ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା ଭିତରେ ଆବଦ୍ଧ। କିଏ ଉତ୍ତୀର୍ଣ୍ଣ ହୋଇଯାଉଛି, କିଏ ଉତ୍ତୀର୍ଣ୍ଣ ହେବା ପାଇଁ ସମୟ ନେଉଛି। କିନ୍ତୁ ଜୀବନଚକ୍ରର ପରୀକ୍ଷାରେ ସମସ୍ତେ ଅତିକ୍ରମ କରି ସଫଳତା ପାଉଛନ୍ତି। ଯେଉଁମାନେ ବିଫଳତା ବୋଲି କିଛି ଭାବୁଛନ୍ତି ତାହା ପ୍ରକୃତରେ ଅସଫଳତା ନୁହେଁ,ତାହା ହେଉଛି ଏକ ଆହ୍ବାନଭରା ପରୀକ୍ଷା। ପରୀକ୍ଷାକୁ ନେଇ ପିଲାମାନଙ୍କ ଭିତରେ ଅନେକ ଦ୍ୱନ୍ଦ୍ୱ, ଭୟ ଓ ଚାପ ମଧ୍ୟ ଆସିଥାଏ। ନିଜ ପାଠ୍ୟ ପ୍ରସ୍ତୁତିକୁ ନେଇ ଚାପ, ଅଭିଭାବକଙ୍କ ଚାପ ଆଉ ବିଦ୍ୟାଳୟର ଚାପ ଏ ସବୁ ଭିତରେ ସହପାଠୀଙ୍କ ଏକ ଚାପକୁ ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ମୁଁ ତୁମମାନଙ୍କୁ ସମ୍ପୂର୍ଣ୍ଣ ଚାପମୁକ୍ତ ରହି ଆନନ୍ଦମୟ ପରୀକ୍ଷା ପାଇଁ କିଛି କଥା ବାଣ୍ଟିବାକୁ ଆଜି କଲମ ଧରିଛି। ତୁମେ ସମସ୍ତେ ହେଉଛ ଜୀବନ ପରୀକ୍ଷାର ଜଣେ ଜଣେ ସଫଳ ଓ ଉତ୍ତୀର୍ଣ୍ଣ ତଥା ଉଜ୍ଜ୍ୱଳତମ ତାରକା, ଏହାକୁ କେବେ ଭୁଲିଯାଅ ନାହିଁ। ଚାପମୁକ୍ତ ଜୀବନ ହେଉଛି ପଶୁପକ୍ଷୀଙ୍କର। ଆମ୍ଭେମାନେ ଦିବ୍ୟ ମଣିଷ ଜୀବନ ପାଇଛେ ଚାପକୁ ସହ୍ୟ କରିପାରିବା ପାଇଁ। ତେଣୁ ଜୀବନ ପରୀକ୍ଷାକୁ ଏକ ଆନନ୍ଦମୟ ମୁହୂର୍ତ୍ତ ଓ ଖୁସିର ଉତ୍ତୀର୍ଣ୍ଣ ପାର୍ବଣ ବୋଲି ଗ୍ରହଣ କର।
ସର୍ବପ୍ରଥମେ ଏହାକୁ ଏକ ଆହ୍ବାନଭରା, କଷ୍ଟକର ଏବଂ ଗଣିତ ପାଠ ପରି ଅବୁଝା ମାନସାଙ୍କ ଭାବନା। ତୁମେ ବର୍ଷ ସାରା ଯେଉଁ ବହିପତ୍ରର ଅଙ୍କାବଙ୍କା ଅକ୍ଷର ସହିତ ଓ ଘଟଣା ସହିତ ଜଡ଼ିତ ରହିଛ ତାହା କ’ଣ ତୁମ ପାଇଁ ଅବୁଝା? ଦୁର୍ବୋଧ? ତାହା କ’ଣ ତୁମ ପାଇଁ କେବେ ଆହ୍ବାନ ସୃଷ୍ଟି କରିବ? କାରଣ ଗୋଟିଏ ପାଠପଢ଼ା ବହିର ଅକ୍ଷରଗୁଡ଼ିକ କେବଳ ପରୀକ୍ଷା ପାଇଁ ନୁହେଁ ଏହା ତୁମ ଜୀବନର ଅତି ମୂଲ୍ୟବାନ ଓ ସ୍ମରଣୀୟ ଧାଡ଼ିଗୁଡ଼ିକ। ତେଣୁ ଏ ସବୁକୁ ପରୀକ୍ଷାର ଜିନିଷ ବୋଲି ଆଦୌ ବିଚାର କରନାହିଁ। ତୁମେ ଟିକିଏ ମନେପକାଅ ତ, ନୂଆବର୍ଷ ହେଉ ବା ଦଶହରା, ତୁମ ଜନ୍ମଦିନ ହେଉ ବା ତୁମର କୌଣସି ଘରୋଇ ଉତ୍ସବ, ଏହାକୁ ତୁମେ କେତେ ଖୁସି ଓ ଆନନ୍ଦର ସହିତ ଅପେକ୍ଷା କରିଥାଅ। ଠିକ୍‌ ସେହିପରି ପରୀକ୍ଷା ତୁମର ଏକ ଆନନ୍ଦମୟ ଅବସର। ତାକୁ ଖୁସି ଓ ଆନନ୍ଦର ସହିତ ସ୍ବାଗତ କଲେ ପରୀକ୍ଷା ଓ ତୁମ ଭିତରେ ପ୍ରଭେଦ ରହିବନାହିଁ। ଦ୍ୱିତୀୟରେ ପରୀକ୍ଷା ପୂର୍ବ ସମୟ ଓ ତୁମର ବର୍ଷ ତମାମର ସମୟ ଭିତରେ କୌଣସି ପାର୍ଥକ୍ୟ ରଖନାହିଁ। ତୁମ ସମୟର, ତୁମ ଘର ଘଣ୍ଟାର କଣ୍ଟାଗୁଡ଼ିକ ଯେଉଁପରି ପ୍ରତିଦିନ ଅତିକ୍ରମ କରେ ଠିକ୍‌ ସେହିପରି ତୁମେ ତାହାକୁ ଅତିକ୍ରମ କର ଓ ତା’ ସହିତ ସମୟ ଅତିବାହିତ କର। ଅର୍ଥ ମୁଁ ତୁମକୁ ଟିକେ ବୁଝାଇ ଲେଖୁଛି। ତୁମେ ଯେଉଁ ସମୟରେ ବିଛଣା ଛାଡ଼, ତୁମ ବ୍ରେକଫାଷ୍ଟ ଗ୍ରହଣ କର, ତୁମେ ଶୋଇବାକୁ ଯାଅ, ଯେଉଁ ସମୟରେ ତୁମେ କିଛି ସମୟ ବୁଲାବୁଲି କରିବାକୁ ପସନ୍ଦ କର, ଯେଉଁପରି ଘରର ଲୋକଙ୍କ ସହିତ ସମୟ କାଟ ଠିକ ସେହିପରି ତୁମ ସମୟର ମୁହୂର୍ତ୍ତ ଗୁଡ଼ିକୁ ଅତିବାହିତ କର। ସେହିପରି ବିଚଳିତ, ଅଧୈର୍ଯ୍ୟ, ଭୟ ଓ ଆଶଙ୍କା ଶବ୍ଦକୁ ତୁମ ଡିକ୍ସିନାରୀରୁ କିଛି ଦିନ ପାଇଁ ସେମାନଙ୍କୁ ବନ୍ଧୁ ତାଲିକାରୁ କାଟି ରଖିଦିଅ। ଜୀବନର ପରବର୍ତ୍ତୀ ସମୟରେ ସେମାନଙ୍କୁ ତୁମେ ବନ୍ଧୁ କରିପାର! ଘରୋଇ ଖାଦ୍ୟ, ମାଆଙ୍କ ହାତରନ୍ଧା ଖାଦ୍ୟ ଯାହାକି ସୁଷମ ଓ ସ୍ବାସ୍ଥ୍ୟକର ତାହାକୁ ଗ୍ରହଣ କର। ରାତିରେ ଅତି କମରେ ସାତ ଘଣ୍ଟା ଭଲ ନିଦରେ ଶୁଅନ୍ତୁ। ଏକାଗ୍ରତା ବଢ଼ାଇବା ପାଇଁ କିଛି ସମୟ ବ୍ୟାୟାମ ଓ ଯୋଗ କରନ୍ତୁ। ପୁଣି ପ୍ରତି ବିଷୟ ପଢ଼ିବା ଆରମ୍ଭରେ ତିରିଶ ମିନିଟ ଲେଖାଏ ପୂର୍ବରୁ ପଢ଼ିଥିବା ପାଠକୁ ରିଭିଜନ ଓ ଲେଖିବା ଅଭ୍ୟାସ କରନ୍ତୁ।
ଓସେପା ପକ୍ଷର ଅଭିଭାବକଙ୍କୁ ମଧ୍ୟ କେତେକ ଉପଯୋଗୀ ପରାମର୍ଶ ଦିଆଯାଇଛି। ଘରେ ଅନୁକୂଳ ପରିବେଶ ସୃଷ୍ଟି କରି ପିଲାକୁ ପାଠ ପଢ଼ିବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ପିଲାର ସାମର୍ଥ୍ୟ ଅନୁସାରେ ତା’ଠାରୁ ସେତିକି ଆଶା କରିବା, ପିଲା ସହିତ ଖୋଲାଖୋଲି ଭାବେ ଆଲୋଚନା କରିବା, ଯଦିଓ ପରୀକ୍ଷାକୁ ନେଇ ତାହାର ଚିନ୍ତା ଓ ଭୟ ଦୂର କରାଇ ଆତ୍ମବିଶ୍ୱାସ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଏସବୁ ବାଦ୍‌ ତୁମେ, ଯେଉଁ ପାଠ୍ୟକ୍ରମ ବୁଝି ପାରୁନାହଁ ତୁମ ଶ୍ରେଣୀ ଶିକ୍ଷକ ହୁଅନ୍ତୁ ବା ତୁମ କୋଚିଂ ସହାୟକ ସାର୍‌ଙ୍କ ପରାମର୍ଶ ନିଅ। ହଁ, ପିଲାମାନେ ଗୋଟିଏ ଭଲ କଥା ଟିକିଏ ମନେରଖ। କେହି କେହି କୁହନ୍ତି ପରୀକ୍ଷା ପୂର୍ବରୁ ମୋବାଇଲ ଫୋନ ଆଦୌ ଧରିବ ନାହିଁ। ମୁଁ କିନ୍ତୁ ତୁମମାନଙ୍କୁ ଏପରି ପରାମର୍ଶ ଦେବି ନାହିଁ। ତୁମେ ନିଶ୍ଚିତ ଧୈର୍ଯ୍ୟଶୀଳ ଓ ସଂଯମୀ ତାହା ମୁଁ ଜାଣେ। ତେଣୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ରଖି ତୁମେ କିଛି ସମୟ ମୋବାଇଲ ପାଇଁ ଦେଇପାର। ଏହା ତୁମ ପାଠ୍ୟକ୍ରମ ସହ ମାନସିକତା ପାଇଁ ଜରୁରୀ ମଧ୍ୟ। ଖୋଲା ପବନରେ, କିଛି ଖୋଲା ପରିବେଶରେ ସମୟ କାଟିବାକୁ ପସନ୍ଦ କର। ତେବେ ଗରିଷ୍ଠ ଖାଦ୍ୟ, ଯେହେତୁ ବର୍ତ୍ତମାନ ଶୀତଦିନ ଥଣ୍ଡା ଓ ବାସୀ ଖାଦ୍ୟ ନ ଖାଇବା ଭଲ। କୌଣସି ପ୍ରକାରର ଗୁଜବ ବା ସୋସିଆଲ ମିଡ଼ିଆର ଅପପ୍ରଚାରକୁ ଆଦୌ ଶୁଣ ନାହିଁ। ଚାପରୁ ମୁକ୍ତ ହୋଇ, ତୁମେ ନିତିଦିନ ଯେଉଁ ବହି ଅକ୍ଷରର ବନ୍ଧୁମାନଙ୍କୁ ଆପଣେଇଛ ସେମାନଙ୍କ ଉପରେ ଭରସା, ବିଶ୍ୱାସ ଓ ଆସ୍ଥା ରଖି ତୁମ ଜୀବନର ସବୁଠାରୁ ମୂଲ୍ୟବାନ ଓ ଉପଯୋଗୀ ପରୀକ୍ଷା ବନ୍ଧୁକୁ ସାମ୍ନା କର। ଦେଖିବ ସେ ତୁମ ହାତ କେବେ ଛାଡ଼ିବ ନାହିଁ, ତୁମ ମନକୁ ଊଣା କରିଲାପରି ତୁମକୁ ଅସଫଳର ବିନ୍ଦୁଏ ଭରସା ମଧ୍ୟ କମ କରିବନାହିଁ, ତୁମକୁ ସଫଳତାର ସୂର୍ଯ୍ୟୋଦୟ ଦେଖାଇବା ସହ ଜୀବନକୁ ଆଗେଇ ନେବା ପାଇଁ ବନ୍ଧୁତ୍ୱର ଶ୍ରେଷ୍ଠ ନିଦର୍ଶନ ନିଶ୍ଚିନ୍ତ ସେ ତୁମକୁ ସାଫଲ୍ୟର ବିଜୟ ମାଳା ପିନ୍ଧାଇବ ଏହା ଦୃଢ଼ ନିଶ୍ଚିତ।

ଡ. ସୁରେଶ କୁମାର ନାୟକ
-ଅଧ୍ୟକ୍ଷ, ଏସେଲ୍ସ ପବ୍ଲିକ ସ୍କୁଲ, ସେକ୍ଟର-୯, ସିଡିଏ, କଟକ,
ମୋ : ୯୪୩୭୨୨୫୫୯୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?