ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ, ଯାହା ଥିଲା ଏକ ଦୁଃଖଦ ଘଟଣା। ହେଲେ ୨୦୨୩ ସୁଦ୍ଧା ୨୪ଟି ବାଘ ଥିବା ଘୋଷଣା କରାଯାଇଥିଲା। ବାଘ ବଂଶ ବୃଦ୍ଧି କେବଳ ସରକାରଙ୍କ ବାହାଦୁରି ନୁହେଁ, ବରଂ ସେହି ଜଙ୍ଗଲରେ ରହୁଥିବା ପାର୍‌ଧି ଆଦିବସୀଙ୍କ ଭାବନାରେ ପରିବର୍ତ୍ତନ ଯୋଗୁ ଘଟିଛି। ଏହି ଆଦିବାସୀ ସମ୍ପ୍ରଦାୟ ଶିକାର କରି ବାଘ ଓ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲେ। ସେମାନେ ବାଘ, ଭାଲୁ, ହରିଣ, ହେଟା, ସମ୍ବର, ଚୌଶିଙ୍ଗା ଆଦିଙ୍କ ରଡ଼ି ବା ସ୍ବରକୁ ସମ୍ପୂର୍ଣ୍ଣ ନକଲ କରିପାରନ୍ତି। ଏଣୁ ଠିକ୍‌ ଜନ୍ତୁଙ୍କ ଭଳି ସ୍ବର କରି ସେମାନଙ୍କୁ ଆକୃଷ୍ଟ କରିବା ପରେ ସହଜରେ ଶିକାର କରିଥାନ୍ତି। ପାର୍‌ଧି ଆଦିବାସୀଙ୍କ ଉଗ୍ର ଶିକାର ମନୋଭାବ ଯୋଗୁ ବ୍ରିଟିଶ ସରକାର ସେମାନଙ୍କୁ ‘କ୍ରିମିନାଲ ଟ୍ରାଇବ୍‌’ ବା ଅପରାଧୀ ଆଦିବାସୀ ଭାବେ ଘୋଷଣା କରିଥିଲେ। ତେବେ ଏବେ ସେମାନେ ଜନ୍ତୁଙ୍କ ସ୍ବର ନକଲ କରୁଥିଲେ ମଧ୍ୟ ଶିକାର ଛାଡ଼ି ଦେଇଛନ୍ତି। ଦି ଲାଷ୍ଟ ଓ୍ବାଇଲ୍ଡର୍‌ନେସ ଫାଉଣ୍ଡେଶନ ଉଦ୍ୟମରେ ଜୀବଜନ୍ତୁଙ୍କ ପ୍ରତି ଥିବା ଆଦିବାସୀଙ୍କ ହିଂସା ମନୋଭାବରେ ପରିବର୍ତ୍ତନ ହୋଇଛି। ପାର୍‌ଧି ସମ୍ପ୍ରଦାୟର ଯୁବକଙ୍କୁ ଟୁରିଷ୍ଟ ଗାଇଡ ଭାବେ ପ୍ରଶିକ୍ଷଣ ଦିଆଯାଉଛି। ଫଳରେ ସେମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri