ଏଇ ଭାରତରେ

ମେଡିକାଲ କ୍ୟାରିୟରକୁ ପଛରେ ପକାଇ ଆଇପିଏସ୍‌ ହେବା ପରେ ଡ. ସଂଗ୍ରାମ ପାଟିଲ ରୋଗୀ ସେବାକୁ ଭୁଲିପାରିନାହାନ୍ତି। ମହାରାଷ୍ଟ୍ରରେ ରହନ୍ତି ସଂଗ୍ରାମଙ୍କ ପରିବାର । ୧୮ ଜଣ ଡାକ୍ତର ତାଙ୍କ ପରିବାରରେ ଅଛନ୍ତି। ସଂଗ୍ରାମ ୨୦୧୫ରେ ଆଇପିଏସ୍‌ ପାଇଥିଲେ। ଏହାପରେ ସେ ତେଲଙ୍ଗାନାର ମୁଲୁଗୁ ଏବଂ ଜୟଶଙ୍କର ଭୁପାଲପାଲ୍ଲୀ ଜିଲାର ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ (ଏସ୍‌ପି) ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ନିଜର ଦାୟିତ୍ୱ ତୁଲାଇବା ସହ ସେ ଜିଲାର ଦୁର୍ଗମ ଅଞ୍ଚଳରେ ରହୁଥିବା ୧୦୦ଟି ପଡ଼ାଗ୍ରାମର ୫,୦୦୦ ଗୋତିକୋୟା ଆଦିବାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ସେ ମଧ୍ୟ ଆଦିବାସୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଓ୍ୟଷଧ ଓ ଅନ୍ୟାନ୍ୟ ଉପକରଣ ବାବଦରେ ୭ ଲକ୍ଷ ଟଙ୍କା ବ୍ୟୟ କରିସାରିଲେଣି। ସଂଗ୍ରାମଙ୍କ ବୟସ ୩୬। ସେ ଏସ୍‌ପି ଭାବେ ବିଭିନ୍ନ ଅଞ୍ଚଳକୁ ଯିବା ଅବସରରେ ଆଦିବାସୀଙ୍କ ଚିକିତ୍ସା ଅଭାବ ସମ୍ପର୍କରେ ଜାଣିବାକୁ ପାଇବା ପରେ ଏହି ଅଭିଯାନ ଆରମ୍ଭ କରିଥିତ୍ଲେ। ଏହି ଅଭିଯାନରେ ସେ ୨୦ ଜଣ ଡାକ୍ତରଙ୍କୁ ମଧ୍ୟ ଯୋଡ଼ିଛନ୍ତି। ନିୟମିତ ବ୍ୟବଧାନରେ ସେହି ସବୁ ଅଞ୍ଚଳରେ ମେଡିକାଲ କ୍ୟାମ୍ପ କରୁଛନ୍ତି। କେବଳ ଏତିକି ନୁହେଁ, ଅଧାରୁ ପାଠ ଛାଡ଼ିଥିବା ନବମ ଏବଂ ଦଶମ ଶ୍ରେଣୀର ପ୍ରାୟ ୧,୦୦୦ ପିଲାଙ୍କୁ ପୁଣି ସ୍କୁଲକୁ ଆଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri