ଏଇ ଭାରତରେ

କେବଳ ଦକ୍ଷତା ନୁହେଁ , ନିଷ୍ଠା ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଝାଡ଼ଖଣ୍ଡର ଆଇଏଫ୍‌ଏସ୍‌ ଅଧିକାରୀ ବିକାଶ ଉଜ୍ଜାଓ୍ବାଲ। ସେ ୪ ବର୍ଷରେ ୩ ଲକ୍ଷରୁ ଊଦ୍ଧ୍ୱର୍ର୍ ଗଛ ଲଗାଇ ୫୦୦୦ ହେକ୍ଟର ଜମିରେ ଜଙ୍ଗଲ ଠିଆ କରିପାରିଛନ୍ତି। ବିକାଶ ଝାଡ଼ଖଣ୍ଡର ଲୋହାରଦାଗା ଫରେଷ୍ଟ ଡିଭିଜନରେ ୨୦୧୬ରେ ନିଯୁକ୍ତି ପାଇବା ପରେ ଏହି ଅଭିଯାନ ଆରମ୍ଭ କରିଥିଲେ। ଏବେ ସେ ବ୍ୟାପକ ଜଙ୍ଗଲ ସୃଷ୍ଟି କରିବା ସହ ସ୍ଥାନୀୟ ଅଞ୍ଚଳରେ ଆଣିଛନ୍ତି ନିଯୁକ୍ତି ସୁଯୋଗ। କେବଳ ଏତିକି ନୁହେଁ ,ବିକାଶ ମଧ୍ୟ ପରିବେଶ ଭିତ୍ତିକ ପର୍ଯ୍ୟଟନର ଉନ୍ନତି କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଜଙ୍ଗଲର ଆଖପାଖ ଗ୍ରାମଗୁଡ଼ିକର ଅଧିବାସୀଙ୍କୁ ବାଉଁଶ କାରିଗରି ଉପରେ ପ୍ରଶିକ୍ଷଣ ଦେଇ ରୋଜଗାର କରିବାର ବାଟ ଦେଖାଇଛନ୍ତି। ଜଙ୍ଗଲ ପାଇଁ ବର୍ଷାପାଣି ଅଟକାଇବା ଲାଗି ୨୦ଟି ଚେକ୍‌ଡ୍ୟାମ୍‌ ନିର୍ମାଣ କରିବା ସହ ବହୁ ପୋଖରୀ ମଧ୍ୟ ଖୋଳାଇଛନ୍ତି। ଏହି ଅଞ୍ଚଳକୁ ଏବେ ସୁଦ୍ଧା ୨.୫ ଲକ୍ଷ ପର୍ଯ୍ୟଟକ ଆସିସାରିଲେଣି। ପର୍ଯ୍ୟଟକଙ୍କ ଆଗମନ ଓ ପୋଲିସ ଉପସ୍ଥିତି ଏହି ମାଓପ୍ରବଣ ଅଞ୍ଚଳରୁ ୯୦% ଅପରାଧ କମାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri