ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ଲାଗି ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) ଟ୍ୟାଙ୍କର ବ୍ୟବସ୍ଥା କରିଛି। ଏହି ସ୍ଥିତିକୁ ଲକ୍ଷ୍ୟ କରି ପରିବେଶବିତ୍‌ ଡ.ହରିଚରଣ ଚନ୍ଦ୍ରଶେଖରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ରେନ୍‌ ରିଚ୍‌ ପ୍ରୋଗ୍ରାମ ଜଳ ସଂରକ୍ଷଣ କ୍ଷେତ୍ରରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଏହି କାର୍ଯ୍ୟକ୍ରମ ବିବିଏମ୍‌ପି ୪୦ଟି ସ୍କୁଲରେ ୯-୧୫ ବର୍ଷ ବୟସର ପିଲାମାନଙ୍କୁ ବର୍ଷାଜଳ ଅମଳ କରିବା, ସ୍ବେରେଜ ଓ୍ବାଟର ଟ୍ରିଟ୍‌ କରିବା ଏବଂ ଉଭୟ ବର୍ଷା ଓ ଓ୍ବେଷ୍ଟ ଓ୍ବାଟରର ପୁନଃ ବ୍ୟବହାର କରିବା ଲାଗି ଉତ୍ସାହିତ କରିପାରିଛି। ଉଲ୍ଲେଖନୀୟ ଯେ, ବେଙ୍ଗାଲୁରୁରେ ୯୦% ବର୍ଷାଜଳ ଏବେ ସୁଦ୍ଧା ନଷ୍ଟ ହେଉଛି। ସେହି ଦୃଷ୍ଟିିରୁ ଡ. ହରିଚରଣ ବର୍ଷା ଜଳ ସଂରକ୍ଷଣ ପଦ୍ଧତି ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିବା ପରେ ସେମାନେ ଏ ଦିଗରେ ସଫଳ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡ. ହରିଚନ୍ଦନ ସ୍କୁଲଗୁଡ଼ିକରେ ବର୍ଷାଜଳ ସଂରକ୍ଷଣ ପଦ୍ଧତି ସ୍ଥାପନ କରିଛନ୍ତି। ଏହା ବ୍ୟତୀତ ବର୍ଷା ପରିମାଣ ମାପ କରିବା ଲାଗି ସ୍କୁଲଗୁଡ଼ିକରେ ରେନ୍‌ ଗଜ୍‌ ଓ୍ବେଦର ଷ୍ଟେଶନ ଏବଂ ଡିଜିଟାଲ ମିଟର ଲଗାଇଛନ୍ତି। ଏବେ ସୁଦ୍ଧା ବେଙ୍ଗାଲୁରୁର ଏହି ସବୁ ସ୍କୁଲ ଦୈନିକ ୩୪ ମିଲିୟନ ଲିଟର ଜଳ ସଂରକ୍ଷଣ କରିବାକୁ ସକ୍ଷମ ହୋଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri