ଏଇ ଭାରତରେ

ନିଜର ଦୈନିକ ଆୟ କମ୍‌, କିନ୍ତୁ ପ୍ରତିଦିନ ୪୦୦ ଲୋକଙ୍କୁ ୫ ଟଙ୍କାରେ ମିଲ୍‌ ଯୋଗାଇ ଦେଉଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ତାମିଲନାଡୁର ତ୍ରିଚିର ବାସିନ୍ଦା ଚନ୍ଦ୍ରଶେଖର। ସେ ପେସାରେ ଜଣେ ଓ୍ବେଲ୍‌ଡର । ଲକ୍‌ଡାଉନ ସମୟରେ ଅଗଷ୍ଟ ୨୦୨୦ରେ ବ୍ୟାଙ୍କରୁ ୫୦,୦୦୦ ଟଙ୍କା ଋଣ ଆଣି ରାସ୍ତା କଡ଼ରେ ଏକ ଫୁଡ୍‌ ଷ୍ଟଲ୍‌ ଆରମ୍ଭ କରି ଅସହାୟମାନଙ୍କୁ ଖାଦ୍ୟ ଦେବା ଆରମ୍ଭ କରିଥିଲେ। ଏବେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ଚନ୍ଦ୍ରଶେଖରଙ୍କ ସ୍ତ୍ରୀ ପୁଷ୍ପାରାଣୀ ତାଙ୍କୁ ସାହାଯ୍ୟ କରୁଛନ୍ତି। ଲକ୍‌ଡାଉନରେ କ୍ଷତିଗ୍ରସ୍ତ, ଗୃହହୀନ ବୟସ୍କ, ଦିନମଜୁରିଆ ଏବଂ ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କୁ ଖାଦ୍ୟ ଯୋଗାଉଥିଲେ ଏବଂ ଆଜି ବି ସେମାନେ ତାଙ୍କ ଷ୍ଟଲ୍‌ରୁ ଖାଦ୍ୟ ନେଉଛନ୍ତି। ଷ୍ଟଲ୍‌ଟି ରହିଛି ତ୍ରିଚି ସରକାରୀ ଆଇନ ମହାବିଦ୍ୟାଳୟ ନିକଟରେ।
ଜଳଖିଆରେ ସେ ଇଡ୍‌ଲି, ଚଟଣି ଏବଂ ଲଞ୍ଚରେ ଭେଜିଟେବ୍‌ଲ ରାଇସ, ପୁଦିନା ରାଇସ, କୋକୋନଟ ରାଇସ ଆଦି ଦେଉଥିଲେ ଲକ୍‌ଡାଉନ ସମୟରେ। ଏବେ ସେ ସାଦା ଭାତ ସହ ସମ୍ବର ଏବଂ ତରକାରି ଦେବା ଆରମ୍ଭ କରିଛନ୍ତି। ଜଳଖିଆ ୧ଟଙ୍କାରେ ଓ ମିଲ୍‌ ୫ଟଙ୍କାରେ ଦେଉଛନ୍ତି। ପ୍ରତିଦିନ ୨୦ଟି ମିଲ୍‌ ମାଗଣାରେ ଖାଇଥାଆନ୍ତି ଗୃହହୀନ ଓ ଅସହାୟ ବୟସ୍କମାନେ। ଭୋର ୪ଟାରେ ଉଠି ଚନ୍ଦ୍ରଶେଖର ତାଙ୍କ ପରିବାର ସଦସ୍ୟଙ୍କ ସହଯୋଗରେ ଜଳଖିତ୍ଆ ପ୍ରସ୍ତୁତ କରନ୍ତି । ତାଙ୍କ ପିଲାମାନେ ପରିବା କଟାଠାରୁ ଆରମ୍ଭ କରି ବାସନ ମଜା କାର୍ଯ୍ୟ କରିଦିଅନ୍ତି। ଖାଦ୍ୟ ପ୍ରସ୍ତୁତ ହୋଇଗଲେ ଷ୍ଟଲ୍‌କୁ ନେବା ପରେ ସମସ୍ତେ ଧାଡ଼ିରେ ଆସି ଖାଦ୍ୟ ନେଇଥାଆନ୍ତି। ଜଳଖିତ୍ଆ ସମୟ ରଖାଯାଇଛି ସକାଳ ୭ଟାରୁ ୧୧ ଏବଂ ଲଞ୍ଚ ପାଇଁ ସମୟ ରହିଛି ୧୨ଟାରୁ ୩ଟା। ଦିନକୁ ଏଥିତ୍ରୁ ଚନ୍ଦ୍ରଶେଖର ୭୫୦ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ଖର୍ଚ୍ଚ କରୁଛନ୍ତି ୬ ହଜାର ଟଙ୍କା। ଦୈନିକ ସେ ୫୦୦ ଟଙ୍କା ବ୍ୟାଙ୍କକୁ ଦିଅନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri