ନିଯୁକ୍ତିରେ ବିଳମ୍ବ

Dillip Cherian

ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିକୁ କାହିଁକି ରୋକାଯାଇଛି ତାହା ସମସ୍ତଙ୍କୁ ଚକିତ କରିଛି। ଗତ ବର୍ଷ ସେପ୍ଟେମ୍ବର ପରଠାରୁ ଦି ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ସିଲେକ୍‌ଶନ ବୋର୍ଡ ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୟନ ବୋର୍ଡ (ପିଇଏସ୍‌ବି) ବିନା ଅଧ୍ୟକ୍ଷରେ କାର୍ଯ୍ୟ କରିଆସୁଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି। ସେତେବେଳର ଅଧ୍ୟକ୍ଷ ରାଜୀବ କୁମାରଙ୍କୁ ବଦଳି କରାଯାଇ ନିର୍ବାଚନ କମିଶନ ଭାବେ ନିଯୁକ୍ତି ଦିଆଯିବା ପରେ ପିଇଏସ୍‌ବିର ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ଏହାର ଗୁରୁତ୍ୱପୂର୍ଣ୍ଣ ତିନୋଟି ସଦସ୍ୟ ପଦରୁ ଗୋଟିଏ ବହୁଦିନ ହେବ ପୂରଣ କରାଯାଇନାହିଁ। କୌତୂହଳର କଥା,ସିଲେକ୍‌ଶନ ବୋର୍ଡ ଗତ ୫ ବର୍ଷ ମଧ୍ୟରେ ୫ ଜଣ ଅଧ୍ୟକ୍ଷଙ୍କୁ ଦେଖିଛି ଏବଂ ଏବେ ୬ଷ୍ଠ ଜଣଙ୍କ ଅପେକ୍ଷାରେ ରହିଛି। ଶେଷରେ ପଦବୀ ଖାଲିଥିବା ଘଟଣା କାର୍ମିକ, ସାଧାରଣ ଅଭିଯୋଗ, ଆଇନ ଓ ନ୍ୟାୟ ବିଭାଗର ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ କମିଟିର ଜ୍ଞାତକୁ ଆସିଛି। ପିଇଏସ୍‌ବିରେ ଶୀର୍ଷ ପଦବୀଗୁଡ଼ିକୁ ପୂରଣ କରିବାରେ ମୋଦି ସରକାରଙ୍କ ଅକ୍ଷମତା ଉପରେ ଏହି କମିଟି ମଧ୍ୟ ପ୍ରତିକୂଳ ମନ୍ତବ୍ୟ ଦେଇଛି। କେତେ ପଦବୀ ଖାଲି ରହିଛି ସେ ସମ୍ପର୍କରେ ତିନି ମାସ ମଧ୍ୟରେ ଜଣାଇବା ସହ କାହିଁକି ଏହି ପଦବୀଗୁଡ଼ିକ ପୂରଣ କରାଯାଇନାହିଁ ତାହାର କାରଣ ଦର୍ଶାଇବା ଲାଗି ପିଇଏସ୍‌ବିକୁ ପାର୍ଲାମେଣ୍ଟାରୀ କମିଟି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏହାବାଦ୍‌ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ମହିଳାମାନଙ୍କ ସଂଖ୍ୟା ଅତି ଖରାପ ବୋଲି କମିଟି କ୍ଷୋଭର ସହ ଉଲ୍ଲେଖ କରିଛି। ଆଶାୟୀ ଦକ୍ଷ ମହିଳାମାନଙ୍କ ଅଭାବ ଯୋଗୁ ଏମିତି ହୋଇଛି ନା ସେମାନଙ୍କ ପ୍ରବେଶକୁ ବାଧା ଦିଆଯାଇଛି, ସେ ସମ୍ପର୍କରେ ପିଇଏସ୍‌ବିଠାରୁ କମିଟି ଜାଣିବାକୁ ଚାହଁିଛି। ସ୍ପଷ୍ଟତଃ, ସିଏମ୍‌ଡି ( ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ) ଓ ନିର୍ଦ୍ଦେଶକ ପଦବୀଗୁଡ଼ିକରୁ ୧୩୫ଟିରୁ ଅଧିକ ପଦବୀ ପୂରଣ କରାଯାଇନାହିଁ। ଅନେକ ସିଏମ୍‌ଡି ମଧ୍ୟ ବର୍ଷେ ଭିତରେ ଅବସର ନେବାକୁ ଯାଉଛନ୍ତି। ଏଣୁ ପଦବୀ ପୂରଣ କରିବା ପାଇଁ ଯଦି ପଦକ୍ଷେପ ନିଆ ନ ଯାଏ, ତେବେ ଆହୁରି ଅଧିକ ପଦବୀ ଖାଲି ପଡିବାର ଆଶଙ୍କା ରହିଛି।
ଜୋର୍‌ସୋର୍‌ରେ ଲାଗିଛି ସିଭିସି
ଶୃଙ୍ଖଳାଗତ ମାମଲାଗୁଡ଼ିକର ସମାଧାନରେ ଅହେତୁକ ବିଳମ୍ବ ହେତୁ ଏକ ପାର୍ଲାମେଣ୍ଟାରି କମିଟି ବିରକ୍ତି ପ୍ରକାଶ କରିଛି। ପଦକ୍ଷେପ ନେବାରେ ନିଷ୍କ୍ରିୟତା ପ୍ରକାଶ କରିଥିବା କିମ୍ବା ବିଳମ୍ବ କରିବାରେ ଉତ୍ତରଦାୟୀ ଅଧିତ୍କାରୀମାନଙ୍କର ସନ୍ଧାନ କରିବା ପାଇଁ କମିଟି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି)କୁ ସୁପାରିସ କରିଛି। ସିଭିସିର ଯାଞ୍ଚ ଦକ୍ଷତା ଏବଂ ଡାଟାବେସ ମଜଭୁତ କରିବା ଲାଗି ତାକୁ ପାଣ୍ଠି ଯୋଗାଇ ଦେବାକୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ମଧ୍ୟ କମିଟି କହିଛି। କମିଟିକୁ ସିଭିସି ରିର୍ପୋଟ ପ୍ରଦାନ କରିଛନ୍ତି। ଏଥିରେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସନ(ସିବିଡିଟି), ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସେସ୍‌ ଆଣ୍ଡ୍‌ କଷ୍ଟମ୍ସ(ସିବିଆଇସି) ଏବଂ ରେଲଓ୍ବେ ଆଦି ଭିଜିଲାନ୍ସ ମାମଲାଗୁଡ଼ିକ ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାରେ ବିଳମ୍ବକୁ ଲକ୍ଷ୍ୟକରି ସିଭିସି ସେମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସିଭିସି ରିପୋର୍ଟ ଅନୁଯାୟୀ, ୨୦୨୦ରେ ଗ୍ରହଣ କରାଯାଇଥିବା ୩୩୭୧ ମାମଲା ମଧ୍ୟରୁ କମିଶନ ୨୭୧୭ ମାମଲାର ଟେଣ୍ଡରିଂ ଆଡଭାଇସ ଉପାୟରେ ସମାଧାନ କରିଛନ୍ତି। ତେବେ ଏଥିରୁ ଜଣାପଡ଼ୁଛି ଯେ, ମାମଲାଗୁଡ଼ିକର କାର୍ଯ୍ୟପନ୍ଥା ଗ୍ରହଣ କରିବାରେ ବିଳମ୍ବ ଯୋଗୁ ୬୫୪ଟି ମାମଲା ୨୦୨୧କୁ ଆସିବାର ଅଛି। କିନ୍ତୁ ସିଭିସି ସାମ୍‌ନା କରିଥିବା ଅର୍ଥାଭାବକୁ ଲକ୍ଷ୍ୟ କରି ଏହାକୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେବାକୁ କମିଟି ସରକାରଙ୍କୁ ପରାମର୍ଶ ଦେବା ଲାଗି ନିଷ୍ପତ୍ତି ନେଲା ପରେ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରି ଏବଂ ତାଙ୍କ ଟିମ୍‌ ଉତ୍ସାହିତ ହେବା ସହ ଏକ ସକାରାମତ୍କ ପ୍ରଭାବ ପରିଲକ୍ଷିତ ହୋଇଛି।
କ୍ୟାଡର ସମୀକ୍ଷା ଚିନ୍ତା
ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଏବଂ ଅନ୍ୟ ସବୁ ସେବାର କ୍ୟାଡର କଣ୍ଟ୍ରୋଲିଂ ଅଥରିଟିମାନେ ଠିକ୍‌ ଭାବେ କାର୍ଯ୍ୟ କଲେ ତାହା ସରକାରଙ୍କୁ ଆଗକୁ ନୂତନ ପ୍ରଶାସନିକ ସଂସ୍କାର ଗ୍ରହଣ କରିବା ଲାଗି ଅନୁମତିି ଦେବ। ଏହି ଲକ୍ଷ୍ୟ ନେଇ ପଦକ୍ଷେପ ଗ୍ରହଣ କରିବା ପରେ ମୋଦି ସରକାର ଶ୍ୱାସରୁଦ୍ଧ ହେବା ଭଳି ଅନୁଭବ କରୁଛନ୍ତି। ସରକାରଙ୍କ ଏହି ସଂସ୍କାରରେ ପୁରୁଣାକାଳିଆ ସେବା ବନ୍ଦ ହୋଇପାରେ ଏବଂ ପ୍ରଶାସନିକ ଦକ୍ଷତା ବଢାଇବା ପାଇଁ କିଛି କ୍ୟାଡରକୁ ସାମିଲ ବି କରାଯାଇପାରେ। ସୂତ୍ରରୁ ଜଣାପଡ଼ିଛି ଯେ,କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ(ଡିଓପିଟି)ର ସଚିବ ଦୀପକ ଖାଣ୍ଡେକର ସମସ୍ତ କ୍ୟାଡର କଣ୍ଟ୍ରୋଲିଂ ଅଥରିଟିଙ୍କୁ ଯୁଗ୍ମ ସଚିବ ସ୍ତରର ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କ୍ୟାଡର ସମୀକ୍ଷା ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ହେଉଥିତ୍ବା ନିଶ୍ଚିତ କରିବାକୁ ଯାଇ ସେ ଏହା କରିଛନ୍ତି। ୫ ବର୍ଷରେ ସବୁ ସର୍ଭିସ ପାଇଁ ଗୋଟିଏ ପର୍ଯ୍ୟାୟ କ୍ୟାଡର ସମୀକ୍ଷା କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସରକାରୀ ସେବାଗୁଡ଼ିକରେ ଖାଲି ପଦବୀ ସଂଖ୍ୟା ବୃଦ୍ଧି, ପଦୋନ୍ନତିରେ ବିଳମ୍ବ ଯୋଗୁ ପ୍ରଭାବିତ ହୋଇଥିବା ଅଧିତ୍କାରୀମାନଙ୍କ ଅଭିଯୋଗକୁ ଲକ୍ଷ୍ୟ କରି ସରକାର ଏପରି ପଦକ୍ଷେପ ନେଇଛନ୍ତି। ତେବେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗରେ ଥିବା କ୍ୟାଡର କଣ୍ଟ୍ରୋଲିଂ ଅଥରିଟି ସମୟ ସୀମା ମଧ୍ୟରେ ସମୀକ୍ଷା କରିବାକୁ ବିଫଳ ହୋଇଛନ୍ତି। ଏଥିପାଇଁ କୋଭିଡ ମହାମାରୀକୁ ଏମାନେ ଦାୟୀ କରିଛନ୍ତି। କିନ୍ତୁ ନିଯୁକ୍ତି ପାଇଁ ଡିଓପିଟିର ନିର୍ଦ୍ଦେଶ ପରେ ସରକାର ସେମାନଙ୍କର ଏଭଳି ବହାନା ବା ଯୁକ୍ତିକୁ ଗ୍ରହଣ କରିବାକୁ ଚାହଁୁନାହାନ୍ତି। ସରକାର ତାଙ୍କ କାର୍ଯ୍ୟରେ ସଫଳ ହେବା, କ୍ୟାଡର ଢାଞ୍ଚାକୁ ସରଲ କରିବା ତଥା ଏବକାର ବ୍ୟବସ୍ଥାରେ ଥିବା ଅଭାବ ଦୂର କରିବା ପାଇଁ ତାଙ୍କ ଅଭିଯାନ ଜାରି ରଖିବାକୁ ଚାହଁୁଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri