ଏଇ ଭାରତରେ

ମଣିଷର ରୁଚି କାହାର କେମିତି କହିବା ମୁସ୍କିଲ, ଏଇ ଯେମିତି ରହିଛି ହରଜିତ ସିଂ ଓ୍ବାଧଓ୍ବାଙ୍କର। ସେ ଭୋକିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଓ ପ୍ରତିଦିନ ସେମାନଙ୍କ ନିକଟରେ ଟିଫିନ ପହଞ୍ଚାଉଛନ୍ତି ।
ହରଜିତ ରହୁଛନ୍ତି ଅହମ୍ମଦାବାଦରେ। ତାଙ୍କୁ ବୟସ ୪୭। ସେ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର। ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ସେ ଏକ ଲାଙ୍ଗର ସେବା ଗ୍ରୁପ ( ହ୍ବାଟ୍ସଆପ ଗ୍ରୁପ) କରି ସେଥିରେ ସେମାନେ ଅସହାୟ ଲୋକଙ୍କ ପାଖରେ ଭୋଜନ ପହଞ୍ଚାଇବାକୁ ଚାହଁୁଛନ୍ତିି ବୋଲି ମେସେଜ କରିଥିଲେ। ସେହିଦିନ ରାତିରେ ଓ୍ବାଧଓ୍ବା ୩୫୬୦ କଲ୍‌ ପାଇଥିଲେ। ସେ ତାଙ୍କ ସାଙ୍ଗମାନଙ୍କୁ ନେଇ ଏହି ସେବା ଯୋଗାଇ ଚାଲିଛନ୍ତି। ଆଉ ଏକ କରୋନା ହେଲ୍‌ଥ ଗ୍ରୁପ ମଧ୍ୟ ଗଠନ କରି ଏଥିରେ ଅଧିକ ସ୍ବେଚ୍ଛାସେବୀଙ୍କୁ ଯୋଡ଼ି ଅର୍ଡର ସଂଗ୍ରହ କରୁଛନ୍ତି। ପ୍ରଥମ ଲକ୍‌ଡାଉନ ସମୟରେ ଏହାକୁ ଆରମ୍ଭ କରି ମାର୍ଚ୍ଚ ୨୮ରୁ ୨୯ ସୁଦ୍ଧା ଦିନକୁ ସେ ୩୨୦୦ ଅର୍ଡର ପାଇଥିଲେ। ଏବେସୁଦ୍ଧା ଓ୍ବାଧାଓ୍ବାଙ୍କ ଟିମ୍‌ ୪,୧୫,୦୦୦ ଫୁଡ ପ୍ୟାକେଟ ଡେଲିଭରି କରିଛନ୍ତି। ବିଭିନ୍ନ ପ୍ରତିଷ୍ଠିତ କ୍ଲବ ଏବଂ ସଂଗଠନ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। ସ୍ବେଚ୍ଛାସେବୀମାନେ ବି ଘର ଘର ବୁଲି ରୁଟି ସଂଗ୍ରହ କରୁଛନ୍ତି। ରୁଟି କରିବା ଲାଗି ବି ସେ ମହିଳାମାନଙ୍କୁ ନିଯୁକ୍ତି ଦେଇଛନ୍ତି। କେବଳ ଲୋକମାନଙ୍କୁ ଫୁଡ୍‌ ଟିଫିନ ଦେଉନାହାନ୍ତି, ବରଂ ବୁଲା କୁକୁରଙ୍କୁ ବି ଖାଇବାକୁ ଦେଉଛନ୍ତି। ଏବେ ସୁଦ୍ଧା ଓ୍ବାଧଓ୍ବାଙ୍କ ଗ୍ରୁପ ୬୫୦ ଛାତ୍ରଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେଇଛି। ଅନ୍‌ଲାଇନରେ ପଢିବା ଲାଗି ପିଲାମାନଙ୍କୁ ୩୮ଟି ଫୋନ୍‌ ବି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri