Posted inଖେଳ

ବାତିଲ ହୋଇପାରେ ମହିଳା ଟି୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨୯।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ସମୟରେ ହେଉଥିବା ୩ ଦଳ ବିଶିଷ୍ଟ ମହିଳା ଟି୨୦ ଚ୍ୟାଲେଞ୍ଜ ଏଥର ବାତିଲ ହେବା ସମ୍ଭାବନା ଦେଖାଦେଇଛି। ଭାରତରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିବାରୁ ଅନେକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଇଥିବାରୁ ଏହି ସ୍ଥିତି ଉପୁଜିଛି। ଅସ୍ବାଭାବିକ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଥିବାରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା କିମ୍ବା ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ ଭାରତକୁ ଆସିପାରିବେ ନାହିଁ। ତେଣୁ ଏହି ପ୍ରତିଯୋଗିତା ଆଶଙ୍କା ଘେରକୁ ଚାଲିଯାଇଛି। ଏବେ ମଧ୍ୟ ଭାରତୀୟ ଖେଳାଳିଙ୍କ କ୍ୱାରାଣ୍ଟାଇନ୍‌କୁ ନେଇ କୌଣସି ସମସ୍ୟା ନାହିଁ। ମାତ୍ର ବର୍ତ୍ତମାନ ଏଠାକାର ପରିବେଶକୁ କୌଣସି ବିଦେଶୀ ଖେଳାଳି ଆସିବାକୁ ଆଗ୍ରହୀ ନାହାନ୍ତି। ସ୍ଥିତିରେ ସୁଧାର ଆସିଲେ ଟୁର୍ନାମେଣ୍ଟ ପାଇଁ ପରେ ଏକ ଓ୍ବିଣ୍ଡୋ ବାହାର କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ କର୍ମକର୍ତ୍ତା ନିଜ ନାମ ଗୋପନ ସର୍ତ୍ତରେ ପ୍ରକାଶ କରିଛନ୍ତି। ଗତବର୍ଷ ଆଇପିଏଲ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହୋଇଥିଲା। ମାତ୍ର ସେତେବେଳେ ବିଗ୍‌ ବାଶ୍‌ ଲିଗ୍‌ ଚାଲିଥିବାରୁ କୌଣସି ଅଷ୍ଟ୍ରେଲିଆ ଖେଳାଳି ମହିଳା ଟି୨୦ ଚ୍ୟାଲେଞ୍ଜରେ ସାମିଲ ହୋଇପାରି ନ ଥିଲେ। ମହାମାରୀ ଯୋଗୁ ୟୁକେ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭାରତକୁ ବିମାନ ଚଳାଚଳ ବନ୍ଦ କରି ଦେଇଛନ୍ତି। ତେଣୁ ଆଗାମୀ ଟୁର୍ନାମେଣ୍ଟ ଆୟୋଜନ ଅସମ୍ଭବ ହୋଇପଡ଼ିବା ସୂଚନା ମିଳୁଛି। ଏହି ପ୍ରତିଯୋଗିତାରେ ୩ ଦଳ ସୁପରନୋଭାସ, ଭେଲୋସିଟି ଓ ଟ୍ରେଲବ୍ଲେଜର୍ସ ଭାଗ ନେଇଥାନ୍ତି। ”ମହିଳା ଟି୨୦ ଚ୍ୟାଲେଞ୍ଜର ସମସ୍ତ ମ୍ୟାଚ ଦିଲ୍ଲୀରେ ହେବାର ଥିଲା। ମାତ୍ର ବର୍ତ୍ତମାନ ସ୍ଥିତିରେ କେହି ଦିଲ୍ଲୀ ଆସିବାକୁ ପସନ୍ଦ କରୁନାହାନ୍ତି। ଏଥିପାଇଁ ଦାୟୀ ମଧ୍ୟ କାହାକୁ କରାଯାଇ ପାରିବ ନାହିଁ“ ବୋଲି ଅନ୍ୟ ଏକ ସୂତ୍ରରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?