ଏଇ ଭାରତରେ

ପୁରୁଷପ୍ରଧାନ କର୍ମଭୂମିରେ ମହିଳାଙ୍କ ଦକ୍ଷତା ପ୍ରଦର୍ଶନ କିଛି କମ୍‌ କଥା ନୁହେଁ, ଯେମିତି କରୁଛନ୍ତି ଆସାମର ମହିଳା ମାହୁନ୍ତ ପାର୍ବତୀ ବରୁଆ। ସେ ଭାରତର ପ୍ରଥମ ମହିଳା ମାହୁନ୍ତ ଯିଏ ସାରା ଜୀବନ ପଥଭ୍ରଷ୍ଟ ହାତୀଦଳକୁ ବାଟ କଢ଼ାଇନେବା କିମ୍ବା ଆହତ ହାତୀଙ୍କୁ ଉଦ୍ଧାରରେ ନିଜକୁ ସମର୍ପିତ କରିଛନ୍ତି। ପାର୍ବତୀ ଗୌରିପୁର ରାଜବଂଶର ଶେଷ ଦାୟାଦ ପ୍ରକୃତିଶ ଚନ୍ଦ୍ର ବରୁଆଙ୍କ କନ୍ୟା। ସେ ୧୪ ବର୍ଷ ବୟସରେ କୋକ୍ରାଝର ଜିଲା କାଚୁଗାଁଓ ଜଙ୍ଗଲରେ ପ୍ରଥମ ହାତୀ ଧରିବା ପରେ ଆଉ ଅଟକି ନାହାନ୍ତି। ସେ ୧୯୭୨ରେ ମାହୁନ୍ତ ହୋଇ ହାତୀ ଉଦ୍ଧାର କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ପାଖରେ ଏବେ ୩ଟି ହାତୀ ଅଛନ୍ତି। ସେମାନଙ୍କ ନାମ ହେଉଛି ଲକ୍ଷ୍ମୀମାଳା, ଆଲୋକ ଓ କାଞ୍ଚନମାଳା। ଏମାନଙ୍କ ସହାୟତାରେ ଅନ୍ୟ ମହୁନ୍ତମାନଙ୍କୁ ସାଥିରେ ନେଇ ସେ ଆସାମ, ବିହାର ଓ ପଶ୍ଚିମବଙ୍ଗରେ ଉଗ୍ର ହାତୀଙ୍କୁ ଶାନ୍ତ କରିବା ସହ ଆହତଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ‘ହସ୍ତି କନ୍ୟା’ ବୋଲି ସମ୍ବୋଧନ କରାଯାଉଛି। ଆଧୁନିକ ଜୀବନଶୈଳୀରୁ ଦୂରେଇଯାଇ ହାତୀଙ୍କ ନିକଟରେ ଏକ ଟେଣ୍ଟରେ ରହୁଛନ୍ତି ପାର୍ବତୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?