ଏଇ ଭାରତରେ

ନିଜର ଦୈନିକ ଆୟ କମ୍‌, କିନ୍ତୁ ପ୍ରତିଦିନ ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ତାମିଲନାଡୁର ତ୍ରିଚିର ବାସିନ୍ଦା ଚନ୍ଦ୍ରଶେଖର। ସେ ପେସାରେ ଜଣେ ଓ୍ବେଲ୍‌ଡର । ଲକ୍‌ଡାଉନ ସମୟରେ ଅଗଷ୍ଟ ୨୦୨୦ରେ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଋଣ ଆଣି ରାସ୍ତା କଡ଼ରେ ଏକ ଫୁଡ୍‌ ଷ୍ଟଲ୍‌ ଆରମ୍ଭ କରି ଅସହାୟମାନଙ୍କୁ ଖାଦ୍ୟ ଦେବା ଆରମ୍ଭ କରିଥିଲେ। ଏବେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଚନ୍ଦ୍ରଶେଖରଙ୍କ ସ୍ତ୍ରୀ ପୁଷ୍ପାରାଣୀ ତାଙ୍କୁ ସାହାଯ୍ୟ କରୁଛନ୍ତି। ଲକ୍‌ଡାଉନରେ କ୍ଷତିଗ୍ରସ୍ତ, ଗୃହହୀନ ବୟସ୍କ, ଦିନମଜୁରିଆ ଏବଂ ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କୁ ଖାଦ୍ୟ ଯୋଗାଉଥିଲେ ଏବଂ ଆଜି ବି ସେମାନେ ତାଙ୍କ ଷ୍ଟଲ୍‌ରୁ ଖାଦ୍ୟ ନେଉଛନ୍ତି। ଷ୍ଟଲ୍‌ଟି ରହିଛି ତ୍ରିଚି ସରକାରୀ ଆଇନ ମହାବିଦ୍ୟାଳୟ ନିକଟରେ।
ଜଳଖିଆରେ ସେ ଇଡ୍‌ଲି, ଚଟଣି ଏବଂ ଲଞ୍ଚରେ ଭେଜିଟେବ୍‌ଲ ରାଇସ, ପୁଦିନା ରାଇସ, କୋକୋନଟ ରାଇସ ଆଦି ଦେଉଥିଲେ ଲକ୍‌ଡାଉନ ସମୟରେ। ଏବେ ସେ ସାଦା ଭାତ ସହ ସମ୍ବର ଏବଂ ତରକାରି ଦେବା ଆରମ୍ଭ କରିଛନ୍ତି। ଜଳଖିଆ ୧ଟଙ୍କାରେ ଓ ମିଲ୍‌ ୫ଟଙ୍କାରେ ଦେଉଛନ୍ତି। ପ୍ରତିଦିନ ୨୦ଟି ମିଲ୍‌ ମାଗଣାରେ ଖାଇଥାଆନ୍ତି ଗୃହହୀନ ଓ ଅସହାୟ ବୟସ୍କମାନେ। ଭୋର ୪ଟାରେ ଉଠି ଚନ୍ଦ୍ରଶେଖର ତାଙ୍କ ପରିବାର ସଦସ୍ୟଙ୍କ ସହଯୋଗରେ ଜଳଖିତ୍ଆ ପ୍ରସ୍ତୁତ କରନ୍ତି । ତାଙ୍କ ପିଲାମାନେ ପରିବା କଟାଠାରୁ ଆରମ୍ଭ କରି ବାସନ ମଜା କାର୍ଯ୍ୟ କରିଦିଅନ୍ତି। ଖାଦ୍ୟ ପ୍ରସ୍ତୁତ ହୋଇଗଲେ ଷ୍ଟଲ୍‌କୁ ନେବା ପରେ ସମସ୍ତେ ଧାଡ଼ିରେ ଆସି ଖାଦ୍ୟ ନେଇଥାଆନ୍ତି। ଜଳଖିତ୍ଆ ସମୟ ରଖାଯାଇଛି ସକାଳ ୭ଟାରୁ ୧୧ ଏବଂ ଲଞ୍ଚ ପାଇଁ ସମୟ ରହିଛି ୧୨ଟାରୁ ୩ଟା। ଦିନକୁ ଏଥିତ୍ରୁ ଚନ୍ଦ୍ରଶେଖର ୭୫୦ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ଖର୍ଚ୍ଚ କରୁଛନ୍ତି ୬ ହଜାର ଟଙ୍କା। ଦୈନିକ ସେ ୫୦୦ ଟଙ୍କା ବ୍ୟାଙ୍କକୁ ଦିଅନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri