ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ ଘୋଷଣାନାମା ୨୧ ଫେବୃଆରୀରେ ଗୃହୀତ ହୋଇଛି। ଆମେରିକା, ବ୍ରିଟେନ୍‌, ଚାଇନା ଓ ଫ୍ରାନ୍ସ ସମେତ ୮୮ ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଙ୍ଗଠନ ଉକ୍ତ ଘୋଷଣାନାମାକୁ ସମର୍ଥନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଆଇର ଗବେଷଣା ଓ ଅଭିନବତ୍ୱର ଅନେକ ସ୍ତରରେ ପୃଥିବୀ ବ୍ୟାପୀ ମୁଖ୍ୟତଃ ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା କରାଯାଉଛି। ଅଧିକାଂଶ ଦେଶର ସରକାର ଏବେ ଏହି ଅଭିନବତ୍ୱଗୁଡ଼ିକୁ ନିୟନ୍ତ୍ରଣ କରିବା ବ୍ୟତୀତ ଅନ୍ୟ କିଛି କରିପାରୁନାହାନ୍ତି। ଏଆଇକୁ ନିୟନ୍ତ୍ରିତ ରଖିବା ଏବେ ଏକ କଷ୍ଟକର କାର୍ଯ୍ୟ ହୋଇପଡ଼ିଛି। ଏଆଇର ଯେତେ ପ୍ରସାର ହେଉଛି ସେଥିପାଇଁ ବିପୁଳ ପରିମାଣର ଜମି, ଅପୂର୍ବ ପରିମାଣର ବିଦ୍ୟୁତ୍‌ଶକ୍ତି ଏବଂ ଅତ୍ୟଧିକ ମାତ୍ରାର ଜଳର ପ୍ରୟୋଜନ ରହୁଛି।
ଏହି ପ୍ରଚ୍ଛଦପଟରେ ନୂଆଦିଲ୍ଲୀରେ ନିକଟରେ ଶେଷ ହୋଇଥିବା ଇମ୍ପାକ୍ଟ ସମିଟ୍‌ ସମ୍ପର୍କରେ ଅନେକ ଆଲୋଚନା କରିବା ଉଚିତ ହେବ। ଏଠାରେ ମନେରଖିବାକୁ ହେବ ଯେ ଭାରତର ଏଆଇ ବ୍ୟବସ୍ଥାର ବିକାଶରେ ଅବଦାନ ଅତ୍ୟନ୍ତ ଗୌଣ। ସେଥିପାଇଁ ହୁଏତ ଅନେକେ ବୁଝିପାରି ନ ଥିବେ ଏଭଳି ସମିଟ୍‌ର ଦିଲ୍ଲୀରେ ଆବଶ୍ୟକତା କ’ଣ ଥିଲା। ଏହିସବୁ ଅନ୍ତର୍ଜାତୀୟ ଏଆଇ କମ୍ପାନୀ ଭାରତକୁ ମାଡ଼ିଆସିବାର କାରଣ ହେଉଛି, ଆମେ ସେମାନଙ୍କର ବିରାଟକାୟ ଡାଟା ସେଣ୍ଟର ସ୍ଥାପନ ପାଇଁ ଜମି, ବିଦ୍ୟୁତ୍‌ ଓ ଜଳ ବିନାଶୁଳ୍କରେ ଉତ୍ସର୍ଗୀକୃତ କରିବା ପାଇଁ ଆଗେଇ ଆସିଛୁ। ଗୋଟିଏ ସାଧାରଣ ଡାଟା ସେଣ୍ଟରକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଯେତିକି ପାଣି ଦରକାର ହୁଏ, ତାହା ୩୦ ହଜାର ନାଗରିକ ବିଶିଷ୍ଟ ସହରର ଜଳ ବ୍ୟବହାର ସମାସ୍କନ୍ଧ। କୁହାଯାଉଛି ଭାରତରେ ୨୦୩୦ ସୁଦ୍ଧା ନିର୍ମିତ ହେବାକୁ ଥିବା ଡାଟା ସେଣ୍ଟର ପରିଚାଳନା ପାଇଁ ପାଣିର ଚାହିଦା ୩୫୦ ବିଲିୟନ ଲିଟର ରହିବ। ଏଭଳି ଡାଟା ସେଣ୍ଟରଗୁଡ଼ିକ ବମ୍ବେ, ଚେନ୍ନାଇ, ହାଇଦ୍ରାବାଦ ଭଳି ସହର ନିକଟସ୍ଥ ଅଞ୍ଚଳରେ ସ୍ଥାପିତ ହେବ। ଏହିସବୁ ସହରଗୁଡ଼ିକ ପାନୀୟ ଜଳାଭାବର ଶିକାର ଏବେ ମଧ୍ୟ ଅଛନ୍ତି।
ଭାରତରେ ଏଆଇର ଅଭିନବତ୍ୱଠାରୁ ଅଧିକ ଗୁରୁତ୍ୱ ଧାରଣ କରୁଛି ଡାଟା ସେଣ୍ଟର ସ୍ଥାପନ। ଏହିସବୁ ଡାଟା ବା ତଥ୍ୟ କେନ୍ଦ୍ର ଅନେକ ଘରୋଇ କମ୍ପାନୀ ଦ୍ୱାରା ପୃଥିବୀବ୍ୟାପୀ ସଂଗୃହୀତ ତଥ୍ୟକୁ ଆଶ୍ରୟ ଦେବ। ତାହାର ଅର୍ଥ ନୁହେଁ, ଯେ ଭାରତ ସରକାର ଏଭଳି ତଥ୍ୟକୁ ବ୍ୟବହାର କରିପାରିବେ। କିନ୍ତୁ ଭାରତର କେତୋଟି ଘରୋଇ କମ୍ପାନୀ ରିଲାଏନ୍ସ, ଆଦାନୀ ଏବଂ ଟାଟା ଏହିସବୁ ଡାଟା ସେଣ୍ଟର ପାଇଁ ୨୦୦ରୁ ଅଧିକ ବିଲିୟନ ଡଲାର ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ପ୍ରକଳ୍ପରେ ବିଦେଶୀ କମ୍ପାନୀଗୁଡ଼ିକର, ତୁଳନାତ୍ମକ ଭାବେ, କମ୍‌ ଯୋଗଦାନ ରହିବ। ପୁଞ୍ଜିବଜାରରେ ଲାଗିଥିବା ଅର୍ଥକୁ ନେଇ ଅମ୍ବାନୀ, ଆଦାନୀ ଓ ଟାଟା ବିଦେଶୀ କମ୍ପାନୀଙ୍କ ସେବାରେ ଲଗାଇବା ସହିତ ଦେଶର ପ୍ରାକୃତିକ ସମ୍ବଳକୁ ପ୍ରବଳମାତ୍ରାରେ ବ୍ୟବହାର କରିପାରିବେ। ସ୍ବୀକାର କରିବାକୁ ହେବ ଯେ ଏହି ଭାରତୀୟ କମ୍ପାନୀଗୁଡ଼ିକ ପ୍ରବଳମାତ୍ରାରେ ଲାଭ ମଧ୍ୟ କରିବେ। କିନ୍ତୁ ଦେଶର ନାଗରିକଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିବ, କାରଣ ଯେଉଁ ଅଞ୍ଚଳରେ ପ୍ରାକୃତିକ ସମ୍ପଦର ଅଭୂତପୂର୍ବ ବ୍ୟବହାର କରାଯିବ, ସେଠାରେ ସାଧାରଣ ନାଗରିକର ଜୀବନ ଅସମ୍ଭାଳ ହୋଇପଡ଼ିବ। ଅନ୍ୟପଟେ ଡାଟା ସେଣ୍ଟରର ପ୍ରକୃତ ଧନ ଯାହା ହେଉଛି ଅନେକ ପ୍ରକାର ତଥ୍ୟ, ତାହାର ସୁବିଧା ଓ ସୁଯୋଗ ଭାରତ ଏକ ଦେଶ ଭାବେ ଉଠାଇପାରିବ ନାହିଁ। ବିଦେଶୀ କମ୍ପାନୀଗୁଡ଼ିକ ନିଜର ସବୁ ଆଲ୍‌ଗୋରିଦିମକୁ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖିବେ ବୋଲି ଆରମ୍ଭରୁ ସ୍ପଷ୍ଟ କରିଦିଆଯାଇଛି।
ଅନ୍ୟ ଏକ ଉଦାହରଣକୁ ଦେଖିଲେ ସହଜରେ ସମାନ୍ତରାଳ ସ୍ଥିତିକୁ ବୁଝିହେବ। ଭାରତ ଲଢ଼ୁଆ ରାଫାଲ ବିମାନ ଫ୍ରାନ୍ସଠାରୁ କିଣିଛି ଓ ଆହୁରି ୧୧୪ଟି କିଣିବ ବୋଲି ଘୋଷଣା ହୋଇଛି। ଏହାପାଇଁ ୨୮ ବିଲିୟନ ଡଲାର ଖର୍ଚ୍ଚ କରାଯିବ। କିନ୍ତୁ ସେହି ବିମାନର ମୂଳ କମ୍ପ୍ୟୁଟରର ରକ୍ଷଣାବେକ୍ଷଣ ପାଇଁ ବ୍ୟବହୃତ ହେଉଥିବା କୋଡ୍‌ ଭାରତକୁ ମିଳିବ ନାହିଁ। ଅର୍ଥାତ୍‌ ଫ୍ରାନ୍ସର ଦୟା ଉପରେ ସର୍ବଦା ନିର୍ଭରଶୀଳ ହୋଇ ରହିବ ଭାରତୀୟ ବାୟୁସେନା। ଅବିକଳ ସେହିଭଳି ହୋଇ ନ ଥିଲେ ମଧ୍ୟ ଡାଟା ସେଣ୍ଟର ନିର୍ମାଣ ପାଇଁ ଭାରତ ପ୍ରବଳ ପରିମାଣର ଅର୍ଥ ବିନିଯୋଗ କରି ମୂଳ ଲାଭରୁ ବଞ୍ଚିତ ହେବ। ଏଥିସହିତ ଏହି ଡାଟା ସେଣ୍ଟରଗୁଡ଼ିକରେ ଅତି କମ୍‌ ସଂଖ୍ୟକ କର୍ମଚାରୀଙ୍କ ପ୍ରୟୋଜନ ରହିବ। ଫଳରେ ନିଯୁକ୍ତି କ୍ଷେତ୍ରରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ନେଦରଲାଣ୍ଡ୍ସ, ଆୟରଲାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶ ଡାଟା ସେଣ୍ଟର ସ୍ଥାପନକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି କିମ୍ବା ଅତି ନିୟନ୍ତ୍ରିତ ରୂପରେ ଅନୁମତି ଦେଉଛନ୍ତି। ଏହିସବୁ ଦେଶ ବ୍ୟତୀତ ଚାଇନା ଓ ଆମେରିକାର କେତୋଟି ରାଜ୍ୟ କଡ଼ାକଡ଼ି ଆଇନ ପ୍ରଣୟନ କରିଛନ୍ତି, ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ ପ୍ରତ୍ୟେକ ଡାଟା ସେଣ୍ଟର ତାହାର ନିଜସ୍ବ ବିଦ୍ୟୁତ୍‌ଶକ୍ତି ଚାହିଦାର ୮୦ ଭାଗକୁ ନବୀକରଣୀୟ ଶକ୍ତିରୁ ଉତ୍ପାଦନ କରିବାକୁ ବାଧ୍ୟ। ଏହିସବୁ ଦେଶରେ ଜଳ ସମ୍ପର୍କରେ କେଉଁପ୍ରକାର କଟକଣା ଜାରି କରାଯାଉଛି ତାହା ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ସେଥିପାଇଁ ଭାରତ ଭଳି ଏକ ଦୁର୍ବଳ ଦେଶକୁ ଏହିସବୁ ଅନ୍ତର୍ଜାତୀୟ ଘରୋଇ କମ୍ପାନୀଗୁଡ଼ିକ ଲକ୍ଷ୍ୟରଖି ଦିଲ୍ଲୀକୁ ଆସିଥିଲେ। ସମ୍ଭବତଃ ସେମାନେ ସଫଳ ହୋଇଛନ୍ତି, କାରଣ ଭାରତ ମୁଣ୍ଡ ନୁଆଁଇ ସେମାନଙ୍କ ସବୁ ପ୍ରସ୍ତାବ ଓ ଦାବିକୁ ମାନିନେଇଛି। ଭାରତର ତିନୋଟି ଅଧିକ ପ୍ରଭାବଶାଳୀ କମ୍ପାନୀ ଏଥିରେ ଅର୍ଥ ଲଗାଇବାର ପ୍ରତିଶ୍ରୁତି ଇଙ୍ଗିତ କରୁଛି ଯେ, ଦେଶର ସରକାର ସବୁକିଛି ମାନିନେବାକୁ ପ୍ରସ୍ତୁତ। ଏହି ଭାରତୀୟ କମ୍ପାନୀଗୁଡ଼ିକ ଏଆଇ ଅଭିନବତ୍ୱ ସକାଶେ ବିପୁଳ ପରିମାଣର ଅର୍ଥ ଲଗାଉଛନ୍ତି ବୋଲି ଦାବି କରୁଥିବା ସତ୍ତ୍ୱେ ବାସ୍ତବ ସ୍ଥିତିକୁ ଦେଖିଲେ ମୁଖ୍ୟତଃ ଡାଟା ସେଣ୍ଟର ସ୍ଥାପନ ଜଳ ଜଳ ଦିଶୁଛି। ନିକଟ ଭବିଷ୍ୟତରେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପ୍ରକାଶ ପାଇବ ବୋଲି ଆଶା ରହିଥିବା ବେଳେ ସୁନିଶ୍ଚିତତା ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri