ରହିଛି।...

ଟ୍ରେନ୍‌ରେ ଯାତ୍ରୀଙ୍କୁ ଠେଲିଦେବାକୁ କିନ୍ନରଙ୍କ ଉଦ୍ୟମ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନ୍‌ରେ ଟଙ୍କା ମାଗିବାକୁ କିନ୍ନରମାନଙ୍କୁ ବାରଣ କରାଯାଇଛି। ସେମାନେ ଯେପରି ଷ୍ଟେଶନ ନ ମାଡ଼ନ୍ତି ସେଥିଲାଗି ରେଳ ସୁରକ୍ଷା ବଳ...

Advertisement
Archives

Model This Week