ଏଇ ଭାରତରେ

ଖାଦ୍ୟର କୌଣସି ବାଛବିଚାର ନାହିଁ, ତାହା କେବଳ ଅନ୍ୟର ଭୋକ ମେଣ୍ଟାଇ ଖୁସି ଦେଇଥାଏ ବୋଲି କହନ୍ତି କୋଏମ୍ବାଟୁର୍‌ର ଟ୍ରାନ୍ସଓମ୍ୟାନ୍‌ ସଙ୍ଗୀତା। ଏବେ ତାଙ୍କୁ ବୟସ ୬୦। ସଙ୍ଗୀତା କ୍ୟାଟରିଂ ସର୍ଭିସ ଦୀର୍ଘ ୬ ବର୍ଷ ହେବ ଚଳାଇ ଆସୁଛନ୍ତି। ପ୍ରତିଦିନ ୩୦୦ରୁ ଊର୍ଦ୍ଧ୍ୱ ଗରିବଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଟ୍ରାନ୍ସଜେଣ୍ଡର ସମାଜରେ ସେ ନିଜକୁ ସଶକ୍ତ କରିବାକୁ ସଂଗ୍ରାମ କରିଛନ୍ତି। ତାଙ୍କର ନା ଥିଲା ଘର ନା ଖାଦ୍ୟ। ଭୋକିଲା ପେଟର ଜ୍ୱାଳା ସହିଛନ୍ତି ଓ ଏହା ଆଉ କାହା ଜୀବନରେ ନ ଆସୁ ବୋଲି କହନ୍ତି ସଙ୍ଗୀତା। ଏଣୁ ସେ ଏହି କ୍ୟାଟରିଂ ସର୍ଭିସ ମାଧ୍ୟମରେ କୋଭିଡ୍‌-୧୯ ମହାମାରୀ ସମୟରେ ଭିକାରି, ଦିନମଜୁରିଆ ଓ ବାସହୀନମାନଙ୍କୁ ଦୈନିକ ଖାଇବାକୁ ଦେଉଛନ୍ତି। ସେ ତାଙ୍କ ସଞ୍ଚିତ ଟଙ୍କାରୁ ଖର୍ଚ୍ଚ କରି ଏହାକୁ ପ୍ରଥମେ ଆରମ୍ଭ କରିଥିଲେ। ଏବେ ବଦାନ୍ୟ ବ୍ୟକ୍ତିମାନଙ୍କଠାରୁ ପାଣ୍ଠି ସଂଗ୍ରହ କରୁଛନ୍ତି। କିଛି ବ୍ୟକ୍ତିଙ୍କ ସହ ଟ୍ରାନ୍ସଜେଣ୍ଡର ସମାଜର ସମାନ ଚିନ୍ତାଧାରା ସମ୍ପନ୍ନ କେତେଜଣଙ୍କ ସାହାଯ୍ୟରେ ଏହି ସେବା କରୁଛନ୍ତି। ସେମାନଙ୍କ ସହ ସଙ୍ଗୀତା ସହରର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି। କେବଳ ଏତିକି ନୁହେଁ, ଏହି ସମୟରେ ସେ ୩୦ ପରିବାରକୁ ୧,୦୦୦ ଟଙ୍କାର ଗ୍ରୋସରି ପ୍ୟାକେଟ୍‌ ବି ଦେଇଛନ୍ତି। ଏରୋଡର ଏକ ଛୋଟ ଗାଁ ବନ୍ନରୀରେ କୃଷକ ପରିବାରରେ ତାଙ୍କ ଜନ୍ମ। ୧୯୮୫ରେ ୨୫ ବର୍ଷ ବୟସରେ ସେ ଘର ଛାଡ଼ି କୋଏମ୍ବାଟୁର୍‌ ଚାଲି ଆସିଥିଲେ। ପରେ ଟ୍ରାନ୍ସଜେଣ୍ଡର ଗୋଷ୍ଠୀରେ ସାମିଲ ହୋଇଥିଲେ। କୋଏମ୍ବାଟୁର୍‌ର ଅବିନାଶିଲିଙ୍ଗମ୍‌ ବଶ୍ୱଦ୍ୟାଳୟରୁ କ୍ୟାଟରିଂ କୋର୍ସ ଶେଷ କରିବା ପରେ ୩ ଲକ୍ଷ ଟଙ୍କା ଋଣ ଆଣି ୨୦୧୪ରେ ବ୍ୟବସାୟ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପାଇଁ ରେଷେଇ ଆରମ୍ଭ କରିଥିଲେ। ପରେ ବାହାଘର କିମ୍ବା ଅନ୍ୟ ଘରୋଇ ଉତ୍ସବ ଲାଗି ରୋଷେଇ ଆରମ୍ଭ କରି ମାସକୁ ଅତି କମରେ୍‌ ୫ଟି ଅର୍ଡର ପାଉଛନ୍ତି। ଏଥିରେ ବହୁ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଏହାବାଦ୍‌ ସେ ୫୦ ଜଣ ଟ୍ରାନ୍ସଜେଣ୍ଡରଙ୍କୁ କଲେଜରେ କ୍ୟାଟରିଂ ପ୍ରଶିକ୍ଷଣ ନେବା ପାଇଁ ସାହାଯ୍ୟ କରିଛନ୍ତି। ଏକ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରି ଟ୍ରାନ୍ସଜେଣ୍ଡରମାନଙ୍କୁ ବ୍ୟବସାୟ କରିବାର ବାଟ ଦେଖାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?