ଏଇ ଭାରତରେ

ଶକ୍ତି ଅପଚୟ ରୋକିବା ଲାଗି ବହୁ ସମୟରେ ଅନେକ ଅଭିନବ ଉପାୟ ସାମ୍ନାକୁ ଆସୁଛି। ଏହି ରେସ୍‌ରେ ସାମିଲ ବ୍ୟକ୍ତିମାନଙ୍କ ମଧ୍ୟରୁ ଚେନାବ୍‌ ଭ୍ୟାଲିର ମହମ୍ମଦ ଜଓ୍ବାଦ ଖାନ୍‌ ଅନ୍ୟତମ। ସେ ପୁରୁଣା କାର୍‌ଗୁଡ଼ିକୁ ବିଦ୍ୟୁତ୍‌ଚାଳିତ (ଇଭି) କାର୍‌ କରି ତା’ ମାଧ୍ୟମରେ ଶକ୍ତି ବଞ୍ଚାଇବାର ନୂଆ ବାଟ ଦେଖାଇଛନ୍ତି। ଏଥିପାଇଁ ସେ ଆରମ୍ଭ କରିଛନ୍ତି ଷ୍ଟାର୍ଟ ଅପ୍‌ ଟ୍ୟାଡ୍‌ପୋଲ ପ୍ରୋଜେକ୍ଟ। ଏବକାର ଆଧୁନିକ କାର୍‌ଗୁଡ଼ିକୁ ବି ସେ ଇଭି କାର୍‌ କରିପାରୁଛନ୍ତି। ମହମ୍ମଦଙ୍କର ବୟସ ୨୩ । ଜମ୍ମୁର ଚେନାବ୍‌ ଭ୍ୟାଲିର ଭଦର୍‌ଓ୍ବା ସହରରେ ରହୁଛନ୍ତି। ତାଙ୍କ ପିତାଙ୍କର ଏହି ସହରରେ ଏକ ଛୋଟ ଇଲେକ୍‌ଟ୍ରିକ୍‌ ରିପେୟାରିଂ ଦୋକାନ ରହିଛି ଓ ମାତା ଜଣେ ଶିକ୍ଷୟିତ୍ରୀ। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ କରିବା ସମୟରେ ଏହାର ପରିକଳ୍ପନା କରି ୨୦୨୦ ସେପ୍ଟେମ୍ବରରେ କାର୍ଯ୍ୟ ଆରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟରେ ସହଯୋଗ କରୁଛି ଆଇଆଇଟି ଦିଲ୍ଲୀର ସେଣ୍ଟର୍‌ ଫର୍‌ ରିସର୍ଚ୍ଚ ଅନ୍‌ କ୍ଲିନ୍‌ ଏୟାର (ସିଇଆର୍‌ସିଏ)। ୧୯୪୮ର ଭେକ୍ସଓ୍ବାଗନ ବିଟିଲ ଏବଂ ୧୯୩୬ର ଅଷ୍ଟିନ୍‌ ୧୦ ଭଳି ଅତି ପୁରୁଣା କାରକୁ ସେ ଇଭି କାର କରିପାରିଛନ୍ତି। ଏହି କାର୍‌ଗୁଡ଼ିକ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି. ବେଗରେ ଯାଇପାରୁଛି। ଭବିଷ୍ୟତରେ ୧୨୦ରୁ ୧୩୦ କି.ମି ବେଗରେ ଯିବା ଭଳି ଇଭି କାର୍‌ କରିବାର ଯୋଜନା କରିଛନ୍ତି। ସେ ପୁରୁଣା କାର୍‌ର ୯୦% ବଡି ରଖୁଛନ୍ତି ଓ ୧୦% ନୂଆ ବଡି ଯୋଗ କରୁଛନ୍ତି। ଏବେ ସୁଦ୍ଧା ୩୦ କାରକୁ ଇଭି କରିବା ଲାଗି ସେ ଅର୍ଡର ପାଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri