ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ ତା’ ଜୀବନ। ଘଟଣା ପଛରେ ଲୁଚିଥିବା ରହସ୍ୟର ସେ ଅନୁସନ୍ଧାନ କରେ। ତା’ ଭିତରେ ନୂତନ ସୃଷ୍ଟି କରିବାର ପ୍ରୟାସ ଭରି ରହିଥାଏ। ତା’ ମନ ଭିତରେ ଅନ୍ଧବିଶ୍ୱାସରୁ ନିଷ୍କୃତିପ୍ରାପ୍ତିର ଆଭାସ ମିଳେ। ପାର୍ଥତ୍ବ ଦୁନିଆର ତେଲଲୁଣଠାରୁ ଊର୍ଦ୍ଧ୍ୱରେ ରହିଥିବା ଜିଜ୍ଞାସୁ ସିଏ। ଆଜନ୍ମ ଜ୍ଞାନର ପିପାସୁ ସିଏ। କିନ୍ତୁ ବୈଜ୍ଞାନିକମାନେ ମାଆ ପେଟରୁ ବୈଜ୍ଞାନିକ ହୋଇ ଆସନ୍ତି ନାହିଁ। ବରଂ ସେମାନଙ୍କର ବୈଜ୍ଞାନିକ ଦୃଷ୍ଟିକୋଣ ଓ କଠିନ ପରିଶ୍ରମ ସେମାନଙ୍କୁ ବିଶ୍ୱବିଖ୍ୟାତ ବୈଜ୍ଞାନିକର ଆସନ ଦିଏ। ଆମେ ଗଛରେ ପାଣି ଦେଉ। ପାଣି ଗଛକୁ ଖାଦ୍ୟ ଯୋଗାଇ ଦିଏ ବୋଲି ଆମେ ଜାଣୁ। କିନ୍ତୁ ପାଣି କିପରି ଗଛକୁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରେ, ସେକଥା ଆମକୁ ଅଜଣା। ଏହା ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଏହାର ଭିତିରି କଥା ବୁଝିପାରେ। ପାଣି ପାଇପର ମୁଣ୍ଡକୁ ଚିପି ଧରିଲେ ପାଣିର ଧାର ବେଶି ଦୂରକୁ ଯାଇପାରେ ଓ ଛାଡିଦେଲେ ପାଖରେ ପଡେ। ପାଇପ୍‌ ମୁଣ୍ଡକୁ କେତେ ଚିପିଲେ ପାଣି କେତେବାଟ ଯିବ, ସେକଥା ଆମକୁ ଜଣା। କିନ୍ତୁ ଏକଥା ପଛରେ ଲୁଚି ରହିଥିବା କାରଣ ଆମକୁ ଜଣାନାହିଁ। ତେଣୁ ଆମେ ସମସ୍ତେ ବିଜ୍ଞାନ ସହିତ ଜଡିତ। ତେବେ ବୈଜ୍ଞାନିକ ହେବାର ସାମର୍ଥ୍ୟ ଆମ ପାଖରେ ଥିଲେ ବି ଗବେଷଣା କରିନାହୁଁ ବୋଲି ଆମକୁ ବୈଜ୍ଞାନିକର ଆଖ୍ୟା ମିଳେନାହିଁ।
ଚକ ବୁଲିଲେ ସାଇକେଲ ଆଗରେ ଲାଗିଥିବା ଡାଇନାମୋ ଦ୍ୱାରା ଆଲୁଅ ଜଳେ। ଡାଇନାମୋ ଉଦ୍ଭାବନ କରିଥିଲେ ମାଇକେଲ ଫାରାଡେ, ଯିଏକି ପିଲାଦିନେ ଭଲରେ ଓଳିଏ ଖାଇବାକୁ ପାଉ ନ ଥିଲେ। ବଞ୍ଚିବା ପାଇଁ ସେ ଖବରକାଗଜ ବିକିଛନ୍ତି ଓ ବହି ବନ୍ଧେଇ କରିଛନ୍ତି। କିନ୍ତୁ ବିଜ୍ଞାନ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି ତାଙ୍କୁ ପ୍ରସିଦ୍ଧି ଆଣିଦେଇଛି। ଘଟଣାର ଗଭୀର ଅନୁଶୀଳନ କରି ତାକୁ ଏକ ସାଧାରଣ ସିଦ୍ଧାନ୍ତ ରୂପରେ ପରିବେଷଣ କରିବା ବୈଜ୍ଞାନିକର ମୌଳିକ ଲକ୍ଷଣ। ସଫଳ ବୈଜ୍ଞାନିକ ହେବା ପାଇଁ ଡାକ୍ତର ବା ଇଞ୍ଜିନିୟର ହେବା ଜରୁରୀ ନୁହେଁ, ବରଂ ଆଗ୍ରହ ଦରକାର ଓ ବୈଜ୍ଞାନିକ ଦୃଷ୍ଟିକୋଣ ଆବଶ୍ୟକ। ପଥର ଫିଙ୍ଗି ଆମ୍ବ ତୋଳିବା ସମୟରେ, ବଂଶୀ ବାଦନ ବେଳେ ଓ ଗିଟାର ବାଦନ ସମୟରେ ଆମେ ବୈଜ୍ଞାନିକ ପରି ବ୍ୟବହାର କରୁ। କିନ୍ତୁ ଆଗ୍ରହ ନ ଥିବାରୁ ଏସବୁ ପଛରେ ରହିଥିବା ବୈଜ୍ଞାନିକ କାରଣଠାରୁ ଦୂରରେ ରହୁ। ବିଜ୍ଞାନ ଅଲୌକିକ ପ୍ରତିଭାର ପରିଚୟ ଖୋଜେନାହିଁ। ଖୋଜେ ବ୍ୟକ୍ତିର ଦୃଷ୍ଟିକୋଣରେ ସ୍ବାତନ୍ତ୍ର୍ୟ।
ପ୍ରକୃତି ବିଜ୍ଞାନକୁ ଜନ୍ମ ଦେଇଛି। ପ୍ରକୃତିକୁ ବୁଝିବା ହିଁ ବିଜ୍ଞାନର ଉଦ୍ଦେଶ୍ୟ। ପ୍ରକୃତି ସହିତ ଅଭିନ୍ନ ମିତ୍ରତା ଆମର ଦୃଷ୍ଟିକୋଣକୁ ବିଜ୍ଞାନ ସମ୍ମତ କରେ। ଚନ୍ଦ୍ରଶେଖର ଭେଙ୍କଟ ରାମନ୍‌ ଥିଲେ ପ୍ରକୃତିପ୍ରେମୀ। ଆକାଶ ଓ ସମୁଦ୍ରର ସୁନ୍ଦର ନୀଳରଙ୍ଗ ତାଙ୍କୁ ବିଶେଷ ଆକର୍ଷିତ କରିଥିଲା। ସେହି ବିଷୟରେ ଅଧିକ ଜାଣିବା ପାଇଁ ସେ ଇଚ୍ଛା କଲେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ରଙ୍ଗର ସୃଷ୍ଟି ବିଷୟରେ ସେ ବିଚାର କଲେ। ପ୍ରକୃତିର ସେହି ନୀଳ ରଙ୍ଗ ଉପରେ ଗବେଷଣା କରି ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ। କାରଣ ଆଲୋକର ଅଦ୍ଭୁତ ବ୍ୟବହାର ସମ୍ପର୍କିତ ଏକ ସତ୍ୟକୁ ସେ ଆବିଷ୍କାର କଲେ, ଯାହାର ନାମ ‘ରାମନ୍‌ ପ୍ରଭାବ’। ସେହି ସତ୍ୟ ହେଉଛି – ରଙ୍ଗିନ ଆଲୋକ ରଶ୍ମିଟିଏ ତରଳ ପଦାର୍ଥ ଦେଇ ଗତି କଲେ, ତାହାର ସାମାନ୍ୟ କିଛି ଅଂଶ ତରଳର ଅଣୁ ଦ୍ୱାରା ନୂତନ ଏକ ରଙ୍ଗରେ ବିଚ୍ଛୁରିତ ହୁଏ। ଏହା ଥିଲା ଏକ ମହାର୍ଘ୍ୟ ସତ୍ୟ। ଅଦ୍ୟାବଧି ଆମ ଭାରତ ପାଇଁ ଭେଙ୍କଟ ରାମନ୍‌ଙ୍କର ପୁରସ୍କାର ହେଉଛି ପଦାର୍ଥ ବିଜ୍ଞାନରେ ଏକମାତ୍ର ନୋବେଲ ପୁରସ୍କାର। ଭେଙ୍କଟ ରାମନ୍‌ ଯେଉଁ ଉପକରଣ ସହାୟତାରେ ଗବେଷଣା କରୁଥିଲେ, ତାହାର ମୂଲ୍ୟ ଥିଲା ମାତ୍ର ୨୦୦ ଟଙ୍କା। ସେ ପ୍ରମାଣ କରିଦେଲେ ଯେ, ବୈଜ୍ଞାନିକ ହେବା ପାଇଁ ବଡ ବଡ ଯନ୍ତ୍ରପାତି ଜରୁରୀ ନୁହେଁ। ବିଦେଶ ଯିବା ନିହାତି ଜରୁରୀ ନୁହେଁ। ବୈଜ୍ଞାନିକ ଦୃଷ୍ଟିକୋଣସମ୍ପନ୍ନ ଦୃଢ ମନୋବଳ ସାଙ୍ଗକୁ ଏକାଗ୍ରତା ହିଁ ବିଜ୍ଞାନ କ୍ଷେତ୍ରରେ ସିଦ୍ଧି ଆଣିଦିଏ।
ସମସ୍ତେ ସବୁ ଘଟଣା ଓ ପରିଘଟଣା ଦେଖନ୍ତି। କିନ୍ତୁ ସମସ୍ତେ ବୈଜ୍ଞାନିକର ଭାବ ନେଇ ସେସବୁ ଉପରେ ଚିନ୍ତା କରନ୍ତି ନାହିଁ। ଯେ କୌଣସି ପରିଘଟଣା ଉପରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଚିନ୍ତା କଲେ କିଛି ନା କିଛି ନୂଆ କଥା ଜାଣିହେବ। କିଛି କିଛି ନୂଆ କଥା ମିଶି ଦିନେ ତାହା ଏକ ସମ୍ପୂର୍ଣ୍ଣ ଆବିଷ୍କାରର ରୂପ ନେବ ଓ ଆମକୁ ବୈଜ୍ଞାନିକର ମାନ୍ୟତା ଦେଇପାରିବ। ଆମ ଦେଶର ଜୈବବିବିଧତା ସାରା ପୃଥିବୀରେ ଅନନ୍ୟ। ଭାରତ ଭଳି ଏକ ବିସ୍ତୃତ ପ୍ରାକୃତିକ ଗବେଷଣାଗାରରେ ଗବେଷଣା କରିବାର ଯଥେଷ୍ଟ ପାଥେୟ ରହିଛି। ଆମ ଭୂଖଣ୍ଡରେ ଘଟୁଥିବା ପ୍ରତ୍ୟେକ ପରିଘଟଣାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ଅମାପ ନୂତନ ସତ୍ୟର ସନ୍ଧାନ ମିଳିପାରିବ। ଆମର ଯୁକ୍ତିଯୁକ୍ତ ବିଚାର ତତ୍‌ ସମ୍ପର୍କିତ ବିଦ୍ୟମାନ ବିଜ୍ଞାନକୁ ଆହୁରି ବଳିଷ୍ଠ କରିବ। କେବଳ ସେତିକି ନୁହେଁ, ଭାରତୀୟ ମସ୍ତିଷ୍କ ଭିତରେ ଲୁଚି ରହିଥିବା ବୈଜ୍ଞାନିକ ନିଶ୍ଚୟ ସମାଜର ସ୍ବୀକୃତି ଲାଭ କରିପାରିବ।

ଡ. କମଳାକାନ୍ତ ଜେନା

ଓମ୍‌ଇଏସ୍‌. (ପଦାର୍ଥ ବିଜ୍ଞାନ),
ପରୀକ୍ଷା ନିୟନ୍ତ୍ରକ,
ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର, ମୋ:୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri