ଏଇ ଭାରତରେ

ବେଳେବେଳେ ଗୋଟିଏ ଗୋଟିଏ ଘଟଣା ଜଣଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣିଥାଏ, ଯାହା ଘଟିଛି ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ କନଷ୍ଟେବଳ ରୋହିତଙ୍କ କ୍ଷେତ୍ରରେ। ତାଙ୍କର ପୂରା ନାମ ରୋହିତ କୁମାର ଯାଦବ। ଉତ୍ତରପ୍ରଦେଶ ଉନାଓର ଅଧିବାସୀ ରୋହିତଙ୍କୁ ବୟସ ୩୫। ଉନାଓରୁ ରାୟବରେଲି ଯାତ୍ରା କରୁଥିବା ସମୟରେ ଜଣେ ଅସହାୟ ଶିଶୁକୁ ଭିକ ମାଗିବାର ଦେଖିବା ପରେ ସେ ଏଭଳି ଶିଶୁମାନଙ୍କୁ ମାଗଣାରେ ପଢାଇବା ଲାଗି ବାହାରି ପଡିଥିଲେ। ଶିଶୁମାନଙ୍କ ପରିବାରକୁ ବୁଝାଇ ଶୁଝାଇ ପ୍ରଥମେ ଶିକ୍ଷାର ଧାରାକୁ ଆଣିବା ଲାଗି ବହୁ କଷ୍ଟ ସେ ସ୍ବୀକାର କରିଥିଲେ । ଜୁଲାଇ,୨୦୧୮ରେ ରୋହିତ ଉନାଓ ଷ୍ଟେଶନ ନିକଟ ଟ୍ରେନ୍‌ ଲାଇନ କଡ଼ରେ ଖୋଲା ଆକାଶ ତଳେ ୫ ଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ଏକ ଏନ୍‌ଜିଓ ତାଙ୍କୁ ଘରଟିଏ ଯୋଗାଇ ଦେଇଥିଲା। ଏବେ ପିଲାଙ୍କ ସଂଖ୍ୟା ବୃଦ୍ଧିପାଇ ୯୦ରେ ପହଞ୍ଚିଛି। ରୋହିତଙ୍କ ରାତି ଡ୍ୟୁଟି ଥିବାରୁ ସେ ୨.୩୦ରୁ ୫.୩୦ ଯାଏ ସୋମବାରରୁ ଶନିବାର ଯାଏ ପଢାଉଛନ୍ତି। ପଢାଇବା ଲାଗି ସେ ଆଉ ଦୁଇଜଣଙ୍କୁ ନିଯୁକ୍ତ କରିଛନ୍ତି। ସେମାନଙ୍କୁ ଦରମା ବି ଦେଉଛନ୍ତି। ଏଥିପାଇଁ ପ୍ରତି ମାସର ତାଙ୍କ ଦରମାରୁ ସେ ୧୦,୦୦୦ ଟଙ୍କା ବ୍ୟୟ କରୁଛନ୍ତି। ପିଲାମାନଙ୍କ ପାଠ୍ୟ ଉପକରଣ ତଥା ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରୁଛନ୍ତି। ୨୦୧୯ର ଶେଷ ଭାଗରୁ ରୋହିତ ଉନାଓ ଷ୍ଟେଶନ ନିକଟବର୍ତ୍ତୀ କୋରାରି ପଞ୍ଚାୟତ ଭବନ ବିଲ୍ଡିଂରେ ପିଲାମାନଙ୍କୁ ପଢ଼ାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri