ଏଇ ଭାରତରେ

ମହାମାରୀ କରୋନାର ଦ୍ୱିତୀୟ ଲହରରେ ପ୍ରିୟଜନଙ୍କୁ ହରାଇଛନ୍ତି ଅନେକେ। ସେମାନଙ୍କ ମଧ୍ୟରୁ କେତେକ ଦୁଃଖ ସମୟରୁ ନିଜକୁ ବାହାରକୁ ଆଣି କିଛି ଭିନ୍ନ କାର୍ଯ୍ୟ କରି ଉଦାହରଣ ପାଲଟିଛନ୍ତି। ସେଭଳି ଜଣେ ହେଲେ ଚେନ୍ନାଇର ଆର୍‌ ସିଥା ଦେବୀ। ଡାଏଲିସିସ୍‌ ରୋଗୀ ଥିବା ସିଥାଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ସିଥା ତାଙ୍କୁ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଖାଲି ଶଯ୍ୟା ନ ଥିବାରୁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରିବାକୁ ପଡ଼ିଲା। ଦୀର୍ଘ ୪ ଘଣ୍ଟା ପରେ ଶଯ୍ୟା ମିଳିଥିଲେ ହେଁ ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା। ଶେଷରେ ନିଜ ମା’ଙ୍କୁ ହରାଇଥିଲେ ସେ। ଠିକ୍‌ ସମୟରେ ଅମ୍ଳଜାନ ଯୋଗାଣ ହୋଇପାରିଥିଲେ ତାଙ୍କୁ ବଞ୍ଚାଯାଇପାରିଥାନ୍ତା ବୋଲି ସିଥା ଅନୁଭବ କରିଥିଲେ। ତାଙ୍କ ମା’ଙ୍କ ପରିି ଆଉ କେହି ସେଭଳି ସମସ୍ୟାରେ ନ ପଡ଼ନ୍ତୁ ଆଶା ରଖି ମା’ଙ୍କ ସ୍ମୃତିରେ ଅମ୍ଳଜାନ ଯୋଗାଇବାକୁ ସେ ନିଷ୍ପତ୍ତି ନେଇଥିଲେ।
ମେ’ ୬ ରେ ସିଥା ନିଜ ସ୍ବେଚ୍ଛାସେବୀ ସଂସ୍ଥାର ଖାଦ୍ୟ ଯୋଗାଣରେ ବ୍ୟବହୃତ ଏକ ଅଟୋରିକ୍ସାକୁ ଠିକ୍‌ କରିଥିଲେ। ସେଥିରେ ସେ ଏକ ଅମ୍ଳଜାନ ସିଲିଣ୍ଡର ରଖିଥିଲେ। ସେବେଠାରୁ ପ୍ରତିଦିନ ସକାଳ ୭ଟା ବେଳକୁ ତାଙ୍କ ଗାଡ଼ି ରାଜୀବ ଗାନ୍ଧୀ ହସ୍ପିଟାଲ ବାହାରେ ଛିଡ଼ା ହୋଇଥାଏ। ସେ ଦୀର୍ଘ ୧୨ ଘଣ୍ଟା ଧରି ଆବଶ୍ୟକ କରୁଥିବା ରୋଗୀଙ୍କୁ ଅମ୍ଳଜାନ ଯୋଗାଇଥାନ୍ତି। ସହାୟତା ଦେବା ଲାଗି ୨୪ ଘଣ୍ଟା ଧରି ତାଙ୍କ ଫୋନ୍‌ ଅନ୍‌ ରହିଥାଏ। ଜରୁରୀକାଳୀନ ପରିସ୍ଥିତିରେ କେହି ଅମ୍ଳଜାନ ନେଇ ଫୋନ୍‌ କଲେ ତାଙ୍କ ସ୍ବେଚ୍ଛାସେବୀ ଟିମ୍‌ ସେଠାରେ ପହଞ୍ଚି ଗାଡ଼ିରେ ସେମାନଙ୍କୁ ଅମ୍ଳଜାନ ଯୋଗାଇ ଦେଇଥାନ୍ତି। ଇତି ମଧ୍ୟରେ ସେ ୫୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଏହି ସୁବିଧା ଯୋଗାଇବାରେ ସକ୍ଷମ ହୋଇଛନ୍ତି। ଏବେ ସେ ଆଉ ଦୁଇଟି ଅଟୋରିକ୍ସାକୁ ଅମ୍ଳଜାନ ଯୋଗାଣକାରୀ ଯାନରେ ପରିଣତ କରିଛନ୍ତି। ଏହାଛଡ଼ା ସେ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ, ସାନିଟାରୀ ନାପକିନ୍‌ ଡିସ୍‌ପେନସର ସ୍ଥାପନ ଏବଂ କୋଭିଡ ୧୯ରେ ସଂକ୍ରମିତ ଅଜ୍ଞାତ ଶବ ସତ୍କାର ଭଳି କାର୍ଯ୍ୟ କରୁଥିବା ସିଥା କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri