ଏଇ ଭାରତରେ

ଲକ୍‌ଡାଉନ ଦୁଃଖ ଦେଇଥିଲେ ବି ମହାରାଷ୍ଟ୍ରର ୧୧ ଜଣ କୃଷକଙ୍କ ପାଇଁ ଏହା ଆଣିଛି ଏକ ବଡ଼ ସୁଯୋଗ। ଏହାକୁ ସେମାନେ ଉପଯୋଗ କରି ଶହ ଶହ କୃଷକଙ୍କୁ ଆୟର ପନ୍ଥା ଯୋଗାଇଦେଇଛନ୍ତି। ଅହମଦନଗରର ଏହି କୃଷକମାନେ ‘କିଷାନ କନେକ୍ଟ’ କମ୍ପାନୀ ପ୍ରତିଷ୍ଠା କରି ଲକ୍‌ଡାଉନ ସମୟରେ ପରିବା ବିକ୍ରି ଆରମ୍ଭ କରିଥିଲେ। ଏହି କମ୍ପାନୀ ପ୍ରତିଷ୍ଠା କରିବାର ମୁଖ୍ୟ ଭୂମିକାରେ ରହିଛନ୍ତି ୩୯ ବର୍ଷୀୟ ମନୀଷ ମୋରେ। ମନୀଷ କୃଷିରେ ସ୍ନାତକ ଡିଗ୍ରୀ ହାସଲ କରି ଚାକିରି କରିଥିତ୍ଲେ ଓ ୨୦୦୮ରେ ଚାକିରି ଛାଡ଼ି ଚାଷ ଆରମ୍ଭ କରିଥିଲେ। କୃଷକମାନେ କମ୍ପାନୀ ମାଧ୍ୟମରେ ମୁମ୍ବାଇ, ପୁଣେ ସହରରେ ପରିବା ବିକ୍ରିକରି ମୋଟା ଅଙ୍କର ଲାଭ ପାଇପାରିଛନ୍ତି। ସେମାନେ ସୋସିଆଲ ମିଡିଆରେ ଲୋକଙ୍କ ସହ ଯୋଗାଯୋଗ କରି ପରିବା ବିକ୍ରି କରୁଛନ୍ତି। କୌଣସି ମଧ୍ୟସ୍ଥଙ୍କର ଆବଶ୍ୟକତା ପଡୁନାହିଁ। ୧୧ଜଣ କୃଷକ ସେମାନଙ୍କ ଯାତ୍ରା ଆରମ୍ଭ କରି ଏବେ ବିଭିନ୍ନ ଅଞ୍ଚଳର ୪୮୦ ଜଣ କୃଷକଙ୍କୁ କମ୍ପାନୀ ସହ ଯୋଡ଼ିପାରିଛନ୍ତି। ସେମାନଙ୍କ ମାଧ୍ୟମରେ ପରିବା ସଂଗ୍ରହ କରାଯାଉଛି ଓ ବିକ୍ରି କରାଯାଉଛି । ଏବେ ସୁଦ୍ଧା ସେମାନେ ୬.୬ କୋଟି ଟଙ୍କା ଲାଭ କରିପାରିଛନ୍ତି। ଲୋକଙ୍କଠାରୁ ଅର୍ଡର ପାଇବା ପରେ ୪ କେ.ଜି.ରୁ ୧୨ କେ.ଜି. ପରିବା ବାସ୍କେଟ୍‌କୁ ସେମାନଙ୍କ ଘରେ ୨୪ ଘଣ୍ଟା ମଧ୍ୟରେ ପହଞ୍ଚାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri