Posted inଜାତୀୟ

ଗ୍ଲେସିୟର ବିତ୍ପାତ ମୃତ୍ୟୁସଂଖ୍ୟା ୨୬

ଡେରାଡୁନ୍‌, ୯।୨(ପି.ଟି.): ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଗ୍ଲେସିୟରଜନିତ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚତ୍ଥିବାବେଳେ ୧୯୭ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି। ବିଦ୍ୟୁତ୍‌ ପ୍ରକଳ୍ପ ନିକଟରେ ଥିବା ଏକ ସୁଡ଼ଙ୍ଗରେ ୩୦ ଶ୍ରମିକ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ଆଇଟିବିପି ସମେତ ସେନା ଯବାନ ଓ ପୋଲିସ ନିୟୋଜିତ ଅଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ରବିବାର ସକାଳେ ଜୋଷୀମଠ ନିକଟରେ ନନ୍ଦାଦେବୀ ଗ୍ଲେସିୟରର ଏକ ଅଂଶ ଭାଙ୍ଗିପଡ଼ିବାରୁ ଧଉଳି ଗଙ୍ଗା ଓ ଅଳକାନନ୍ଦାରେ ଅଚାନକ ବନ୍ୟା ଆସିଥିଲା। ନିଖୋଜଙ୍କ ମଧ୍ୟରୁ ଜଳବିଦ୍ୟୁତ୍‌ ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକ ଓ ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକ ଅଛନ୍ତି। ବନ୍ୟାରେ ସେମାନଙ୍କ ଘରଦ୍ୱାର ଭାସିଯାଇଛି।
ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରମେଶ ପୋଖ୍‌ରିୟାଲ ନିଶଙ୍କ, ଆର୍‌.କେ. ସିଂ, ପୌରି ଏମ୍‌ପି ତିରଥ ସିଂ ରାଓ୍ବତ, ଉତ୍ତରାଖଣ୍ଡ ମନ୍ତ୍ରୀ ଧନ ସିଂ ରାଓ୍ବତ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭେଟି ସମସ୍ତ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରବଳ ବେଗରେ ପାଣି ମାଡ଼ିଆସିବାରୁ ଏନ୍‌ଟିପିସିର ୪୮୦ ମେଗାଓ୍ବାଟ ତପୋବନ-ବିଷ୍ଣୁଗଡ଼ ବିଦ୍ୟୁତ ପ୍ରକଳ୍ପ ଏବଂ ୧୩.୨ ମେଗାଓ୍ବାଟ ଋଷିଗଙ୍ଗା ଜଳବିଦ୍ୟୁତ୍‌ ପ୍ରକଳ୍ପ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଦୁଇ ପ୍ରକଳ୍ପର ଅନେକ ଶ୍ରମିକ ଟନେଲରେ ରହିଯାଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ନିଫର ଡଗ୍‌, ବୁଲ୍‌ଡୋଜର, ଜେସିବି ଆଦି ଭାରୀ ଯନ୍ତ୍ରକୁ ଲଗାଯାଇଛି। ରାଜ୍ୟ ଜରୁରୀ ବିଭାଗ ସୂଚନା ଅନୁଯାୟୀ ୨୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ରବିବାର ରାତି ସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

ଶିଳାଖଣ୍ଡ ଖସିବା, ହିମସ୍ଖଳନରୁ ବନ୍ୟା

ଉତ୍ତରାଖଣ୍ଡ ବନ୍ୟା ଗ୍ଲେସିୟର ଭାଙ୍ଗିବା ଯୋଗୁ ହୋଇନାହିଁ। ପଥର ଖସିବା ଓ ହିମସ୍ଖଳନରୁ ଏପରି ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକମାନେ କହିଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ୍‌ ସୂଚନା ଦେଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ କିଛିଦିନ ପୂର୍ବରୁ ଉକ୍ତ ଅଞ୍ଚଳରେ ତୁଷାରପାତ ହୋଇଥିଲା। ଉପରୁ ସେଠାରେ ଶିଳାଖଣ୍ଡ ଖସିବା ଫଳରେ ଜମିଥିବା ତୁଷାର ଖସିଆସିଥିଲା। ଲକ୍ଷ ଲକ୍ଷ ଟନ୍‌ ତୁଷାର ମାଡ଼ିଆସିବାରୁ ବନ୍ୟା ସୃଷ୍ଟି ହେଲା। ସାଟେଲାଇଟ୍‌ ଚିତ୍ରର ଗ୍ଲେସିୟର ଭାଙ୍ଗିବାର କୌଣସି ସୂଚନା ମିଳୁ ନଥିବା ବୈଜ୍ଞାନିକମାନେ କହିଛନ୍ତି।

ଫୋନ୍‌ କଲ୍‌ ବଞ୍ଚାଇଦେଲା

ହିମସ୍ଖଳନଜନିତ ବନ୍ୟାରେ ଭାସିଯାଇ ତପୋବନର ଏକ ଭୂତଳ ଟନେଲ୍‌ରେ ଫସି ରହିଥିବା କେତେଜଣଙ୍କୁ ଫୋନ୍‌କଲ୍‌ ବଞ୍ଚାଇ ଦେଇଥିବା ସେମାନେ କହିଛନ୍ତି। ଭାସିଯିବା ପରେ ସେମାନେ ବଞ୍ଚତ୍ବା ଆଶା ଛାଡ଼ିଦେଇଥିଲେ। ଏହି ସମୟରେ ସେମାନଙ୍କ ପାଖରେ ଥିବା ଏକ ମୋବାଇଲ୍‌ ଫୋନ୍‌ର ନେଟ୍‌ଓ୍ବର୍କ କାମ କରୁଥିବା ଦେଖି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଫଳରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ଟନେଲ୍‌ରୁ ବାହାର କରିବାରେ ସଫଳ ହୋଇଥିଲେ।

ଶୀତଦିନେ ଗ୍ଲେସିୟର ତରଳିବାକୁ ନେଇ ଚିନ୍ତା ପ୍ରକଟ

ଏବେ ଶୀତଦିନ ହୋଇଥିବାବେଳେ ଉତ୍ତରାଖଣ୍ଡର ଚାମୋଲି ପାର୍ବତ୍ୟାଞ୍ଚଳରେ ତାପମାତ୍ରା ଶୂନ ଡିଗ୍ରୀ ତଳେ ରହିଛି। ଗ୍ରୀଷ୍ମଋତୁ ଆସିବାକୁ ଅନେକ ଦିନ ବାକି ଅଛି। ଏଭଳି ସମୟରେ ଗ୍ଲେସିୟର(ହିମବାହ) ତରଳି ମାଡ଼ିଆସିବା ଘଟଣା ଭୂତତ୍ତ୍ୱବିତ୍‌ମାନଙ୍କୁ ଚିନ୍ତାରେ ପକାଇଛି। ଏହା ଜଳବାୟୁ ପରିବର୍ତ୍ତନର ପରିଣତି ବୋଲି ସେମାନେ କହୁଛନ୍ତି। ଶୀତଦିନେ ଗ୍ଲେସିୟର ଦୃଢ଼ ଭାବେ ଜମାଟ ବାନ୍ଧି ରହିଥାଏ। ଏପରିକି ଗ୍ଲେସିୟର ହ୍ରଦର କାନ୍ଥଗୁଡ଼ିକ ମଧ୍ୟରେ ଦୃଢ଼ ଭାବେ ବାନ୍ଧିହୋଇ ରହିଥାଏ। ଏଭଳି ସମୟରେ କେବଳ ହିମସ୍ଖଳନ କିମ୍ବା ଭୂସ୍ଖଳନ ହେଲେ ବନ୍ୟା ଆସିଥାଏ। ଉତ୍ତରାଖଣ୍ଡରେ ସେମିତି କିଛି ଘଟିନାହିଁ। ଏଭଳି ଅଚାନକ ଗ୍ଲେସିୟର ତରଳିବା କଥା ଜଣାନାହିଁ ବୋଲି ଓ୍ବାଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଳୟାନ ଜିଓଲୋଜିର ବରିଷ୍ଠ ବୈଜ୍ଞାନିକ ମନୀଷ ମେହଟ୍ଟା କହିଛନ୍ତି। ଉପର ଋଷିଗଙ୍ଗା ଅବବାହିକାରେ ୩ ଦଶନ୍ଧି ମଧ୍ୟରେ ୮ଟି ଗ୍ଲେସିୟର ୧୦ ପ୍ରତିଶତରୁ ଅଧିକ ତରଳିଥିବା ଗତବର୍ଷ ମେହଟ୍ଟାଙ୍କ ନେତୃତ୍ୱରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା।
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)ର ଏକ ବିଶେଷଜ୍ଞ ଟିମ୍‌ ସୋମବାର ଆକାଶମାର୍ଗରୁ ଉତ୍ତରାଖଣ୍ଡର ବନ୍ୟାଞ୍ଚଳ ଅନୁଧ୍ୟାନ କରିଥିଲେ। ମୂଳ ଗ୍ଲେସିୟରରୁ ଝୁଲନ୍ତା ଅବସ୍ଥାରେ ଥିବା ଏକ ଅଂଶ ଭାଙ୍ଗିପଡ଼ିଥିବା ସେମାନେ ଅନୁମାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?