ଏଇ ଭାରତରେ

ସମୁଦ୍ର ଜଳ ପ୍ରଦୂଷଣର ପ୍ରଭାବ ଜଳଜୀବ ଉପରେ ପଡ଼ୁଛି। ବିଶେଷକରି ପ୍ରବାଳ ପାଚେରୀଗୁଡ଼ିକ କ୍ଷୟ ହେବାରେ ଲାଗିଛି। ଏହାର ପ୍ରତିକାର ଜରୁରୀ ହୋଇପଡ଼ିଥିବାବେଳେ ଗୃହିଣୀରୁ ସ୍କୁବା ଡାଇଭର ପାଲଟିଥିବା ୪୯ ବର୍ଷୀୟା ଉମା ମାନି ପ୍ରବାଳ ପାଚେରୀ ସୁରକ୍ଷାରେ ଲାଗିଛନ୍ତି। ଏକ ଦଶନ୍ଦି ହେଲା ସେ ଏହି କାର୍ଯ୍ୟ କରିଆସୁଛନ୍ତି। ଉମା ସ୍କୁବା ଡାଇଭିଂ ସମ୍ପର୍କରେ ପ୍ରଶିକ୍ଷଣ ନେଇଛନ୍ତି। ପ୍ରାରମ୍ଭିକ ସ୍ତରରେ ଏହା କଠିନ ଥିଲେ ବି ତାହା ସମୟକ୍ରମେ ସହଜ ହୋଇଯାଇଛି ବୋଲି କହନ୍ତି ଉମା। ସେ ଗଭୀର ସମୁଦ୍ରରେ ପ୍ରବାଳ ପାଚେରୀରେ ହୋଇଥିବା କ୍ଷତି ସମ୍ବନ୍ଧରେ ତଥ୍ୟ ଓ ଫଟୋ ଆଣିବା ସହ ତାହାର ପ୍ରତିକାର ଉପରେ ପଦକ୍ଷେପ ନେଉଛନ୍ତି। କେବଳ ପ୍ରବାଳ ପାଚେରୀର ସୁରକ୍ଷା ନୁହେଁ, ସେ ସ୍କୁଲ, କଲେଜ, କର୍ପୋରେଟ ସଂସ୍ଥାଗୁଡ଼ିକରେ ବେଳଭୂମି ପ୍ରଦୂଷଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ସାହିତ୍ୟରେ ଉମା ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଓ ତାଙ୍କ ସ୍ବାମୀ ଜଣେ ଡାକ୍ତର। ଉମା ଏବେ ତାମିଲନାଡୁର ଡିଣ୍ଡିଗୁଲ୍‌ରେ ରହୁଛନ୍ତି। ପ୍ରବାଳ ପାଚେରୀ ଉପରେ ସଚେତନାତା ସୃଷ୍ଟି କରିବା ଲାଗି ୨୦୧୯ରେ ‘କୋରାଲ ଓମେନ’ ଡକ୍ୟୁମେଣ୍ଟାରି ରିଲିଜ୍‌ ହେବା ପରେ ଏ ସମ୍ପର୍କରେ ଲୋକେ ଅଧିକ ସଚେତନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri