ବ୍ୟବସାୟକୁ ଜୀବନ ଦେଇଛି କାଗଜଫୁଲ

ବଅଁରପାଳ,୧୦ା୭(ଉପେନ୍ଦ୍ର ରାଉତ)
ଗଢ଼ିନି ପ୍ରକୃତି। ସୁଗନ୍ଧ ଦେଇନାହାନ୍ତି ଈଶ୍ୱର। ଗେଣ୍ଡୁ ପରି ଗୋଲଗାଲ ନୁହେଁ କି ଗୋଲାପ ଭଳି ଆକର୍ଷଣ ମଧ୍ୟ ନାହିଁ। ତଥାପି ଲକ୍‌ଡାଉନ୍‌ ଯୋଗୁ ବନ୍ଦ ପଡ଼ିଥିବା ଫୁଲ ବ୍ୟବସାୟକୁ ଜୀବନ ଦେଇଛି ହାତ ତିଆରି କାଗଜଫୁଲ। ଏବେ କଟକଣା ପାଇଁ କୋଲକାତାରୁ ତାଜା ଫୁଲ ଆସିପାରୁ ନ ଥିବା ବେଳେ ଏହି କାଗଜଫୁଲ ହିଁ ବରଗାଡ଼ି ଓ ବେଦି ସାଜସଜ୍ଜାର ଏକମାତ୍ର ବିକଳ୍ପ ସାଜିଥିବା କହିଛନ୍ତି ଅନୁଗୋଳ ଜିଲା ବଅଁରପାଳର ବହୁ ଫୁଲ ବ୍ୟବସାୟୀ।
ବ୍ୟବସାୟୀ ପୀତାମ୍ବର ପ୍ରଧାନ ଓ ଗଙ୍ଗାକୁମାର କହିଛନ୍ତି, ଲକ୍‌ଡାଉନ୍‌ ପୂର୍ବରୁ ବସିବାକୁ ସମୟ ନ ଥିଲା। ବାହାଘର, ବ୍ରତଘର ଠାରୁ ଆରମ୍ଭ କରି ସଭା ସମିତି ଯାଏ ସବୁଠି ଫୁଲର ସାଜସଜ୍ଜା ପାଇଁ ବରାଦ ପରେ ବରାଦ ମିଳୁଥିଲା। କିନ୍ତୁ ମାର୍ଚ୍ଚରୁ କରୋନା କଟକଣା ଲାଗୁ ପରଠାରୁ ବ୍ୟବସାୟ ପୂରା ବନ୍ଦ ହୋଇଯାଇଥିଲା। ପରେ ଦୋକାନ ବଜାର ଖୋଲିବାକୁ ସରକାର ଅନୁମତି ଦେଇଥିଲେ ହେଁ ପୂଜା, ପର୍ବ ଓ ସଭାସମିତି ଉପରେ କଡ଼ା କଟକଣା ଜାରି ରହିଛି। ବଡ଼ ଧରଣର ଆୟୋଜନକୁ ସମ୍ପୂର୍ଣ୍ଣ ମନା ଥିବାବେଳେ ବିବାହ, ବ୍ରତ ଆଦିରେ ଜାକଜମକକୁ ବାରଣ କରାଯାଇଛି। ତେଣୁ ଏସବୁ ମାଙ୍ଗଳିକ କାର୍ଯ୍ୟକୁ ଲୋକେ ଯଥାସମ୍ଭବ ଘୁଞ୍ଚାଇ ଦେଉଛନ୍ତି। କେଉଁଠି କେମିତି ସାଜସଜ୍ଜା କାମଟିଏ ଜୁଟିଲେ ବି ବରାଦ ମୁତାବକ ଫୁଲ ମିଳୁନି। ଓଡ଼ିଶାର ଫୁଲ ବ୍ୟବସାୟୀମାନେ ସାଧାରଣତଃ କୋଲକାତା ମାର୍କେଟ ଉପରେ ନିର୍ଭର କରିଥାନ୍ତି। ସେଠାରୁ ଦୈନିକ ଆସୁଥିବା ସଜଫୁଟା ଗୋଲାପ, ରଜନୀଗନ୍ଧା, ସେବତୀ, ଗେଣ୍ଡୁ ଆଦିର ଚାହିଦା ଏଠାରେ ବହୁ ଅଧିକ। ହେଲେ ଲକ୍‌ଡାଉନ୍‌ ଯୋଗୁ କୋଲକାତାରୁ ଫୁଲ ଆସିବା କଷ୍ଟକର ହୋଇପଡ଼ୁଛି। ଯାହା କିଛି ଗାଡ଼ିରେ ଆସୁଛି ତାହା ଚାହିଦା ପୂରଣ କରିପାରୁ ନାହିଁ। ବଅଁରପାଳ ବଜାରରେ ୧୦ରୁ ଅଧିକ ଫୁଲ ଦୋକାନୀ ବର୍ଷ ତମାମ ଭଲ ବ୍ୟବସାୟୀ କରୁଥିଲେ। ଗୋଟିଏ ବରଗାଡ଼ି ସଜାଇଲେ ୪ରୁ ୫ ହଜାର ଟଙ୍କା ପାଉଥିଲେ। କିନ୍ତୁ ଏବେ ସେପରି ବାହାଘର ନାହିଁ କି ସାଜସଜ୍ଜା ପାଇଁ ସଜ ଫୁଲ ନାହିଁ। ତେଣୁ କାଗଜ ଓ ପ୍ଲାଷ୍ଟିକ୍‌ ନିର୍ମିତ ଫୁଲକୁ ବ୍ୟବହାର କରିବାକୁ ପଡ଼ୁଛି। ଗେଣ୍ଡୁ, ରଜନୀଗନ୍ଧା ଓ ଗୋଲାପ ପରି ଏହା ସୁବାସିତ ହୋଇ ନ ଥିଲେ ବି ସୌନ୍ଦର୍ଯ୍ୟ ପାଇଁ ବେଦୀ, ବରଗାଡ଼ିରେ ସଜାଇବାକୁ ପଡ଼ୁଛି। ଫଳରେ ଅଧିକ ଅର୍ଥ ମିଳୁ ନ ଥିଲେ ମଧ୍ୟ ଯାହା କିଛି ରୋଜଗାର ହେଉଛି ସେଥିରେ ପରିବାର କଷ୍ଟେମଷ୍ଟେ ଚଳିଯାଉଛି ବୋଲି ଫୁଲ ବ୍ୟବସାୟୀ ପୀତାମ୍ବର ଓ ଗଙ୍ଗାକୁମାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri