ଏଇ ଭାରତରେ

ପୂଜା ଶର୍ମାଙ୍କ ବୟସ ୨୮। ସେ କ୍ୟାରିୟର ଚିନ୍ତା ଛାଡ଼ି ଏକ ଭିନ୍ନ ଜୀବନ ଜିଉଛନ୍ତି। ଦିଲ୍ଲୀରେ ଅପରିଚିତ ମୃତଦେହ ଦାହକରି ପୂଜା ମହାନତାର ପରିଚୟ ଦେଉଛନ୍ତି। ଏବେ ସୁଦ୍ଧା ସେ ପ୍ରାୟ ୪,୦୦୦ ମୃତଦେହର ଅନ୍ତିମ ସଂସ୍କାର କରି ସାରିଲେଣି। ଦିନକୁ ହାରାହାରି ୨ରୁ ୧୦ଟି ଶବ ସେ ଦାହ କରୁଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ ୨୦୧୮ରୁ ୨୦୨୨ ମଧ୍ୟରେ ୧୧,୦୦୦ ଅପରିଚିତ ମୃତଦେହ ଉଦ୍ଧାର କରାଯାଇଥିଲା ଓ ସେଥିରୁ ୧,୫୦୦ରୁ ଅଧିକଙ୍କୁ ଚିହ୍ନଟ କରାଯାଇଥିଲା। ଅବଶିଷ୍ଟ ମୃତଦେହଗୁଡ଼ିକୁ ଦାହ କରାଯାଇଥିଲା, ଯେଉଁଥିରେ ପୂଜାଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ ନିଜ ଭାଇଙ୍କର ମୃତ୍ୟୁ ହେବା ପରେ ପୂଜା ମୁଖାଗ୍ନି ଦେବା ସହ ଦାହ ସମୟରେ ଉପସ୍ଥିତ ରହିଥିଲେ। ପୂଜା ଏକ ସରକାରୀ ହସ୍ପିଟାଲରେ ଏଚ୍‌ଆଇଭି କାଉନ୍‌ସିଲର ଭାବେ କାର୍ଯ୍ୟ କରୁଥିଲେ। ତାହାକୁ ଛାଡ଼ି ଏବେ ସେ ଏହି କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ସେ ଚିତାଭଷ୍ମକୁ ହରିଦ୍ୱାରରେ ମଧ୍ୟ ବିସର୍ଜନ କରୁଛନ୍ତି। ଶବଦାହ ଲାଗି ହେଉଥିବା ଖର୍ଚ୍ଚ ପାଇଁ ତାଙ୍କ ଆଈ ମା’ ପେନ୍‌ସନରୁ ଏବଂ ମେଟ୍ରୋ ଚାଳକ ଥିବା ପିତା ତାଙ୍କ ଦରମାରୁ କିଛି ଦେଇଥାଆନ୍ତି। ଏହାବାଦ୍‌ ସେ ଅନ୍ୟମାନଙ୍କଠାରୁ ଅନୁଦାନ ପାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri