ଏଇ ଭାରତରେ

ବହୁ ସମୟରେ ଲୋକଶକ୍ତି ବଳରେ ଅନେକ ପରିବେଶ ଉପଯୋଗୀ କାର୍ଯ୍ୟ କରାଯାଇଥାଏ। ଏମିତି ଏକ କାର୍ଯ୍ୟ କରିଛନ୍ତି ଗୁଜରାଟର ୮,୨୦୦ ଜନସଂଖ୍ୟାବିଶିଷ୍ଟ କୁକ୍‌ମା ଗାଁର ଲୋକେ। ଓ୍ବେଷ୍ଟଓ୍ବାଟର ବା ମଇଳାପାଣିକୁ ଫିଲ୍‌ଟର କରି ଗଛରେ ଦେଇ ବିରାଟ ଜଙ୍ଗଲ ସୃଷ୍ଟି କରିଛନ୍ତି। କୁକ୍‌ମାର ସରପଞ୍ଚ କଙ୍କୁବେନ୍‌ଙ୍କ ଉଦ୍ୟମରେ ଏହି କାର୍ଯ୍ୟ କରାଯାଇପାରିଛି। ଜଙ୍ଗଲରେ ୭,୦୦୦ ଗଛ ଲଗାଯାଇଛି ଓ ପ୍ରତିଦିନ ୧୦,୦୦୦ ଲିଟର ଓ୍ବେଷ୍ଟଓ୍ବାଟର ଫିଲ୍‌ଟର କରାଯାଇ ଗଛରେ ଦିଆଯାଉଛି। କଚ୍ଛରେ ଫ୍ୟାକ୍ଟ୍ରିରୁ ନିଷ୍କାସିତ କେମିକାଲ ମିଶ୍ରିତ ବିଷାକ୍ତ ପାଣିକୁ ଆର୍‌ଓ ପ୍ଲାଣ୍ଟ ଦ୍ୱାରା ଫିଲ୍‌ଟର କରାଯାଉଛି। ଗାଁର ପାଖାପାଖି ୪୦ ଜଣ ଯୁବକ ସ୍ବେଚ୍ଛାକୃତ ଭାବେ ଗଛ ଲଗାଇବାରେ ସାହାଯ୍ୟ କରିଛନ୍ତି। ବିଷାକ୍ତ ତଥା ମଇଳା ପାଣିର ପୁନଃ ଉପଯୋଗ ହେବା ଯୋଗୁ ପରିବେଶ ପ୍ରଦୂଷଣ ଦୂର ହୋଇଛି। ଅନ୍ୟ ପକ୍ଷରେ ଗାଁର ଭୂତଳ ଜଳ ସ୍ତର ମଧ୍ୟ ବଢ଼ିଛି। ଜଙ୍ଗଲର ରକ୍ଷଣାବେକ୍ଷଣ ପାଇଁ ୧୦ ଜଣ ମହିଳାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। କୁକ୍‌ମା ଗାଁର ଜଙ୍ଗଲକୁ ଆଖପାଖ ଗ୍ରାମଗୁଡ଼ିକରୁ ଲୋକେ ଦେଖିବାକୁ ଆସୁଛନ୍ତି ଓ ଏଭଳି ଜଙ୍ଗଲ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କହନ୍ତି ସରପଞ୍ଚ କଙ୍କୁବେନ୍‌। ମଇଳା ପାଣି ଫିଲ୍‌ଟର ହେବା ପରେ ଚାଷଜମିର ପ୍ରଦୂଷଣ କମିଛିି ଓ ଫସଲ ଉପତ୍ାଦନ ବୃଦ୍ଧି ପାଉଛି। ଲୋକମାନଙ୍କ ସହଯୋଗରେ ଏକ ଅର୍ଗାନିକ ଗାର୍ଡେନ କରିବା ଲକ୍ଷ୍ୟ ରଖିଛନ୍ତି କଙ୍କୁବେନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri