ଏଇ ଭାରତରେ

କଥାରେ ନୁହେଁ, କାମରେ ଦେଖାଇଦେବା ବ୍ୟକ୍ତିମାନେ ହିଁ ସମାଜର ବାସ୍ତବ ହିରୋ। ଏମିତି ଜଣେ ହିିରୋ ହେଉଛନ୍ତି କେରଳର ନଜ୍‌ଥାଇଲା ଶ୍ରୀଧରନ। ସେ ରହନ୍ତି କେରଳର ଥାଲାସେରି ସହରରେ। ବୟସ ୮୩। ପରିଣତ ବୟସରେ ସେ ଦକ୍ଷିଣ ଭାରତର ୪ଟି ଭାଷାରେ ଏକ ଭିନ୍ନ ଧରଣର ଅଭିଧାନ ଲେଖିଛନ୍ତି। ଏଥିପାଇଁ ତାଙ୍କୁ ୨୫ ବର୍ଷ ଲାଗିଯାଇଛି। ମାଲୟାଲମ, ତାମିଲନାଡୁ, କନ୍ନଡ ଏବଂ ତେଲୁଗୁ ଭାଷାରେ ୯୦୦ ପୃଷ୍ଠାର ଏହି ଅଭିଧାନ ପ୍ରସ୍ତୁତ କରିଛନ୍ତି। ଏହାର ଦାମ ରହିଛି ୧୫୦୦ଟଙ୍କା। ୧୮୭୨ରେ ହର୍‌ମ୍ୟାନ ଗୁଣ୍ଡର୍ଟ ମାଲୟାଲମ-ଇଂରାଜୀ ଅଭିଧାନ ଲେଖିଥିଲେ। ଏହାର ୧୫୦ ବର୍ଷ ପରେ ୪ଟି ଭାଷାର ସମ୍ମିଳିତ ଏକ ଅଭିଧାନ ଲେଖିଛନ୍ତି ଶ୍ରୀଧରନ। ଏଥିରେ ୧୨.୫ ଲକ୍ଷ ଶବ୍ଦ ରହିଛି। ପ୍ରତ୍ୟେକ ମାଲୟାଲମ ଶବ୍ଦ ପାଇଁ ତା’ର କନ୍ନଡ, ତାମିଲ ଓ ତେଲୁଗୁ ଶବ୍ଦ ରଖିଛନ୍ତି। ସବୁଠୁ ବଡ଼ କଥା ହେଉଛି , ସେ ସ୍କୁଲରେ ପଢୁଥିତ୍ବା ସମୟରେ ଅଧାରୁ ପାଠ ଛାଡି ଦେଇଥିତ୍ଲେ। ସ୍କୁଲ୍‌ ପଢ଼ା ଛାଡିବା ପରେ ସେ ଏକ ବିଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଘରୋଇ ଭାବେ ସେ ଇଂଲିଶ ଷ୍ଟାଣ୍ଡାର୍ଡ ପବ୍ଲିକ ଏକ୍‌ଜାମିନେଶନ ଦେଇ ପାସ କରିବା ପରେ ପବ୍ଲିକ ଓ୍ବାର୍କ୍ସ ଡିପାର୍ଟମେଣ୍ଟରେ ଚାକିରି କଲେ। ୧୯୯୪ରେ ଚାକିରିରୁ ଅବସର ନେବା ପରେ ସେ ବହୁ ପ୍ରକାଶକ ଓ ଲେଖକଙ୍କ ସହ ଯୋଗାଯୋଗ କରି ଏହି କାର୍ଯ୍ୟ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri