ଏଇ ଭାରତରେ

ବହୁ ସମୟରେ ଲୋକଶକ୍ତି ବଳରେ ଅନେକ ପରିବେଶ ଉପଯୋଗୀ କାର୍ଯ୍ୟ କରାଯାଇଥାଏ। ଏମିତି ଏକ କାର୍ଯ୍ୟ କରିଛନ୍ତି ଗୁଜରାଟର ୮,୨୦୦ ଜନସଂଖ୍ୟାବିଶିଷ୍ଟ କୁକ୍‌ମା ଗାଁର ଲୋକେ। ଓ୍ବେଷ୍ଟଓ୍ବାଟର ବା ମଇଳାପାଣିକୁ ଫିଲ୍‌ଟର କରି ଗଛରେ ଦେଇ ବିରାଟ ଜଙ୍ଗଲ ସୃଷ୍ଟି କରିଛନ୍ତି। କୁକ୍‌ମାର ସରପଞ୍ଚ କଙ୍କୁବେନ୍‌ଙ୍କ ଉଦ୍ୟମରେ ଏହି କାର୍ଯ୍ୟ କରାଯାଇପାରିଛି। ଜଙ୍ଗଲରେ ୭,୦୦୦ ଗଛ ଲଗାଯାଇଛି ଓ ପ୍ରତିଦିନ ୧୦,୦୦୦ ଲିଟର ଓ୍ବେଷ୍ଟଓ୍ବାଟର ଫିଲ୍‌ଟର କରାଯାଇ ଗଛରେ ଦିଆଯାଉଛି। କଚ୍ଛରେ ଫ୍ୟାକ୍ଟ୍ରିରୁ ନିଷ୍କାସିତ କେମିକାଲ ମିଶ୍ରିତ ବିଷାକ୍ତ ପାଣିକୁ ଆର୍‌ଓ ପ୍ଲାଣ୍ଟ ଦ୍ୱାରା ଫିଲ୍‌ଟର କରାଯାଉଛି। ଗାଁର ପାଖାପାଖି ୪୦ ଜଣ ଯୁବକ ସ୍ବେଚ୍ଛାକୃତ ଭାବେ ଗଛ ଲଗାଇବାରେ ସାହାଯ୍ୟ କରିଛନ୍ତି। ବିଷାକ୍ତ ତଥା ମଇଳା ପାଣିର ପୁନଃ ଉପଯୋଗ ହେବା ଯୋଗୁ ପରିବେଶ ପ୍ରଦୂଷଣ ଦୂର ହୋଇଛି। ଅନ୍ୟ ପକ୍ଷରେ ଗାଁର ଭୂତଳ ଜଳ ସ୍ତର ମଧ୍ୟ ବଢ଼ିଛି। ଜଙ୍ଗଲର ରକ୍ଷଣାବେକ୍ଷଣ ପାଇଁ ୧୦ ଜଣ ମହିଳାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। କୁକ୍‌ମା ଗାଁର ଜଙ୍ଗଲକୁ ଆଖପାଖ ଗ୍ରାମଗୁଡ଼ିକରୁ ଲୋକେ ଦେଖିବାକୁ ଆସୁଛନ୍ତି ଓ ଏଭଳି ଜଙ୍ଗଲ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କହନ୍ତି ସରପଞ୍ଚ କଙ୍କୁବେନ୍‌। ମଇଳା ପାଣି ଫିଲ୍‌ଟର ହେବା ପରେ ଚାଷଜମିର ପ୍ରଦୂଷଣ କମିଛିି ଓ ଫସଲ ଉପତ୍ାଦନ ବୃଦ୍ଧି ପାଉଛି। ଲୋକମାନଙ୍କ ସହଯୋଗରେ ଏକ ଅର୍ଗାନିକ ଗାର୍ଡେନ କରିବା ଲକ୍ଷ୍ୟ ରଖିଛନ୍ତି କଙ୍କୁବେନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri