ଏଇ ଭାରତରେ

ଶିକ୍ଷା ସମ୍ପର୍କିତ ୟୁଟ୍ୟୁବ୍‌ ଚ୍ୟାନେଲ ‘କଥଡି’ ମାଧ୍ୟମରେ ଆଦିବାସୀ ପିଲାଙ୍କୁ ଶିକ୍ଷା ଦେବାରେ ଲାଗିଛନ୍ତି ଦୀପକ ଚନ୍ଦ୍ର ଓ ମାୟା ନାଥନ୍‌। ଏହି ଦମ୍ପତି ଆଇଆଇଟି ମାଡ୍ରାସରୁ ଡିଗ୍ରୀ ହାସଲ କରିବା ପରେ ଗତ ଦୁଇବର୍ଷ ହେବ ବିଶ୍ୱଭାରତୀ ବିଦ୍ୟୋଦୟା ଟ୍ରଷ୍ଟ (ଭିବିଭିଟି) ସହ ସାମିଲ ହୋଇ ଏହି କାର୍ଯ୍ୟ କରୁଛନ୍ତି। ଭିବିଭିଟି ତାମିଲନାଡୁ ଗୁଡାଲୁର୍‌ର ଆଦିବାସୀଙ୍କ ପିଲାମାନଙ୍କୁ ମାଗଣାରେ ବିଦ୍ୟୋଦୟା ସ୍କୁଲ ମାଧ୍ୟମରେ ଶିକ୍ଷା ଦେଉଛିି। ଆଇଆଇଟିରୁ ଡିଗ୍ରୀ ହାସଲ କରିବା ପରେ ଦୀପକ ଓ ମାୟା ଟିଚ୍‌ ଫର୍‌ ଇଣ୍ଡିଆ ଫେଲୋଶିପରେ ଚେନ୍ନାଇର ଏକ ସରକାରୀ ସ୍କୁଲରେ ପଢାଇବା ସମୟରେ ଗାଁ ଓ ସହରର ଶିକ୍ଷା ବ୍ୟବସ୍ଥାରେ ଥିବା ପାର୍ଥକ୍ୟକୁ ଜାଣିପାରିଥିଲେ। ଏହାପରେ ସେମାନେ ଗୁଡାଲୁରସ୍ଥିତ ବିଦ୍ୟୋଦୟା ସ୍କୁଲ ସହ ସାମିଲ ହୋଇଥିଲେ। ୧୯୯୬ରେ ଏହି ସ୍କୁଲ ପ୍ରତିଷ୍ଠା ହେବା ପରେ ଆଦିବାସୀ ସମ୍ପ୍ରଦାୟରୁ ୧୫ ଜଣ ଲୋକଙ୍କୁ ପଢାଇବା ଲାଗି ପ୍ରଶିକ୍ଷଣ ଦିଆଯାଇଥିଲା। ଭାଷାଗତ ବାଧକ ଥିବାରୁ ପିଲାମାନେ ଗଣିତ ଓ ବିଜ୍ଞାନ ବୁଝିପାରୁ ନ ଥିଲେ। ଏଣୁ ୨୦୧୯ରେ ଏହି ଦମ୍ପତି କଥଡି ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରି ବିଭିନ୍ନ ପରୀକ୍ଷା ଓ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷା ଦେବା ଆରମ୍ଭ କରିଛନ୍ତି। ଉକ୍ତ ଚ୍ୟାନେଲରେ ୯୦ଟି ଭିଡ଼ିଓ ରହିଛି ଓ ଏହାର ୪୦୦ ସବ୍‌ସ୍କ୍ରାଇବର ରହିଛନ୍ତି। ତାମିଲନାଡୁ ସରକାରଙ୍କ ସିଲାବସ୍‌ ଅନୁଯାୟୀ ଏମାନେ ଶିକ୍ଷା ଦେଉଛନ୍ତି। ଲକ୍‌ଡାଉନରେ ସବୁ ପରିବାରକୁ ସ୍ମାର୍ଟ ଫୋନ୍‌ ଯୋଗାଇଦେବା ସମ୍ଭବ ନ ହେବାରୁ ଏବେ ୭୦ ପ୍ରତିଶତ ପିଲା ଉପକୃତ ହେଉଛନ୍ତି। ଏହି ଦମ୍ପତି ଦଶମରୁ ଦ୍ୱାଦଶ ପିଲାଙ୍କୁ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷା ଦେବା ପାଇଁ ଯୋଜନା କରିଛନ୍ତି। ସ୍କୁଲରେ ତିନୋଟି ଆଦିବାସୀ ସମ୍ପ୍ରଦାୟର ୮୩ ପିଲା ପଢୁଛନ୍ତି। ୫ ଜଣ ଶିକ୍ଷକ ଓ ୩ ଜଣ ସ୍ବେଚ୍ଛାସେବୀ ଶିକ୍ଷକ ମଧ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ପୃଶ୍ୟତାର ଅନ୍ତ କେବେ

ସମାଜ ସମୟକ୍ରମେ ଆଧୁନିକତା ଆଡ଼କୁ ଗତିଶୀଳ ହେଉଛି। କିନ୍ତୁ ଦିନକୁ ଦିନ ଲୋକଙ୍କ ଚିନ୍ତନଶକ୍ତିରେ ଅବନତି ଘଟୁଛି। ବେଶଭୂଷା ପରିଧାନରେ ଆଧୁନିକତାର ଛାପ ଦେଲେ ସୁଦ୍ଧା ଆଚରଣ…

ରକ୍ଷକ ଯେବେ ଭକ୍ଷକ ହୁଅନ୍ତି

ଦେଶ ସ୍ବାଧୀନ ହେବା ପୂର୍ବରୁ ଚାକିରିର ଉପର ପଦବୀରେ ପ୍ରାୟ ଇଂରେଜମାନେ ଥିବାରୁ ତାଙ୍କ ଅଧୀନରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିବିଚ୍ୟୁତି ପାଇଁ କଠୋର ଦଣ୍ଡ ବ୍ୟବସ୍ଥା…

ସହଜରେ ମଦ

କାଚବୋତଲ ପରିବର୍ତ୍ତେ କାଗଜ ପ୍ୟାକେଟରେ ମଦ ବଜାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ନୂଆ ଅବକାରୀ…

ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା…

ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: ଏହି ସମୟରେ ଆରମ୍ଭ ହେବ ପାକତ୍ୟାଗ

କିଛିବର୍ଷ ତଳେ ପ୍ରାଥମିକ ସ୍ତରରେ ପଢାଯାଉଥିବା ସାହିତ୍ୟ ବହିର ଏକ କବିତାର କିୟଦଂଶ ସହିତ ଊଣା ଅଧିକେ ସମସ୍ତେ ପ୍ରାୟତଃ ପରିଚିତ ଥିବେ। ଆଜିର ଆଲୋଚ୍ୟ ପ୍ରସଙ୍ଗ…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri