ଏଇ ଭାରତରେ

ମେଡିକାଲ କ୍ୟାରିୟରକୁ ପଛରେ ପକାଇ ଆଇପିଏସ୍‌ ହେବା ପରେ ଡ. ସଂଗ୍ରାମ ପାଟିଲ ରୋଗୀ ସେବାକୁ ଭୁଲିପାରିନାହାନ୍ତି। ମହାରାଷ୍ଟ୍ରରେ ରହନ୍ତି ସଂଗ୍ରାମଙ୍କ ପରିବାର । ୧୮ ଜଣ ଡାକ୍ତର ତାଙ୍କ ପରିବାରରେ ଅଛନ୍ତି। ସଂଗ୍ରାମ ୨୦୧୫ରେ ଆଇପିଏସ୍‌ ପାଇଥିଲେ। ଏହାପରେ ସେ ତେଲଙ୍ଗାନାର ମୁଲୁଗୁ ଏବଂ ଜୟଶଙ୍କର ଭୁପାଲପାଲ୍ଲୀ ଜିଲାର ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ (ଏସ୍‌ପି) ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ନିଜର ଦାୟିତ୍ୱ ତୁଲାଇବା ସହ ସେ ଜିଲାର ଦୁର୍ଗମ ଅଞ୍ଚଳରେ ରହୁଥିବା ୧୦୦ଟି ପଡ଼ାଗ୍ରାମର ୫,୦୦୦ ଗୋତିକୋୟା ଆଦିବାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ସେ ମଧ୍ୟ ଆଦିବାସୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଓ୍ୟଷଧ ଓ ଅନ୍ୟାନ୍ୟ ଉପକରଣ ବାବଦରେ ୭ ଲକ୍ଷ ଟଙ୍କା ବ୍ୟୟ କରିସାରିଲେଣି। ସଂଗ୍ରାମଙ୍କ ବୟସ ୩୬। ସେ ଏସ୍‌ପି ଭାବେ ବିଭିନ୍ନ ଅଞ୍ଚଳକୁ ଯିବା ଅବସରରେ ଆଦିବାସୀଙ୍କ ଚିକିତ୍ସା ଅଭାବ ସମ୍ପର୍କରେ ଜାଣିବାକୁ ପାଇବା ପରେ ଏହି ଅଭିଯାନ ଆରମ୍ଭ କରିଥିତ୍ଲେ। ଏହି ଅଭିଯାନରେ ସେ ୨୦ ଜଣ ଡାକ୍ତରଙ୍କୁ ମଧ୍ୟ ଯୋଡ଼ିଛନ୍ତି। ନିୟମିତ ବ୍ୟବଧାନରେ ସେହି ସବୁ ଅଞ୍ଚଳରେ ମେଡିକାଲ କ୍ୟାମ୍ପ କରୁଛନ୍ତି। କେବଳ ଏତିକି ନୁହେଁ, ଅଧାରୁ ପାଠ ଛାଡ଼ିଥିବା ନବମ ଏବଂ ଦଶମ ଶ୍ରେଣୀର ପ୍ରାୟ ୧,୦୦୦ ପିଲାଙ୍କୁ ପୁଣି ସ୍କୁଲକୁ ଆଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri