ଏଇ ଭାରତରେ

ଘର କାନ୍ଥରେ ଯେମିତି ଟିଭି ଲଗାଉଛନ୍ତି ଠିକ୍‌ ସେମିତି ଏବେ ଏକ ଜିମ୍‌ ସେଟ୍‌ କରିପାରିବେ। ଦିଲ୍ଲୀ ଆଇଆଇଟିର ୪ ଜଣ ଇଞ୍ଜିନିୟରଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଅମନ ରାୟ, ଅନୁରାଗ ଦାନୀ, ରୋହିତ ପଟେଲ ଏବଂ ଅମନ ଜର୍ଜ ଏହି ମେଶିନ ତିଆରି କରିଛନ୍ତି। ଏହାର ନାମ ଏରୋଲିପ ଏକ୍ସ। ଏହାକୁ କାନ୍ଥରେ ୪ x୨ ଫୁଟ ଜାଗାରେ ସେଟ୍‌ କରାଯାଇପାରୁଛି। କୋଭିଡ୍‌ ସମୟରେ ଘରେଥିବାବେଳେ ସେମାନେ ଏହି ମେଶିନ ତିଆରି କରିବାକୁ ଚାହଁିଥିଲେ। ସେ ସମୟରେ ବ୍ୟାୟାମ କରିବାକୁ ଘରେ ଜିମ୍‌ ସେଟ୍‌ଅପ୍‌ କରିବା ଲାଗି ମାର୍କେଟରେ କୌଣସି ସହଜ ପଦ୍ଧତି ଉପଲବ୍ଧ ନ ଥିଲା। ଏଣୁ ସେମାନେ ଘରେ କମ୍‌ ଜାଗାରେ କେମିତି ଜିମ୍‌ କରାଯାଇପାରିବ ସେ ସମ୍ପର୍କରେ ଗବେଷଣା କରିବାକୁ ଲାଗିଲେ ଓ ୨ ବର୍ଷ ପରେ ସଫଳତା ବି ପାଇଲେ। ବଡ଼ ଜିମ୍‌ରେ ଯେଉଁସବୁ ବ୍ୟାୟାମ କରାଯାଇପାରୁଛି ସେ ସବୁ ଏରୋଲିପ ଏକ୍ସରେ ସମ୍ଭବ ହେଉଛି। ଏଥିରେ କମ୍‌ ଜାଗାରେ ପାଖାପାଖି ୧୫୦ରୁ ଅଧିକ ପ୍ରକାର ବ୍ୟାୟାମ ସମ୍ଭବ ହେଉଛି। ଏହି ମେଶିନ ଡିଜିଟାଲ ଓ୍ବେଟ ଟେକ୍ନୋଲୋଜି ଉପରେ ଆଧାରିତ ଓ ଏହା ଭାରତରେ ପେଣ୍ଟେଟ ପାଇଛି। ଏବେ ସୁଦ୍ଧା ୨୦ଟି ସହରରେ ୩୦୦ଟି ହୋମ୍‌ ଜିମ୍‌ ପ୍ରତ୍ୟେକକୁ ୧.୬୯ ଲକ୍ଷ ଟଙ୍କାରେ ବିକ୍ରି କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri