ନେପାଳରେ ଅନିଶ୍ଚିତତା

କାଠମାଣ୍ଡୁ, ୨୩।୧୨: ବିବାଦୀୟ ଘଟଣାକ୍ରମରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ହଠାତ୍‌ ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଦେଶରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ନେପାଳ ସମ୍ବିଧାନରେ ପ୍ରଧାନମନ୍ତ୍ରୀ ଏକତରଫା ଭାବେ ପାର୍ଲାମେଣ୍ଟ ଭଙ୍ଗ କରିବାର ବ୍ୟବସ୍ଥା ନାହିଁ। ଦେଶର ଗଣତାନ୍ତ୍ରିକ ଇତିହାସରେ ଏହା ପ୍ରଥମ ପାର୍ଲାମେଣ୍ଟ ଭଙ୍ଗ। ପ୍ରଧାନମନ୍ତ୍ରୀ ଓଲିଙ୍କ ଏଭଳି ବିବାଦୀୟ ନିଷ୍ପତ୍ତି ବିରୋଧରେ ଅନେକ ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ନେପାଳ ରାଜନୈତିକ ଅନିଶ୍ଚିତତା ଭିତରକୁ ଟାଣିହୋଇ ଯାଇଛି। ନେପାଳ ଶାସକ ଦଳରେ ଦୀର୍ଘଦିନର ଗୋଷ୍ଠୀ କନ୍ଦଳ ପରେ ପାର୍ଲାମେଣ୍ଟ ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଗତ ରବିବାର ଏକତରଫା ନିଷ୍ପତ୍ତି ନେଇ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ। ଏହାକୁ ନେଇ ଶାସକ ଦଳରେ ମତଭେଦ ତୀବ୍ର ହେବା ସହ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଦେଶରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ନେପାଳ ସମ୍ବିଧାନ ଅନୁଯାୟୀ ଏକତରଫା ଭାବେ ପାର୍ଲାମେଣ୍ଟ ଭଙ୍ଗ କରିବା ଅଧିକାର ପ୍ରଧାନମନ୍ତ୍ରୀଙ୍କର ନ ଥିବାରୁ ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ଓଲିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଯଦି ଅଦାଲତ ମତ ଦିଅନ୍ତି, ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ। ନଚେତ୍‌ ଏପ୍ରିଲ୍‌ ୩୦ ଓ ମେ’ ୧୦ରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଅନ୍ତରୀଣ ସରକାର କାର୍ଯ୍ୟ କରିବ।
ପାର୍ଲାମେଣ୍ଟ ଭଙ୍ଗକୁ ନେଇ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ ତୀବ୍ର ମତଭେଦ ଦେଖାଦେଇଛି। ଓଲିଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀ ଅଲଗା କେନ୍ଦ୍ରୀୟ କମିଟି ବୈଠକ କରିବା ପରେ ଦଳ ବିଭାଜନ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି। ଦଳରେ ନିଜ ସ୍ଥିତିକୁ ମଜଭୁତ କରିବା ଲାଗି ପ୍ରଧାନମନ୍ତ୍ରୀ ଓଲି ୧,୧୯୯ ସଦସ୍ୟ ବିଶିଷ୍ଟ ଏକ ନୂଆ କମିଟି ଘୋଷଣା କରିଛନ୍ତି। ଉକ୍ତ କମିଟି ଦଳୀୟ ସାଧାରଣ ସମ୍ମିଳନୀର ଆୟୋଜନ କରିବ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ରୀୟ କମିଟି ସଦସ୍ୟମାନଙ୍କ ବୈଠକରେ ଦଳର ଅନ୍ୟତମ ଅଧ୍ୟକ୍ଷ ଓଲି ନୂଆ କମିଟି ଘୋଷଣା କରିଥିଲେ। ଦଳୀୟ ମୁଖପାତ୍ର ପଦରୁ ନାରାୟଣ କାଜି ଶ୍ରେଷ୍ଠଙ୍କୁ ବହିଷ୍କାର କରାଯାଇ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ ଗ୍ୟାଓଦବାଲିଙ୍କୁ ନୂଆ ମୁଖପାତ୍ର ନିଯୁକ୍ତ କରାଯାଇଛି।
ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏନ୍‌ସିପିର କାର୍ଯ୍ୟକାରୀ ସଭାପତି ପୁଷ୍ପକୁମାର ଦହଲ ‘ପ୍ରଚଣ୍ଡ’ଙ୍କର ଦୀର୍ଘଦିନ ହେଲା କ୍ଷମତା କନ୍ଦଳ ଲାଗିରହିଥିବାବେଳେ ହଠାତ୍‌ ପାର୍ଲାମେଣ୍ଟ ଭଙ୍ଗ ଲାଗି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏନ୍‌ସିପି କେନ୍ଦ୍ରୀୟ କମିଟିରେ ୪୪୬ ସଦସ୍ୟ ଥିବାବେଳେ ସଂଖ୍ୟାଗରିଷ୍ଠତା ହାସଲ ଲକ୍ଷ୍ୟରେ ଓଲି ନୂଆ କମିଟିରେ ଆଉ ୫୫୬ ସଦସ୍ୟଙ୍କୁ ନେଇଛନ୍ତି।
ବିପକ୍ଷ ଗୋଷ୍ଠୀ ଦଳର ଆନୁଷ୍ଠାନିକ ବିଭାଜନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ନୂଆ କମିଟି ଗଠନ କରିଛନ୍ତି। ପ୍ରଚଣ୍ଡଙ୍କ ନେତୃତ୍ୱରେ ବିପକ୍ଷ ଗୋଷ୍ଠୀ କାଠମାଣ୍ଡୁଠାରେ ଅନ୍ୟ ଏକ କେନ୍ଦ୍ରୀୟ କମିଟି ବୈଠକ କରିଥିଲେ। ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳ, ଝଲାନାଥ ଖାନାଲ ଏବଂ ପୂର୍ବତନ କୃଷିମନ୍ତ୍ରୀ ଘନଶ୍ୟାମ ଭୁଷାଲ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତ ସହ ମାନଚିତ୍ର ବିବାଦ ପରେ ଓଲି ଭାବୁଥିଲେ ତାଙ୍କ ପଛରେ ଦେଶବାସୀ ଓ ଦଳର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ରହିଛି। କିନ୍ତୁ ସେ ଦଳକୁ ପରିଚାଳନା କରିପାରିଲେ ନାହିଁ, ଯାହା ଫଳରେ ତାଙ୍କୁ ଏତେବଡ଼ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଲା। ଏହା ଏକ ଗୁରୁତର ସାମ୍ବିଧାନିକ ସଙ୍କଟ ବୋଲି ପୂର୍ବତନ କୂଟନୀତିଜ୍ଞ ତଥା ତ୍ରିଭୂବନ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ପ୍ରଫେସର ବିଜୟକାନ୍ତ କର୍ନ କହିଛନ୍ତି। ଗତ ଏପ୍ରିଲରେ ଶାସକ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ପଦାକୁ ଆସିଥିଲା। ସେବେଠାରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଥିଲା।
୨୦୧୮ ମେ’ରେ ଓଲିଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ୍‌ ମାକ୍ସିଷ୍ଟ-ଲେନିନିଷ୍ଟ) ଏବଂ ପ୍ରଚଣ୍ଡଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି (ମାଓଇଷ୍ଟ ସେଣ୍ଟର) ମିଳିତ ହୋଇ ଏନ୍‌ସିପି ଗଠନ ହୋଇଥିଲା। ଦୁଇ ନେତା ଦଳର ଅଧ୍ୟକ୍ଷ ରହିବେ ଏବଂ ଅଢ଼େଇ ବର୍ଷରେ କ୍ଷମତା ବଦଳ ହେବ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ ଓଲି ସାଧାରଣ ପରିଷଦଠାରୁ ଦୂରେଇ ରହିବାରୁ ଉକ୍ତ ଡିଲ୍‌କୁ ମଞ୍ଜୁରୀ ମିଳିପାରିଲା ନାହିଁ। ଏହାକୁ ନେଇ ପ୍ରଚଣ୍ଡଙ୍କ ଗୋଷ୍ଠୀ କ୍ଷୁବ୍ଧ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

‘ମୁଁ ଫୋନ୍ କରୁଥିଲି କିନ୍ତୁ…’… ବିରାଟ କୋହଲିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ DCର କୋଚ୍

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ପୁଣିଥରେ ଏକ ବଡ଼ ଅଭିଯୋଗ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍…

୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…

ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ କଲିଂ ଓ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ…

ନା ବ୍ୟାଟ ବୁଲାଇଲେ, ନା ବୋଲିଂ କଲେ; ତଥାପି ତିଲକ ବର୍ମା ରେକର୍ଡ ବୁକରେ ନମ୍ବର ଓ୍ବାନ ସ୍ଥାନ ହାସଲ କଲେ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତିଲକ ବର୍ମା ଶନିବାର ରେକର୍ଡ ବୁକରେ ନିଜର ଏକ ସ୍ଥାନ ସୃଷ୍ଟି କରିଛନ୍ତି। ସେ ଏକ ନିର୍ଦ୍ଦିଷ୍ଟ ବର୍ଗରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?