ଏଇ ଭାରତରେ

ଆଗାମୀ ଜଳ ସଙ୍କଟ ଏକ ଭୟାବହ ସ୍ଥିତି ସୃଷ୍ଟି କରିବ ବୋଲି ଏବକାର ବେଙ୍ଗାଲୁରୁ ଜଳାଭାବ ସ୍ଥିତି ସମସ୍ତଙ୍କୁ ଚେତାଇ ଦେଇଛି। ବେଙ୍ଗାଲୁରୁରେ ପାଣି ପାଇଁ ଟ୍ୟାଙ୍କର ଉପରେ ଲୋକେ ନିର୍ଭର କରୁଛନ୍ତି। କିନ୍ତୁ ସହରର ଗୁରୁକୃପା ଆପାର୍ଟମେଣ୍ଟର ଜଳ ପରିଚାଳନା ଏଭଳି ସଙ୍କଟ ଦୂର କରିବାର ବାଟ ଦେଖାଇଛି। ଏହି ଆପାର୍ଟମେଣ୍ଟରେ ପରିବାରଗୁଡ଼ିକ ପାଇଁ ବର୍ଷାଜଳ ସଂରକ୍ଷଣ ପଦ୍ଧତି(ଆର୍‌ଡବ୍ଲ୍ୟୁଏଚ୍‌) ଆଶୀର୍ବାଦ ହୋଇପାରିଛି। ଆର୍‌ଡବ୍ଲ୍ୟୁଏଚ୍‌ରେ ବର୍ଷାଜଳ ସଂଗ୍ରହ କରି ସେମାନେ ବ୍ୟବହାର କରୁଛନ୍ତି। ଏହି ପଦ୍ଧତି ଆରମ୍ଭ କରିଥିଲେ ଗଣେଶ ସନ୍‌ଭାଗ। ପାଇପଠାରୁ ଆରମ୍ଭକରି ଫିଲ୍‌ଟର ଯାଏ ମୋଟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହି କାର୍ଯ୍ୟ ପାଇଁ ସେ କୌଣସି ଦେୟ ଦାବି କରୁନାହାନ୍ତି। ଆର୍‌ଡବ୍ଲ୍ୟୁଏଚ୍‌ରେ ୫୦,୦୦୦ ଲିଟର ଜଳ ରହିବା ଭଳି ୪ଟି ଟାଙ୍କି ନିର୍ମାଣ କରାଯାଉଛି ଓ ବଳକା ପାଣିକୁ ସକ୍‌ପିଟ୍‌କୁ ଛାଡ଼ିଦିଆଯାଉଛି। ଫଳରେ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଏହା ସାହାଯ୍ୟ କରୁଛି। ଏବେ ବେଙ୍ଗାଲୁରୁରେ ୨୦୦ରୁ ଅଧିକ ଆପାର୍ଟମେଣ୍ଟ ସନ୍‌ଭାଗଙ୍କ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଆପଣାଇଛି। ଏହି ପଦ୍ଧତି ଯୋଗୁ ଟ୍ୟାଙ୍କର ଉପରେ ନିର୍ଭରଶୀଳତା ହ୍ରାସ ପାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ଦାନ ମହାପୁଣ୍ୟ

ଏକମାତ୍ର ଝିଅର ବାହାଘର ସ୍ଥିର ହୋଇଯାଇଥାଏ। ତାହା ପୁଣି ଅକ୍ଷୟ ତୃତୀୟା ଦିନ। ବୟୋଜ୍ୟେଷ୍ଠ ଲୋକମାନେ କହିଲେ, ‘ଅକ୍ଷୟ ତୃତୀୟାରେ ଝିଅ ବାହାଘର ଭାଗ୍ୟରେ ଥିଲେ...

‘ବାଉଁଶ ଅଗରେ ଧାନ…’

ପାନ ହେଉଛି ଓଡ଼ିଆର ପ୍ରାଣ। ପ୍ରାଚୀନ ଓଡ଼ିଶାରୁ ପାନର ସୃଷ୍ଟି ଆଉ ଏହା ଆମ ସଂସ୍କୃତି ସହ ନିବିଡ଼ ହୋଇ ରହିଛି- କାହିଁ କେଉଁକାଳରୁ। ଏମିତି...

ଅନ୍ତର୍ଜାତୀୟ ସହଯୋଗ ଲୋଡ଼ା

ତିନିବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବୈଶ୍ୱିକ ଅଭିବୃଦ୍ଧି ସ୍ଥିର ରହିବା, ୩ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ନିମ୍ନରେ ପହଞ୍ଚିବା ଏବଂ ବିତ୍ତୀୟ ଅବସ୍ଥା ଅଧିକ ଭଲ...

ଏଇ ଭାରତରେ

ମହିଳା ସରପଞ୍ଚ ଗଡ୍‌ଜେ ମୀନାକ୍ଷୀଙ୍କ କାର୍ଯ୍ୟ ତାଙ୍କୁ ସମାଜରେ ପ୍ରତିଷ୍ଠିତ କରିଛି। ତାଙ୍କ ଉଦ୍ୟମରେ ତେଲଙ୍ଗାନାର ମୁଖରା ଗାଁ ସୌରଶକ୍ତି ଗାଁ ଭାବେ ପରିଚିତ ହାସଲ...

ଏଇ ଭାରତରେ

ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଏକ ଏନ୍‌ଜିଓରେ ଭଲ ଦରମାରେ ଚାକିରି କରିଥିଲେ କେରଳ ଏର୍ନାକୁଲମ ନିବାସୀ ଜିତୁ ଥୋମାସ। ତାହାକୁ ଛାଡ଼ି ଏବେ...

ଆସ ଛେଳିଫାର୍ମ କରିବା

ଡ. ପ୍ରମୋଦ କୁମାର ପଣ୍ଡା   ପାଠକ ବନ୍ଧୁ! ପ୍ରସଙ୍ଗଟି ନିଶ୍ଚୟ ଆପଣମାନଙ୍କୁ ଚକିତ କରୁଥିବ। ଆମ ଓଡ଼ିଆଙ୍କର ଯେତେପ୍ରକାର ଆମିଷ ଖାଦ୍ୟ ଅଛି, ସେଥିମଧ୍ୟରୁ...

ଈଶ୍ୱରୀୟ ଭାବନା

ଡା. ଉମେଶ ଚନ୍ଦ୍ର ପାତ୍ର   ଜଗତର ସ୍ରଷ୍ଟା ଈଶ୍ୱର। ସେ ଉପରେ ରୁହନ୍ତି। ତାଙ୍କୁ ଭକ୍ତି କରିବାକୁ ହୁଏ, ଭୟ ମଧ୍ୟ କରିବାକୁ ହୁଏ।...

ଗଛର ଦିବ୍ୟ ଗାଥା

ଦେବଦତ୍ତ ପଟ୍ଟନାୟକ   ବିଭିନ୍ନ ଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ବରେ ଗଛର ଭୂମିକା ରହିଛି। ବିଶେଷ କରି ନବରାତ୍ରି, ଗୌରୀ ପୂଜା ଓ ତେଜ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri