ନେପାଳରେ ଅନିଶ୍ଚିତତା

କାଠମାଣ୍ଡୁ, ୨୩।୧୨: ବିବାଦୀୟ ଘଟଣାକ୍ରମରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ହଠାତ୍‌ ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଦେଶରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ନେପାଳ ସମ୍ବିଧାନରେ ପ୍ରଧାନମନ୍ତ୍ରୀ ଏକତରଫା ଭାବେ ପାର୍ଲାମେଣ୍ଟ ଭଙ୍ଗ କରିବାର ବ୍ୟବସ୍ଥା ନାହିଁ। ଦେଶର ଗଣତାନ୍ତ୍ରିକ ଇତିହାସରେ ଏହା ପ୍ରଥମ ପାର୍ଲାମେଣ୍ଟ ଭଙ୍ଗ। ପ୍ରଧାନମନ୍ତ୍ରୀ ଓଲିଙ୍କ ଏଭଳି ବିବାଦୀୟ ନିଷ୍ପତ୍ତି ବିରୋଧରେ ଅନେକ ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ନେପାଳ ରାଜନୈତିକ ଅନିଶ୍ଚିତତା ଭିତରକୁ ଟାଣିହୋଇ ଯାଇଛି। ନେପାଳ ଶାସକ ଦଳରେ ଦୀର୍ଘଦିନର ଗୋଷ୍ଠୀ କନ୍ଦଳ ପରେ ପାର୍ଲାମେଣ୍ଟ ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଗତ ରବିବାର ଏକତରଫା ନିଷ୍ପତ୍ତି ନେଇ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ। ଏହାକୁ ନେଇ ଶାସକ ଦଳରେ ମତଭେଦ ତୀବ୍ର ହେବା ସହ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଦେଶରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ନେପାଳ ସମ୍ବିଧାନ ଅନୁଯାୟୀ ଏକତରଫା ଭାବେ ପାର୍ଲାମେଣ୍ଟ ଭଙ୍ଗ କରିବା ଅଧିକାର ପ୍ରଧାନମନ୍ତ୍ରୀଙ୍କର ନ ଥିବାରୁ ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ଓଲିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଯଦି ଅଦାଲତ ମତ ଦିଅନ୍ତି, ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ। ନଚେତ୍‌ ଏପ୍ରିଲ୍‌ ୩୦ ଓ ମେ’ ୧୦ରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଅନ୍ତରୀଣ ସରକାର କାର୍ଯ୍ୟ କରିବ।
ପାର୍ଲାମେଣ୍ଟ ଭଙ୍ଗକୁ ନେଇ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ ତୀବ୍ର ମତଭେଦ ଦେଖାଦେଇଛି। ଓଲିଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀ ଅଲଗା କେନ୍ଦ୍ରୀୟ କମିଟି ବୈଠକ କରିବା ପରେ ଦଳ ବିଭାଜନ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି। ଦଳରେ ନିଜ ସ୍ଥିତିକୁ ମଜଭୁତ କରିବା ଲାଗି ପ୍ରଧାନମନ୍ତ୍ରୀ ଓଲି ୧,୧୯୯ ସଦସ୍ୟ ବିଶିଷ୍ଟ ଏକ ନୂଆ କମିଟି ଘୋଷଣା କରିଛନ୍ତି। ଉକ୍ତ କମିଟି ଦଳୀୟ ସାଧାରଣ ସମ୍ମିଳନୀର ଆୟୋଜନ କରିବ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ରୀୟ କମିଟି ସଦସ୍ୟମାନଙ୍କ ବୈଠକରେ ଦଳର ଅନ୍ୟତମ ଅଧ୍ୟକ୍ଷ ଓଲି ନୂଆ କମିଟି ଘୋଷଣା କରିଥିଲେ। ଦଳୀୟ ମୁଖପାତ୍ର ପଦରୁ ନାରାୟଣ କାଜି ଶ୍ରେଷ୍ଠଙ୍କୁ ବହିଷ୍କାର କରାଯାଇ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ ଗ୍ୟାଓଦବାଲିଙ୍କୁ ନୂଆ ମୁଖପାତ୍ର ନିଯୁକ୍ତ କରାଯାଇଛି।
ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏନ୍‌ସିପିର କାର୍ଯ୍ୟକାରୀ ସଭାପତି ପୁଷ୍ପକୁମାର ଦହଲ ‘ପ୍ରଚଣ୍ଡ’ଙ୍କର ଦୀର୍ଘଦିନ ହେଲା କ୍ଷମତା କନ୍ଦଳ ଲାଗିରହିଥିବାବେଳେ ହଠାତ୍‌ ପାର୍ଲାମେଣ୍ଟ ଭଙ୍ଗ ଲାଗି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏନ୍‌ସିପି କେନ୍ଦ୍ରୀୟ କମିଟିରେ ୪୪୬ ସଦସ୍ୟ ଥିବାବେଳେ ସଂଖ୍ୟାଗରିଷ୍ଠତା ହାସଲ ଲକ୍ଷ୍ୟରେ ଓଲି ନୂଆ କମିଟିରେ ଆଉ ୫୫୬ ସଦସ୍ୟଙ୍କୁ ନେଇଛନ୍ତି।
ବିପକ୍ଷ ଗୋଷ୍ଠୀ ଦଳର ଆନୁଷ୍ଠାନିକ ବିଭାଜନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ନୂଆ କମିଟି ଗଠନ କରିଛନ୍ତି। ପ୍ରଚଣ୍ଡଙ୍କ ନେତୃତ୍ୱରେ ବିପକ୍ଷ ଗୋଷ୍ଠୀ କାଠମାଣ୍ଡୁଠାରେ ଅନ୍ୟ ଏକ କେନ୍ଦ୍ରୀୟ କମିଟି ବୈଠକ କରିଥିଲେ। ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳ, ଝଲାନାଥ ଖାନାଲ ଏବଂ ପୂର୍ବତନ କୃଷିମନ୍ତ୍ରୀ ଘନଶ୍ୟାମ ଭୁଷାଲ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତ ସହ ମାନଚିତ୍ର ବିବାଦ ପରେ ଓଲି ଭାବୁଥିଲେ ତାଙ୍କ ପଛରେ ଦେଶବାସୀ ଓ ଦଳର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ରହିଛି। କିନ୍ତୁ ସେ ଦଳକୁ ପରିଚାଳନା କରିପାରିଲେ ନାହିଁ, ଯାହା ଫଳରେ ତାଙ୍କୁ ଏତେବଡ଼ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଲା। ଏହା ଏକ ଗୁରୁତର ସାମ୍ବିଧାନିକ ସଙ୍କଟ ବୋଲି ପୂର୍ବତନ କୂଟନୀତିଜ୍ଞ ତଥା ତ୍ରିଭୂବନ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ପ୍ରଫେସର ବିଜୟକାନ୍ତ କର୍ନ କହିଛନ୍ତି। ଗତ ଏପ୍ରିଲରେ ଶାସକ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ପଦାକୁ ଆସିଥିଲା। ସେବେଠାରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଥିଲା।
୨୦୧୮ ମେ’ରେ ଓଲିଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ୍‌ ମାକ୍ସିଷ୍ଟ-ଲେନିନିଷ୍ଟ) ଏବଂ ପ୍ରଚଣ୍ଡଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି (ମାଓଇଷ୍ଟ ସେଣ୍ଟର) ମିଳିତ ହୋଇ ଏନ୍‌ସିପି ଗଠନ ହୋଇଥିଲା। ଦୁଇ ନେତା ଦଳର ଅଧ୍ୟକ୍ଷ ରହିବେ ଏବଂ ଅଢ଼େଇ ବର୍ଷରେ କ୍ଷମତା ବଦଳ ହେବ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ ଓଲି ସାଧାରଣ ପରିଷଦଠାରୁ ଦୂରେଇ ରହିବାରୁ ଉକ୍ତ ଡିଲ୍‌କୁ ମଞ୍ଜୁରୀ ମିଳିପାରିଲା ନାହିଁ। ଏହାକୁ ନେଇ ପ୍ରଚଣ୍ଡଙ୍କ ଗୋଷ୍ଠୀ କ୍ଷୁବ୍ଧ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

କୋରାପୁଟ,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri