ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା ଭିତରେ ଆବଦ୍ଧ। କିଏ ଉତ୍ତୀର୍ଣ୍ଣ ହୋଇଯାଉଛି, କିଏ ଉତ୍ତୀର୍ଣ୍ଣ ହେବା ପାଇଁ ସମୟ ନେଉଛି। କିନ୍ତୁ ଜୀବନଚକ୍ରର ପରୀକ୍ଷାରେ ସମସ୍ତେ ଅତିକ୍ରମ କରି ସଫଳତା ପାଉଛନ୍ତି। ଯେଉଁମାନେ ବିଫଳତା ବୋଲି କିଛି ଭାବୁଛନ୍ତି ତାହା ପ୍ରକୃତରେ ଅସଫଳତା ନୁହେଁ,ତାହା ହେଉଛି ଏକ ଆହ୍ବାନଭରା ପରୀକ୍ଷା। ପରୀକ୍ଷାକୁ ନେଇ ପିଲାମାନଙ୍କ ଭିତରେ ଅନେକ ଦ୍ୱନ୍ଦ୍ୱ, ଭୟ ଓ ଚାପ ମଧ୍ୟ ଆସିଥାଏ। ନିଜ ପାଠ୍ୟ ପ୍ରସ୍ତୁତିକୁ ନେଇ ଚାପ, ଅଭିଭାବକଙ୍କ ଚାପ ଆଉ ବିଦ୍ୟାଳୟର ଚାପ ଏ ସବୁ ଭିତରେ ସହପାଠୀଙ୍କ ଏକ ଚାପକୁ ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ମୁଁ ତୁମମାନଙ୍କୁ ସମ୍ପୂର୍ଣ୍ଣ ଚାପମୁକ୍ତ ରହି ଆନନ୍ଦମୟ ପରୀକ୍ଷା ପାଇଁ କିଛି କଥା ବାଣ୍ଟିବାକୁ ଆଜି କଲମ ଧରିଛି। ତୁମେ ସମସ୍ତେ ହେଉଛ ଜୀବନ ପରୀକ୍ଷାର ଜଣେ ଜଣେ ସଫଳ ଓ ଉତ୍ତୀର୍ଣ୍ଣ ତଥା ଉଜ୍ଜ୍ୱଳତମ ତାରକା, ଏହାକୁ କେବେ ଭୁଲିଯାଅ ନାହିଁ। ଚାପମୁକ୍ତ ଜୀବନ ହେଉଛି ପଶୁପକ୍ଷୀଙ୍କର। ଆମ୍ଭେମାନେ ଦିବ୍ୟ ମଣିଷ ଜୀବନ ପାଇଛେ ଚାପକୁ ସହ୍ୟ କରିପାରିବା ପାଇଁ। ତେଣୁ ଜୀବନ ପରୀକ୍ଷାକୁ ଏକ ଆନନ୍ଦମୟ ମୁହୂର୍ତ୍ତ ଓ ଖୁସିର ଉତ୍ତୀର୍ଣ୍ଣ ପାର୍ବଣ ବୋଲି ଗ୍ରହଣ କର।
ସର୍ବପ୍ରଥମେ ଏହାକୁ ଏକ ଆହ୍ବାନଭରା, କଷ୍ଟକର ଏବଂ ଗଣିତ ପାଠ ପରି ଅବୁଝା ମାନସାଙ୍କ ଭାବନା। ତୁମେ ବର୍ଷ ସାରା ଯେଉଁ ବହିପତ୍ରର ଅଙ୍କାବଙ୍କା ଅକ୍ଷର ସହିତ ଓ ଘଟଣା ସହିତ ଜଡ଼ିତ ରହିଛ ତାହା କ’ଣ ତୁମ ପାଇଁ ଅବୁଝା? ଦୁର୍ବୋଧ? ତାହା କ’ଣ ତୁମ ପାଇଁ କେବେ ଆହ୍ବାନ ସୃଷ୍ଟି କରିବ? କାରଣ ଗୋଟିଏ ପାଠପଢ଼ା ବହିର ଅକ୍ଷରଗୁଡ଼ିକ କେବଳ ପରୀକ୍ଷା ପାଇଁ ନୁହେଁ ଏହା ତୁମ ଜୀବନର ଅତି ମୂଲ୍ୟବାନ ଓ ସ୍ମରଣୀୟ ଧାଡ଼ିଗୁଡ଼ିକ। ତେଣୁ ଏ ସବୁକୁ ପରୀକ୍ଷାର ଜିନିଷ ବୋଲି ଆଦୌ ବିଚାର କରନାହିଁ। ତୁମେ ଟିକିଏ ମନେପକାଅ ତ, ନୂଆବର୍ଷ ହେଉ ବା ଦଶହରା, ତୁମ ଜନ୍ମଦିନ ହେଉ ବା ତୁମର କୌଣସି ଘରୋଇ ଉତ୍ସବ, ଏହାକୁ ତୁମେ କେତେ ଖୁସି ଓ ଆନନ୍ଦର ସହିତ ଅପେକ୍ଷା କରିଥାଅ। ଠିକ୍‌ ସେହିପରି ପରୀକ୍ଷା ତୁମର ଏକ ଆନନ୍ଦମୟ ଅବସର। ତାକୁ ଖୁସି ଓ ଆନନ୍ଦର ସହିତ ସ୍ବାଗତ କଲେ ପରୀକ୍ଷା ଓ ତୁମ ଭିତରେ ପ୍ରଭେଦ ରହିବନାହିଁ। ଦ୍ୱିତୀୟରେ ପରୀକ୍ଷା ପୂର୍ବ ସମୟ ଓ ତୁମର ବର୍ଷ ତମାମର ସମୟ ଭିତରେ କୌଣସି ପାର୍ଥକ୍ୟ ରଖନାହିଁ। ତୁମ ସମୟର, ତୁମ ଘର ଘଣ୍ଟାର କଣ୍ଟାଗୁଡ଼ିକ ଯେଉଁପରି ପ୍ରତିଦିନ ଅତିକ୍ରମ କରେ ଠିକ୍‌ ସେହିପରି ତୁମେ ତାହାକୁ ଅତିକ୍ରମ କର ଓ ତା’ ସହିତ ସମୟ ଅତିବାହିତ କର। ଅର୍ଥ ମୁଁ ତୁମକୁ ଟିକେ ବୁଝାଇ ଲେଖୁଛି। ତୁମେ ଯେଉଁ ସମୟରେ ବିଛଣା ଛାଡ଼, ତୁମ ବ୍ରେକଫାଷ୍ଟ ଗ୍ରହଣ କର, ତୁମେ ଶୋଇବାକୁ ଯାଅ, ଯେଉଁ ସମୟରେ ତୁମେ କିଛି ସମୟ ବୁଲାବୁଲି କରିବାକୁ ପସନ୍ଦ କର, ଯେଉଁପରି ଘରର ଲୋକଙ୍କ ସହିତ ସମୟ କାଟ ଠିକ ସେହିପରି ତୁମ ସମୟର ମୁହୂର୍ତ୍ତ ଗୁଡ଼ିକୁ ଅତିବାହିତ କର। ସେହିପରି ବିଚଳିତ, ଅଧୈର୍ଯ୍ୟ, ଭୟ ଓ ଆଶଙ୍କା ଶବ୍ଦକୁ ତୁମ ଡିକ୍ସିନାରୀରୁ କିଛି ଦିନ ପାଇଁ ସେମାନଙ୍କୁ ବନ୍ଧୁ ତାଲିକାରୁ କାଟି ରଖିଦିଅ। ଜୀବନର ପରବର୍ତ୍ତୀ ସମୟରେ ସେମାନଙ୍କୁ ତୁମେ ବନ୍ଧୁ କରିପାର! ଘରୋଇ ଖାଦ୍ୟ, ମାଆଙ୍କ ହାତରନ୍ଧା ଖାଦ୍ୟ ଯାହାକି ସୁଷମ ଓ ସ୍ବାସ୍ଥ୍ୟକର ତାହାକୁ ଗ୍ରହଣ କର। ରାତିରେ ଅତି କମରେ ସାତ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ଏକାଗ୍ରତା ବଢ଼ାଇବା ପାଇଁ କିଛି ସମୟ ବ୍ୟାୟାମ ଓ ଯୋଗ କରନ୍ତୁ। ପୁଣି ପ୍ରତି ବିଷୟ ପଢ଼ିବା ଆରମ୍ଭରେ ତିରିଶ ମିନିଟ ଲେଖାଏ ପୂର୍ବରୁ ପଢ଼ିଥିବା ପାଠକୁ ରିଭିଜନ ଓ ଲେଖିବା ଅଭ୍ୟାସ କରନ୍ତୁ।
ଓସେପା ପକ୍ଷର ଅଭିଭାବକଙ୍କୁ ମଧ୍ୟ କେତେକ ଉପଯୋଗୀ ପରାମର୍ଶ ଦିଆଯାଇଛି। ଘରେ ଅନୁକୂଳ ପରିବେଶ ସୃଷ୍ଟି କରି ପିଲାକୁ ପାଠ ପଢ଼ିବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ପିଲାର ସାମର୍ଥ୍ୟ ଅନୁସାରେ ତା’ଠାରୁ ସେତିକି ଆଶା କରିବା, ପିଲା ସହିତ ଖୋଲାଖୋଲି ଭାବେ ଆଲୋଚନା କରିବା, ଯଦିଓ ପରୀକ୍ଷାକୁ ନେଇ ତାହାର ଚିନ୍ତା ଓ ଭୟ ଦୂର କରାଇ ଆତ୍ମବିଶ୍ୱାସ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଏସବୁ ବାଦ୍‌ ତୁମେ, ଯେଉଁ ପାଠ୍ୟକ୍ରମ ବୁଝି ପାରୁନାହଁ ତୁମ ଶ୍ରେଣୀ ଶିକ୍ଷକ ହୁଅନ୍ତୁ ବା ତୁମ କୋଚିଂ ସହାୟକ ସାର୍‌ଙ୍କ ପରାମର୍ଶ ନିଅ। ହଁ, ପିଲାମାନେ ଗୋଟିଏ ଭଲ କଥା ଟିକିଏ ମନେରଖ। କେହି କେହି କୁହନ୍ତି ପରୀକ୍ଷା ପୂର୍ବରୁ ମୋବାଇଲ ଫୋନ ଆଦୌ ଧରିବ ନାହିଁ। ମୁଁ କିନ୍ତୁ ତୁମମାନଙ୍କୁ ଏପରି ପରାମର୍ଶ ଦେବି ନାହିଁ। ତୁମେ ନିଶ୍ଚିତ ଧୈର୍ଯ୍ୟଶୀଳ ଓ ସଂଯମୀ ତାହା ମୁଁ ଜାଣେ। ତେଣୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ରଖି ତୁମେ କିଛି ସମୟ ମୋବାଇଲ ପାଇଁ ଦେଇପାର। ଏହା ତୁମ ପାଠ୍ୟକ୍ରମ ସହ ମାନସିକତା ପାଇଁ ଜରୁରୀ ମଧ୍ୟ। ଖୋଲା ପବନରେ, କିଛି ଖୋଲା ପରିବେଶରେ ସମୟ କାଟିବାକୁ ପସନ୍ଦ କର। ତେବେ ଗରିଷ୍ଠ ଖାଦ୍ୟ, ଯେହେତୁ ବର୍ତ୍ତମାନ ଶୀତଦିନ ଥଣ୍ଡା ଓ ବାସୀ ଖାଦ୍ୟ ନ ଖାଇବା ଭଲ। କୌଣସି ପ୍ରକାରର ଗୁଜବ ବା ସୋସିଆଲ ମିଡ଼ିଆର ଅପପ୍ରଚାରକୁ ଆଦୌ ଶୁଣ ନାହିଁ। ଚାପରୁ ମୁକ୍ତ ହୋଇ, ତୁମେ ନିତିଦିନ ଯେଉଁ ବହି ଅକ୍ଷରର ବନ୍ଧୁମାନଙ୍କୁ ଆପଣେଇଛ ସେମାନଙ୍କ ଉପରେ ଭରସା, ବିଶ୍ୱାସ ଓ ଆସ୍ଥା ରଖି ତୁମ ଜୀବନର ସବୁଠାରୁ ମୂଲ୍ୟବାନ ଓ ଉପଯୋଗୀ ପରୀକ୍ଷା ବନ୍ଧୁକୁ ସାମ୍ନା କର। ଦେଖିବ ସେ ତୁମ ହାତ କେବେ ଛାଡ଼ିବ ନାହିଁ, ତୁମ ମନକୁ ଊଣା କରିଲାପରି ତୁମକୁ ଅସଫଳର ବିନ୍ଦୁଏ ଭରସା ମଧ୍ୟ କମ କରିବନାହିଁ, ତୁମକୁ ସଫଳତାର ସୂର୍ଯ୍ୟୋଦୟ ଦେଖାଇବା ସହ ଜୀବନକୁ ଆଗେଇ ନେବା ପାଇଁ ବନ୍ଧୁତ୍ୱର ଶ୍ରେଷ୍ଠ ନିଦର୍ଶନ ନିଶ୍ଚିନ୍ତ ସେ ତୁମକୁ ସାଫଲ୍ୟର ବିଜୟ ମାଳା ପିନ୍ଧାଇବ ଏହା ଦୃଢ଼ ନିଶ୍ଚିତ।

ଡ. ସୁରେଶ କୁମାର ନାୟକ
-ଅଧ୍ୟକ୍ଷ, ଏସେଲ୍ସ ପବ୍ଲିକ ସ୍କୁଲ, ସେକ୍ଟର-୯, ସିଡିଏ, କଟକ,
ମୋ : ୯୪୩୭୨୨୫୫୯୨


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri