ସହଜରେ ମଦ

କାଚବୋତଲ ପରିବର୍ତ୍ତେ କାଗଜ ପ୍ୟାକେଟରେ ମଦ ବଜାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ନିକଟରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ନୂଆ ଅବକାରୀ ନୀତିରେ ନିୟମ ଅଣାଯାଇ କୁହାଯାଇଛି ଯେ, ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି କରାଯିବ। ଏଭଳି ପ୍ୟାକେଜିଂ ବ୍ୟବସ୍ଥା ପରିବେଶ ଅନୁକୂଳ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଅବଶ୍ୟ ଟେଟ୍ରା ପ୍ୟାକ୍‌ କେଉଁ ଦୃଷ୍ଟିରୁ ପରିବେଶ ପାଇଁ ଅନୁକୂଳ ହେବ ତାହା ବୁଝିବା କଷ୍ଟକର। ବୋର୍ଡ(ମୋଟା) କାଗଜ, ପଲିଥିନ୍‌ ଓ ଆଲୁମିନିୟମ୍‌ ମିଶ୍ରଣରେ ପ୍ରସ୍ତୁତ ଟେଟ୍ରା ପ୍ୟାକ୍‌ର ଭିତର ଅଂଶ ଜଳରେ ଓଦା ହୁଏନାହିଁ। କିନ୍ତୁ ଟେଟ୍ରା ପ୍ୟାକ୍‌ ପ୍ରସ୍ତୁତିରେ ଯେଉଁସବୁ ଉପାଦାନ ରହୁଛି ସେଗୁଡ଼ିକ କାଗଜ ବ୍ୟତୀତ ବାୟୋଡିଗ୍ରେଡେବଲ ବା ମାଟିରେ ସହଜେ ମିଶିବ ନାହିଁ। ଆଲୁମିନିୟମ୍‌ ଭଳି ପଦାର୍ଥ ମାଟିରେ ମିଶିବା ପାଇଁ ୨୦୦ରୁ ୫୦୦ ବର୍ଷ ଲାଗିଥାଏ। ସେହିଭଳି ପଲିଥିନ୍‌ ବା ପଲିମର୍ସକୁ ୨୦ରୁ ୧୦୦୦ ବର୍ଷ ପର୍ଯ୍ୟନ୍ତ ଲାଗିଥାଏ ମାଟିରେ ମିଶିବା ପାଇଁ। ଏଣୁ ଟେଟ୍ରା ପ୍ୟାକ୍‌ର ଦ୍ୱିତୀୟ ବ୍ୟବହାର ନ ଥିବାରୁ ଏହା ପରିବେଶର ବିରାଟକାୟ କ୍ଷତି କରିଥାଏ। ସରକାରଙ୍କ ଉପରଲିଖିତ ଦୃଢ଼ୋକ୍ତି ସମ୍ପୂର୍ଣ୍ଣ ଭାବେ ଅସତ୍ୟ ତଥ୍ୟ ଉପରେ ଆଧାରିତ ବୋଲି ବୁଝାପଡୁଛି।
ଏହା ବ୍ୟତୀତ ମନେରଖିବାକୁ ହେବ ଯେ, ଆଲୁମିନିୟମ୍‌ ପ୍ରସ୍ତୁତିରେ ବକ୍ସାଇଟ ଓ ବିଦ୍ୟୁତ୍‌ଶକ୍ତିର ବ୍ୟବହାର ମୁଖ୍ୟତଃ ହୋଇଥାଏ। ଏହା ଏକ ହେଭି ମେଟାଲ ହୋଇଥିବାରୁ ମଦ ଭଳି ଜଳ ଏବଂ ଆଲ୍‌କୋହଲ ମିଶ୍ରିତ କମ୍ପାଉଣ୍ଡ୍‌ ବା ଯୌଗିକ ବସ୍ତୁ ସହ ପ୍ରତିକ୍ରିୟା ହେବ। ଏହି ପ୍ରତିକ୍ରିୟାର କୁଫଳ ଟେଟ୍ରା ପ୍ୟାକ୍‌ରୁ ମଦ ପିଉଥିବା ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରି ବିଭିନ୍ନ ମାରାତ୍ମକ ରୋଗ ଆରମ୍ଭ କରିବ। ସେହି ଟେଟ୍ରା ପ୍ୟାକ୍‌ରେ ଫଳରସ ବା ଗୋରସ ରହିଲେ କୌଣସି ରାସାୟନିକ ପ୍ରତିକ୍ରିୟା ହୋଇ ନ ଥାଏ। ଅନ୍ୟ ଦେଶଗୁଡ଼ିକରେ ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ସାଧାରଣତଃ ଟେଟ୍ରା ପ୍ୟାକ୍‌ରେ ମଦ ମିଳେ ନାହିଁ। ଦକ୍ଷିଣ ଓ ପଶ୍ଚିମ ଭାରତର କେତୋଟି ରାଜ୍ୟରେ ଏବେ ଟେଟ୍ରା ପ୍ୟାକ୍‌ରେ ମଦ ମିଳୁଛି। ଏହିସବୁ ରାଜ୍ୟ ହେଲେ କର୍ନାଟକ, ମହାରାଷ୍ଟ୍ର ଏପରିକି ଉତ୍ତରରେ ଉତ୍ତରପ୍ରଦେଶ।
୧୮ ନଭେମ୍ବର ୨୦୨୫ରେ ସୁପ୍ରିମକୋର୍ଟ ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ବିପଜ୍ଜନକ ବୋଲି କହିଥିଲେ। ଜୁସ୍‌ ପ୍ୟାକେଟ ପରି ଦେଖାଯାଉଥିବାରୁ ପିଲାଙ୍କ ହାତରେ ଏଭଳି ଟେଟ୍ରା ପ୍ୟାକ୍‌ ପଡ଼ିଗଲେ ମାତାପିତା ଓ ଶିକ୍ଷକମାନେ ସେଥିରେ ନିଶାଦ୍ରବ୍ୟ ଅଛି କି ନାହିଁ ଜାଣିବା କଷ୍ଟକର ହୋଇପଡ଼ିବ। ଏକ ମାମଲାରେ ‘ଅଫିସର୍ସ ଚଏସ୍‌’ ତିଆରି କରୁଥିବା ଆଲାଇଡ ବ୍ଲେଣ୍ଡର୍ସ ଏବଂ ‘ଅରିଜିନାଲ ଚଏସ୍‌’ ନାମରେ ହୁଇସ୍କି ବିକ୍ରି କରୁଥିବା ଜନ୍‌ ଡିଷ୍ଟିଲର୍ସ ଜଡ଼ିତ ଥିଲେ। ସେମାନଙ୍କ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଏକ ରୋଚକ ମୋଡ଼ରେ ପହଞ୍ଚତ୍ଥିଲା ଯେଉଁଥିରେ ଦୁଇଟି କମ୍ପାନୀ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଆପିଲେଟ ବୋର୍ଡ (ଆଇପିଏବି) ନିକଟରେ ପରସ୍ପରର ଟ୍ରେଡ୍‌ମାର୍କ ସଂଶୋଧନ ପାଇଁ ଆବେଦନ କରିଥିଲେ। ଏକ ଆଦେଶରେ ଆଇପିଏବି ଦୁଇଟି ଆବେଦନକୁ ଖାରଜ କରି କହିଥିଲା ଯେ, ଟ୍ରେଡମାର୍କରେ ଏତେ ସମାନତା ନାହିଁ ଯାହା ଗ୍ରାହକଙ୍କୁ ଭ୍ରମରେ ପକାଇବ। କିନ୍ତୁ ନଭେମ୍ବର ୭ ତାରିଖରେ ମାଡ୍ରାସ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ୍‌ ‘ଅରିଜିନାଲ ଚଏସ୍‌’ ଟ୍ରେଡ୍‌ମାର୍କକୁ ‘ଅଫିସର୍ସ ଚଏସ୍‌’ ସହିତ ସମାନତା ଥିବାରୁ ସଂଶୋଧନ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, ଯେଉଁଠାରେ ବିଭିନ୍ନ ଆକାରର ବୋତଲ ଓ ଟେଟ୍ରା ପ୍ୟାକ୍‌ ଖଣ୍ଡପୀଠକୁ ଦେଖାଯାଇଥିଲା। ଏହି ଟେଟ୍ରା ପ୍ୟାକ୍‌ଗୁଡ଼ିକ ଦେଖି ସୁପ୍ରିମ୍‌କୋର୍ଟ ଖଣ୍ଡପୀଠ ଆଶ୍ଚର୍ଯ୍ୟ ବ୍ୟକ୍ତ କଲେ ଓ ଏହାର ନକାରାତ୍ମକ ଦିଗ ଉପରେ ଦୃଷ୍ଟି ଦେବାକୁ ଯାଇ ସତର୍କ କରାଇଲେ। ଖଣ୍ଡପୀଠ ଏହା ମଧ୍ୟ କହିଲେ ରାଜ୍ୟ ସରକାରଗୁଡ଼ିକ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଅପେକ୍ଷା ରାଜସ୍ବ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ।
ସରକାର ତାଙ୍କ ଆୟ ବଢ଼ାଇବା ପାଇଁ ମଦକୁ ଏକ ବଡ଼ ଧରଣର ସୂତ୍ର ଭାବେ ଧରିନେଇଛନ୍ତି। ଏଥିସହିତ ସରକାରଙ୍କୁ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମ୍ପର୍କିତ ମାଗଣା ଯୋଜନା ପରିଚାଳନା କରିବାକୁ ପଡୁଛି। ନାଗରିକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ସବୁପ୍ରକାର ସରକାରୀ ଖର୍ଚ୍ଚ ପୃଥିବୀର ସବୁ ଦେଶରେ ସମର୍ଥନ ପାଇଥାଏ। ବିକଶିତ ଦେଶଗୁଡ଼ିକରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଗବେଷଣା ସବୁବେଳେ ଚାଲିଥାଏ। ଘରୋଇ କମ୍ପାନୀଗୁଡ଼ିକ ଚାପରେ ଅନେକ କାର୍ଯ୍ୟ ହେଉଥିବା ସତ୍ତ୍ୱେ ବିପରୀତ ଯୁକ୍ତି ଜୋର୍‌ସୋର ଶୁଣିବାକୁ ମିଳିଥାଏ। ଉଦାହରଣ ସ୍ବରୂପ ୬ ବର୍ଷ ପୂର୍ବେ ହୋଇଥିବା କୋଭିଡ୍‌ ନିରାକରଣ ପାଇଁ ପୃଥିବୀର ୨/୩ଟି ଔଷଧୀୟ କମ୍ପାନୀ ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରି ବିକ୍ରି ଆରମ୍ଭ କରିଦେଲେ। ପୃଥିବୀବ୍ୟାପୀ ବୋକା ଜନସାଧାରଣ ଏହି ଟିକା ପାଇଁ ବାଡ଼ିଆପିଟା ହେଲେ। ସେହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କର ପ୍ରଥମ ଚାରିବର୍ଷିଆ ଶାସନ କାଳରେ ଟିକା ବିରୋଧରେ ଖୋଲାଖୋଲି ମତ ଦେବା ସହିତ ମୁହଁ ଢାଙ୍କିବାକୁ ଅସ୍ବୀକାର କରିଥିଲେ। ତାଙ୍କ ସହିତ ଆମେରିକାରେ ‘ଆଣ୍ଟି ଭ୍ୟାକ୍ସର’ ନାମରେ ଏକ ବିରାଟ ଗୋଷ୍ଠୀ ଦେଶବ୍ୟାପୀ ସୃଷ୍ଟି ହେଲା, ଯେଉଁମାନେ କୋଭିଡ୍‌ ଭ୍ୟାକ୍ସିନ୍‌ ନେଲେ ନାହିଁ। ସେହି ସମୟରେ ଛାତ ଉପରେ ଛିଡ଼ାହୋଇ ଘଣ୍ଟ ବାଡ଼େଇଥିବା କ୍ଳାନ୍ତ ଭାରତୀୟ ଉଡ଼ାଜାହାଜ, ରେଳଗାଡ଼ି, ସ୍କୁଲ ଓ କଲେଜରେ ନାମ ଲେଖାଇବା ସହିତ ଅନେକ ମୌଳିକ କାର୍ଯ୍ୟ କରିବାକୁ ଚାହୁଁଥିଲେ ମଧ୍ୟ ସରକାରୀ ନିୟମ ଅନୁଯାୟୀ ଟିକା ନେବାର ପ୍ରମାଣପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ ହୋଇଗଲା। ଏବେ ଜଣାପଡ଼ୁଛି ବିଶ୍ୱବ୍ୟାପୀ ଅନେକ ଲୋକଙ୍କ ମୃତ୍ୟୁ ବର୍ତ୍ତମାନ ମଧ୍ୟ ଘଟୁଛି ସେହି କୋଭିଡ୍‌ ଭ୍ୟାକ୍ସିନ୍‌ର କୁପ୍ରଭାବ ଯୋଗୁ। ଏଥିରୁ ଶିଖିବା କଥା ଯେ ସରକାର ଅତ୍ୟନ୍ତ ସଜାଗ ରହି ଜନସାଧାରଣଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଷୟକୁ ଧ୍ୟାନ ଦେଲେ ଅସୁସ୍ଥ ଜନସାଧାରଣଙ୍କ ପାଇଁ ସରକାରୀ ଖର୍ଚ୍ଚ ହ୍ରାସ ପାଇବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri