ଏଇ ଭାରତରେ

ନବମ ଶ୍ରେଣୀର ଛାତ୍ର ରିଶଭ ପ୍ରସୋଭଙ୍କ ମାନସିକତାକୁ ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ଲାଗେ। ବେଙ୍ଗାଲୁରୁର ୧୪ ବର୍ଷ ବୟସର ଏହି ଛାତ୍ର ଜଳ ଅପବ୍ୟୟ ରୋକିବାରେ ଲାଗିଛନ୍ତି। ତାଙ୍କ ଆଖପାଖ ଲୋକଙ୍କ ଘରେ ତଥା ଅନେକ ହଷ୍ଟେଲ ଓ ସ୍କୁଲରେ ଟ୍ୟାପ୍‌ଗୁଡ଼ିକରେ ଏରଟର ଲଗାଇ ଜଳ ସଂରକ୍ଷଣ କରିବାର ବାଟ ଦେଖାଉଛନ୍ତି। ୨୦୫୦ ସୁଦ୍ଧା ଜଳ ସଙ୍କଟ ଦେଖାଯିବ ଓ ଭାରତରେ ମୁଣ୍ଡପିଛା ଜଳ ବ୍ୟବହାର ବହୁତ କମିଯିବ ବୋଲି ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହାକୁ ଲକ୍ଷ୍ୟ କରି ରିଶଭ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଏକାଡେମୀ ଫର୍‌ ଲର୍ନିଂର ଛାତ୍ର ରିଶଭ ‘ଜଳ ମିଶନ’ନାମରେ ତାଙ୍କ ଅଭିଯାନ ଚଳାଇଛନ୍ତି। ଏହା ମାଧ୍ୟମରେ ସେ ବର୍ଷକ ମଧ୍ୟରେ ୭୦ ଲକ୍ଷ ଲିଟର ପାଣି ବଞ୍ଚେଇସାରିଲେଣି। ଏରଟର ଲଗାଇବା ଦ୍ୱାରା ପ୍ରତି ମିନିଟରେ ଗୋଟିଏ ଟ୍ୟାପରୁ ଯେତିକି ପାଣି ବାହାରିବା କଥା ତା’ର ଅଧା ବାହାରୁଛି। ଏହାଦ୍ୱାରା ମାସକୁ ୧,୨୭୪ ଲିଟର ଜଳ ବଞ୍ଚାଯାଇପାରୁଛି। କେବଳ ସେ ରହୁଥିବା ଆପାର୍ଟମେଣ୍ଟରେ ୨୦ଲକ୍ଷ ଲିଟର ଜଳ ବଞ୍ଚାଇବା ସହ ଓ୍ବାଟର ବିଲ୍‌ ବି କମାଇ ପାରିଛନ୍ତି। ରିଶଭ ଏହି ଅଭିଯାନକୁ ଦେଶର ବିଭିନ୍ନ ସହରର ସ୍କୁଲ, ହଷ୍ଟେଲ, ସିନେମା ଘର ଓ ମଲ୍‌ଗୁଡ଼ିକରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି। କେବଳ ଏତିକି ନୁହେଁ, ବେଙ୍ଗାଲୁରୁୁ ଶୁଷ୍କ ଜଳଉତ୍ସଗୁଡ଼ିକରେ ଜଳ ସଂରକ୍ଷଣ ପାଇଁ ବି ଏକାଧିକ ଏନଜିଓ ସହ ଯୋଗାଯୋଗରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri