ଏଇ ଭାରତରେ

ଜଣେ କି ଦି ଜଣ ନୁହେଁ, ୧୭୦୦ ରିକ୍ସାଚାଳକଙ୍କୁ ଅଧିକ ରୋଜଗାରର ବାଟ ଦେଖାଇଛନ୍ତି ନବୀନ କ୍ରିଷ୍ଣ ା ବାରାଣସୀର ନବୀନ ତାଙ୍କ କାରବାର ୨୦୧୫ରେ ଏସ୍‌ଏମ୍‌ଭି ଗ୍ରୀନ ସଲ୍ୟୁସନ ଗଠନ କରି ଗରିବ ରିକ୍ସା ଚାଳକଙ୍କ ଭାଗ୍ୟ ବଦଳାଇବାରେ ଲାଗିଛନ୍ତି ା ସେ ରିକ୍ସା ଚାଳକମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଛନ୍ତି, ଯେଉଁଥିରେ ସେମାନେ ଏହି ସଂସ୍ଥା ମାଧ୍ୟମରେ ଅଟୋରିକ୍ସା କିଣି ଅଧିକ ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି ା ଦିନସାରା ରିକ୍ସା ଟାଣି ପରିବାର ପ୍ରତିପୋଷଣ କରିପାରୁ ନ ଥିବା ଲୋକମାନେ ଏବେ ମାସକୁ ଇ-ଅଟୋରିକ୍ସାରୁ ୧୦ରୁ ୧୫ ହଜାର ଲାଭ ପାଉଛନ୍ତି ା ନବୀନ ବନାରସ ହିନ୍ଦୁ ୟୁନିଭର୍ସିଟିରେ ପଢୁଥିବା ବେଳେ ସେଠାରେ ରିକ୍ସା ଟାଣୁଥିବା ଲୋକମାନଙ୍କ ଦୁଃଖ ଦେଖି ତାହା କିଭଳି ଦୂର ହେବ ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ, ଯାହା ପର ମୁହୂର୍ତ୍ତରେ ଏସ୍‌ଏମ୍‌ଭି ପ୍ରତିଷ୍ଠା କରିବାକୁ ପ୍ରେରଣା ଯୋଗାଇଥିଲା ା ନବୀନ ଗରିବ ରିକ୍ସା ଚାଳକଙ୍କୁ ଲୋନ କରିବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ା ସବୁଠୁ ବଡ଼ କଥା ଗରିବ ରିକ୍ସା ଚାଳକ ପରିବାରଗୁଡିକର ରୋଜଗାର ବଢ଼ାଇବା ସହ ସହରର ପ୍ରଦୂଷଣ କମାଇବାର ଲକ୍ଷ୍ୟ ନେଇ ଆଗେଇଥିବା ନବୀନ କୃଷି ଶ୍ରମିକମାନଙ୍କୁ ବି ସାହାଯ୍ୟ କରୁଛନ୍ତି ା ଏହି ଅଭିଯାନକୁ ସେ ଆଲ୍ଲାହାବାଦ, ଲକ୍ଷ୍ମୌ ଓ ଦିଲ୍ଲୀକୁ ମଧ୍ୟ ସଂପ୍ରସାରଣ କରିଛନ୍ତି ା ଏସ୍‌ଏମ୍‌ଭି ସହରର ବିଭିନ୍ନ ସ୍ଥାନରେ ବ୍ୟାଟେରି ଚାର୍ଜ କରିବାର ବ୍ୟବସ୍ଥା କରିଛନ୍ତି, ଯାହା ଦ୍ୱାରା ଚାଳକମାନେ ଉପକୃତ ହେଉଛନ୍ତି ା ୨୦୩୦ ସୁଦ୍ଧା ୩୦ ପ୍ରତିଶତ ତିନିଚକିଆ ଇ-ରିକ୍ସା ଚଳାଇବାର ଯେଉଁ ଯୋଜନା ରଖିଛନ୍ତି, ସେଥିରେ ନବୀନଙ୍କ ପ୍ରୟାସ ନିଶ୍ଚିତ ଭାବେ ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri