ଏଇ ଭାରତରେ

ବିଜନେସ୍‌ ଲ’ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଚାହିଁଥିଲେ ଜଣେ ଭଲ ଆଇନଜୀବୀ ହୋଇପାରିଥାଆନ୍ତେ ଶୋକାଥ ଜମାଲ। କିନ୍ତୁ ସେ ସାଗରର ସୁରକ୍ଷା ଏବଂ ବେଳାଭୂମିର ସ୍ବଚ୍ଛତା ଉପରେ କାର୍ଯ୍ୟ କରୁଛନ୍ତି। ବେ ଅଫ ଲାଇଫ ସର୍ଫିଙ୍ଗ ସ୍କୁଲ ଖୋଲି ଛାତ୍ର ଓ ବୟସ୍କମାନଙ୍କୁ ମାଗଣାରେ ସର୍ଫିଙ୍ଗ ପ୍ରଶିକ୍ଷଣ ଦେଇ ସେମାନଙ୍କ ସହଯୋଗରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କେବଳ ଏତିକି ନୁହେଁ, ସେ ବନ୍ୟଜୀବ ସୁରକ୍ଷା ଏବଂ ଜନସଂଖ୍ୟା ନିୟନ୍ତ୍ରଣ କରିବା ଦିଗରେ ଅଭିଯାନ ଚଳାଇଛନ୍ତି। ତାମିଲନାଡୁ ଚେନ୍ନାଇର କୋଭାଲାମ ବିଚ୍‌ରେ ସେ ବର୍ଜ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରି ଏଯାବତ୍‌ ୨୪,୦୦୦ କେ.ଜି. ବର୍ଜ୍ୟ ସଂଗ୍ରହ କରିସାରିଛନ୍ତି। ସର୍ଫିଙ୍ଗ ସ୍କୁଲ ଖୋଲିବା ପୂର୍ବରୁ ସେ ବିଚ୍‌ରେ ବିଦେଶୀମାନଙ୍କଠାରୁ ସର୍ଫିଙ୍ଗ ପ୍ରଶିକ୍ଷଣ ନେଇଥିଲେ। ୨୦୧୭ରେ ପ୍ରଥମେ କଲେଜ ଛାତ୍ରମାନଙ୍କୁ ନେଇ ବିଚରେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଦୁଇ ବର୍ଷ ମଧ୍ୟରେ ୫୦୦ କେ.ଜି. ବର୍ଜ୍ୟ ସଂଗ୍ରହ କରାଯାଇପାରିଥିଲା। ଏବେ ସୁଦ୍ଧା ୬୬ ଜଣ ବ୍ୟକ୍ତି ବିଚ୍‌ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ମାଗଣାରେ ସର୍ଫିଙ୍ଗ ପ୍ରଶିକ୍ଷଶ ନେଇସାରିଛନ୍ତି। ମୋଟରେ ସର୍ଫିଙ୍ଗ୍‌ ସ୍କୁଲରେ ମାଗଣାରେ ୯,୦୦୦ ଛାତ୍ର ପ୍ରଶିକ୍ଷଣ ପାଇସାରିଛନ୍ତି। ଏଥିପାଇଁ ୧୪ ଜଣ ସର୍ଫର ପ୍ରଶିକ୍ଷକ ରହିଛନ୍ତି। ମାଗଣାରେ ସର୍ଫିଙ୍ଗ୍‌ ଶିଖିବାକୁ ହେଲେ ଛାତ୍ରମାନଙ୍କୁ ବର୍ଜ୍ୟ ଗୋଟେଇ ବେ ଅଫ୍‌ ଲାଇଫ୍‌ ଅଫିସ୍‌ରେ ଦେଉଛନ୍ତି। ସେହିପରି ବୟସ୍କମାନେ ୫ କେ.ଜି. ବର୍ଜ୍ୟ ସଂଗ୍ରହ କରିବାକୁ ପଡୁଛି। ଅନ୍ୟମାନେ ଦେୟ ଦେଇ ସର୍ଫିଙ୍ଗ ଶିକ୍ଷା ନେଉଛନ୍ତି। ଏଥିରୁ ଯାହା ଆୟ ହେଉଛି ତାହାକୁ ଜମାଲ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଲଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri