ଏଇ ଭାରତରେ

ଗାଁର ଜଣେ ସାଧାରଣ ଯୁବକ ହେଲେ ବି ତାଙ୍କ ଅସାଧାରଣ ପ୍ରତିଭା ଅନେକଙ୍କୁ ବିସ୍ମିତ କରିଛି। ତେଲଙ୍ଗାନାର ଏହି ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ ରାଜୁ ମୁପ୍ପାରୁପୁ। ରହନ୍ତି ଓ୍ବାରଙ୍ଗଲ ଜିଲାର ଗୋପାଳପୁରମ ଗାଁରେ। ଏବେ ସେ ମକା ଉପରେ ଥିବା ଖୋଳପାରୁ କଲମ ତିଆରି କରିଛନ୍ତି। ଏହା ପୂର୍ବରୁ ସେ ରାସ୍ତାକଡ ଲାଇଟ ପାଇଁ ସେନସର ଓ ବ୍ୟାଟେରିଚାଳିତ ସାଇକେଲ ନିର୍ମାଣ କରିସାରିଛନ୍ତି। ଏହି ପରିବେଶ ଉପଯୋଗୀ କଲମ ହେଉଛି ତାଙ୍କ ତୃତୀୟ ଆବିଷ୍କାର। ଚାଷୀମାନେ ମକା ଉପରୁ ଖୋଳପା ଛଡାଇ ତାଙ୍କୁ ପୋଡିବା ଦ୍ୱାରା ପରିବେଶ ପ୍ରଦୂଷଣ ହୁଏ। ଏହାକୁ ରୋକିବା ପାଇଁ ରାଜୁ ଖୋଳପାର ଉପଯୋଗ କରି କଲମ ତିଆରି କରିବା ଆରମ୍ଭ କରିଛନ୍ତି। ମକା ଖୋଳପାରୁ ନିର୍ମିତ କଲମ ମଧ୍ୟ ପ୍ଲାଷ୍ଟିକ କଲମ ବ୍ୟବହାର କମାଇବ ଓ ଏହା ଦ୍ୱାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବ ବୋଲି କହନ୍ତି ରାଜୁ। ସେ ଆଖପାଖରୁ ମକା ଖୋଳପା ସଂଗ୍ରହ କରି ତାକୁ ସଫା କରୁଛନ୍ତି ଓ ଏକ ଲୁହା ରଡରେ ତାକୁ ଗୁଡାଇ ଅଠା ଲଗାଇ ସିଲିଣ୍ଡର ଆକାରର କରୁଛନ୍ତି। ପରେ ସମାନ ମାପରେ କାଟି ଗୋଟିଏ ପାର୍ଶ୍ୱରେ ରିଫିଲ ସେଟ୍‌ କରୁଛନ୍ତି। ମକା ଖୋଳପାରେ ମଧ୍ୟ କଲମ ପାଇଁ କ୍ୟାପ ପ୍ରସ୍ତୁତ ହେଉଛି। ୧୦ ମିନିଟ୍‌ରେ ସେ ଗୋଟିଏ କଲମ ତିଆରି କରୁଛନ୍ତି।
ଏହି କଲମକୁ ଓ୍ବାରଙ୍ଗଲ ଗ୍ରେଟର ମ୍ୟୁନିସିପାଲ କର୍ପୋରେଶନ କମିଶନର ପ୍ରମିଳା ଶତପଥୀଙ୍କୁ ରାଜୁ ଉପହାର ଦେବା ପରେ ସେ ତାଙ୍କ ଅଫିସ ଲାଗି ୧୦୦ ଟି କଲମ ଅର୍ଡର ଦେଇଛନ୍ତି। ଗୋଟିଏ କଲମର ଦାମ ୧୦ ଟଙ୍କା। ରାଜୁ ୧୦୦ ଟି କଲମ ଏବେ ସୁଦ୍ଧା ଦେଇ ସାରିଲେଣି ଓ ଆଉ ୯୦୦ କଲମ କାମ ଜାରି ରଖିଛନ୍ତି। ତେଲଙ୍ଗାନା ଷ୍ଟେଟ ଇନୋଭେଶନ ସେଲ ରାଜୁଙ୍କ ଏହି କଲମକୁ ମଧ୍ୟ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri