ବ୍ୟବସାୟକୁ ଜୀବନ ଦେଇଛି କାଗଜଫୁଲ

ବଅଁରପାଳ,୧୦ା୭(ଉପେନ୍ଦ୍ର ରାଉତ)
ଗଢ଼ିନି ପ୍ରକୃତି। ସୁଗନ୍ଧ ଦେଇନାହାନ୍ତି ଈଶ୍ୱର। ଗେଣ୍ଡୁ ପରି ଗୋଲଗାଲ ନୁହେଁ କି ଗୋଲାପ ଭଳି ଆକର୍ଷଣ ମଧ୍ୟ ନାହିଁ। ତଥାପି ଲକ୍‌ଡାଉନ୍‌ ଯୋଗୁ ବନ୍ଦ ପଡ଼ିଥିବା ଫୁଲ ବ୍ୟବସାୟକୁ ଜୀବନ ଦେଇଛି ହାତ ତିଆରି କାଗଜଫୁଲ। ଏବେ କଟକଣା ପାଇଁ କୋଲକାତାରୁ ତାଜା ଫୁଲ ଆସିପାରୁ ନ ଥିବା ବେଳେ ଏହି କାଗଜଫୁଲ ହିଁ ବରଗାଡ଼ି ଓ ବେଦି ସାଜସଜ୍ଜାର ଏକମାତ୍ର ବିକଳ୍ପ ସାଜିଥିବା କହିଛନ୍ତି ଅନୁଗୋଳ ଜିଲା ବଅଁରପାଳର ବହୁ ଫୁଲ ବ୍ୟବସାୟୀ।
ବ୍ୟବସାୟୀ ପୀତାମ୍ବର ପ୍ରଧାନ ଓ ଗଙ୍ଗାକୁମାର କହିଛନ୍ତି, ଲକ୍‌ଡାଉନ୍‌ ପୂର୍ବରୁ ବସିବାକୁ ସମୟ ନ ଥିଲା। ବାହାଘର, ବ୍ରତଘର ଠାରୁ ଆରମ୍ଭ କରି ସଭା ସମିତି ଯାଏ ସବୁଠି ଫୁଲର ସାଜସଜ୍ଜା ପାଇଁ ବରାଦ ପରେ ବରାଦ ମିଳୁଥିଲା। କିନ୍ତୁ ମାର୍ଚ୍ଚରୁ କରୋନା କଟକଣା ଲାଗୁ ପରଠାରୁ ବ୍ୟବସାୟ ପୂରା ବନ୍ଦ ହୋଇଯାଇଥିଲା। ପରେ ଦୋକାନ ବଜାର ଖୋଲିବାକୁ ସରକାର ଅନୁମତି ଦେଇଥିଲେ ହେଁ ପୂଜା, ପର୍ବ ଓ ସଭାସମିତି ଉପରେ କଡ଼ା କଟକଣା ଜାରି ରହିଛି। ବଡ଼ ଧରଣର ଆୟୋଜନକୁ ସମ୍ପୂର୍ଣ୍ଣ ମନା ଥିବାବେଳେ ବିବାହ, ବ୍ରତ ଆଦିରେ ଜାକଜମକକୁ ବାରଣ କରାଯାଇଛି। ତେଣୁ ଏସବୁ ମାଙ୍ଗଳିକ କାର୍ଯ୍ୟକୁ ଲୋକେ ଯଥାସମ୍ଭବ ଘୁଞ୍ଚାଇ ଦେଉଛନ୍ତି। କେଉଁଠି କେମିତି ସାଜସଜ୍ଜା କାମଟିଏ ଜୁଟିଲେ ବି ବରାଦ ମୁତାବକ ଫୁଲ ମିଳୁନି। ଓଡ଼ିଶାର ଫୁଲ ବ୍ୟବସାୟୀମାନେ ସାଧାରଣତଃ କୋଲକାତା ମାର୍କେଟ ଉପରେ ନିର୍ଭର କରିଥାନ୍ତି। ସେଠାରୁ ଦୈନିକ ଆସୁଥିବା ସଜଫୁଟା ଗୋଲାପ, ରଜନୀଗନ୍ଧା, ସେବତୀ, ଗେଣ୍ଡୁ ଆଦିର ଚାହିଦା ଏଠାରେ ବହୁ ଅଧିକ। ହେଲେ ଲକ୍‌ଡାଉନ୍‌ ଯୋଗୁ କୋଲକାତାରୁ ଫୁଲ ଆସିବା କଷ୍ଟକର ହୋଇପଡ଼ୁଛି। ଯାହା କିଛି ଗାଡ଼ିରେ ଆସୁଛି ତାହା ଚାହିଦା ପୂରଣ କରିପାରୁ ନାହିଁ। ବଅଁରପାଳ ବଜାରରେ ୧୦ରୁ ଅଧିକ ଫୁଲ ଦୋକାନୀ ବର୍ଷ ତମାମ ଭଲ ବ୍ୟବସାୟୀ କରୁଥିଲେ। ଗୋଟିଏ ବରଗାଡ଼ି ସଜାଇଲେ ୪ରୁ ୫ ହଜାର ଟଙ୍କା ପାଉଥିଲେ। କିନ୍ତୁ ଏବେ ସେପରି ବାହାଘର ନାହିଁ କି ସାଜସଜ୍ଜା ପାଇଁ ସଜ ଫୁଲ ନାହିଁ। ତେଣୁ କାଗଜ ଓ ପ୍ଲାଷ୍ଟିକ୍‌ ନିର୍ମିତ ଫୁଲକୁ ବ୍ୟବହାର କରିବାକୁ ପଡ଼ୁଛି। ଗେଣ୍ଡୁ, ରଜନୀଗନ୍ଧା ଓ ଗୋଲାପ ପରି ଏହା ସୁବାସିତ ହୋଇ ନ ଥିଲେ ବି ସୌନ୍ଦର୍ଯ୍ୟ ପାଇଁ ବେଦୀ, ବରଗାଡ଼ିରେ ସଜାଇବାକୁ ପଡ଼ୁଛି। ଫଳରେ ଅଧିକ ଅର୍ଥ ମିଳୁ ନ ଥିଲେ ମଧ୍ୟ ଯାହା କିଛି ରୋଜଗାର ହେଉଛି ସେଥିରେ ପରିବାର କଷ୍ଟେମଷ୍ଟେ ଚଳିଯାଉଛି ବୋଲି ଫୁଲ ବ୍ୟବସାୟୀ ପୀତାମ୍ବର ଓ ଗଙ୍ଗାକୁମାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri