ଏଇ ଭାରତରେ

ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର ହୋଇ ଡ. ସଲିମ୍‌ ଚାନ୍ନିଓ୍ବାଲା କୃଷକମାନଙ୍କ ଉନ୍ନତି ଲାଗିି ଆଗକୁ ଆସିଛନ୍ତି। ସେ ସୁରଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ୨୦୧୯ରେ ଅବସର ନେବା ପରେ ଏକ ବାୟୋ-ଅର୍ଗାନିକ ଲିକ୍ୟୁଡ୍‌ ଫର୍ଟିଲାଇଜର ବା ଜୈବିକ ତରଳ ସାର ପ୍ରସ୍ତୁତ କରୁଛନ୍ତି। ୧୬ ପ୍ରକାର ମାଇକ୍ରୋନ୍ୟୁଟ୍ରିଣ୍ଟ ଓ ପଙ୍କରୁ ଏହି ସାର ତିଆରି କରୁଛନ୍ତି ସଲିମ୍‌। ପ୍ରତି ଲିଟର ତରଳ ସାରର ଦାମ ରଖିଛନ୍ତି ୬୫ ଟଙ୍କା। ବଜାରରେ ଉପଲବ୍ଧ ରାସାୟନିକ ସାର ମୂଲ୍ୟ ତୁଳନାରେ ଏହାକୁ ୨୦% କମ୍‌ ଦାମରେ ସେ ଚାଷୀମାନଙ୍କୁ ଦେଉଛନ୍ତି। ଏହି ସାରର ବିଶେଷତ୍ୱ ହେଉଛି,ଏହାକୁ ଖେତରେ ପ୍ରୟୋଗ କରିବା ଦ୍ୱାରା ୨୦% ଅଧିକ ଫସଲ ଉପତ୍ାଦନ ହୋଇପାରୁଛି। ସଲିମ୍‌ଙ୍କ ଦ୍ୱାରା ପ୍ରସ୍ତୁତ ସାରକୁ ଉପଯୋଗ କରି ଏବେ ସୁରଟରେ ୪୦୦ କୃଷକ ଉପକୃତ ହେଉଛନ୍ତି। ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ପନିପରିବା ଓ ଶସ୍ୟରେ ବଢୁଥିତ୍ବା ବିଷାକ୍ତ ତତ୍ତ୍ୱ ଦୂର କରିବା ପାଇଁ ସେ ଏହା ପ୍ରସ୍ତୁତ କରିଛନ୍ତି ବୋଲି କହନ୍ତି ସଲିମ୍‌। ଏହି ସାର ପ୍ରୟୋଗ କରିବା ଯୋଗୁ କୀଟନାଶକ ବ୍ୟବହାର କରିବାକୁ ପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri