ଏଇ ଭାରତରେ

କରୋନା ଦ୍ୱିତୀୟ ଲହର ଏବେ ଭୟଙ୍କର ହୋଇଛି। ଦେଶରେ ଦୈନିକ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଏଭଳି ଏକ ସଙ୍କଟ ସମୟରେ ଉତ୍ତରପ୍ରଦେଶ ଏବଂ ହରିୟାଣାର ୩୫ରୁ ଅଧିକ ଦୁର୍ଗମ ଗାଁକୁ ଭୂତାଣୁ ମୁକ୍ତ କରିବା ପାଇଁ ଡ.ପ୍ରବୀଣ କୁଣ୍ଡୁଙ୍କ ନେତୃତ୍ୱରେ ମିିଶନ ମଞ୍ଜରୀ ନାମକ ସିଟିଜେନ ଗ୍ରୁପ ଦିନରାତି କାମରେ ଲାଗିଛି। ଏହି ଅଭିଯାନରେ ଏହା ମଧ୍ୟ ସଫଳ ହୋଇପାରିଛି। ମାଗଣାରେ ଡାକ୍ତର ପରାମର୍ଶ କରାଇବା ସହ ଏମାନେ ଲୋକମାନଙ୍କୁ ଅକ୍ସିମିଟର, ମାସ୍କ ଏବଂ ଓ୍ୟଷଧ ବିତରଣ କରୁଛନ୍ତି। ଡ.ପ୍ରବୀଣଙ୍କ ସମେତ ବହୁ ପ୍ରତିଷ୍ଠିତ ହସ୍ପିଟାଲର ଚିକିତ୍ସକ ଏବଂ ତାଙ୍କ ଟିମ୍‌ ବିଗତ ୩-୪ ସପ୍ତାହ ମଧ୍ୟରେ ଉତ୍ତରପ୍ରଦେଶ ଏବଂ ହରିୟାଣାର ୩୫ରୁ ଊର୍ଦ୍ଧ୍ୱ ଗାଁରେ ଏ ବାବଦରେ ୨୦,୦୦,୦୦୦ ଟଙ୍କା ବ୍ୟୟ କରି ସାରିଲେଣି। ଏହି ସବୁ ଗାଁରେ ଟିକା ବିଷୟରେ ଲୋକମାନଙ୍କୁ ସଚେତନ କରାଯାଉଛି ଓ ବିଭିନ୍ନ ସାମାଜିକ ସମସ୍ୟା ତଥା ଟିକା ସମ୍ପର୍କିତ ନକାରାମତ୍କ ଚିନ୍ତାଧାରା ପ୍ରତ୍ୟାଖ୍ୟାନ କରି ଲୋକମାନେ ଟିକା ନେବାକୁ ବାହାରି ଆସୁଛନ୍ତି। ପ୍ରତିଦିନ ଏହି ଗ୍ରୁପ ପାଳି କରି ୩-୪ଟି ଗାଁରେ ସ୍ଥାନୀୟ ପ୍ରଶାସନ ସହଯୋଗରେ ସେମାନଙ୍କ ସେବା ଯୋଗାଇ ଦେଉଛନ୍ତି। ଡ. ପ୍ରବୀଣଙ୍କ ସହ କୋଭିଡ୍‌-୧୯ କେୟାର୍‌ ସେଣ୍ଟରରେ କାର୍ଯ୍ୟରତ ଡ. ସନ୍ଦୀପ ଅଗ୍ରଓ୍ବାଲ ଏବଂ ମୁକେଶ ଧିଲନ ଭିଡିଓ କନ୍‌ସଲ୍‌ଟାଣ୍ଟ ପାଇଁ ସମୟ ବାହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri