ପୁଅକୁ ବିଷ ଦେଇ ମା’ ପିଇଲେ

ସଇଁତଳା, ୧୬ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ କୁମ୍ଭାରୀ ଗ୍ରାମରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି ଦୁଇବର୍ଷର ପୁଅକୁ ବିଷ ପିଆଇବା ପରେ ସ୍ତ୍ରୀ ରିକି ରଣା(୨୫) ନିଜେ ବିଷ ପିଇ ଦେଇଛନ୍ତି। ଉଭୟ ମା’ ଓ ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ସଇଁତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ରିକିଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ହେଲେ ଶିଶୁପୁତ୍ର ଲକ୍ଷ୍ମୀକାନ୍ତ(୨)ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସଇଁତଳା ମେଡିକାଲ କର୍ତ୍ତୃପକ୍ଷଙ୍କ ରିପୋର୍ଟ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣା ପରେ ମହିଳାଙ୍କ ସ୍ବାମୀ ଭରତ ରଣା ଫେରାର ହୋଇଯାଇଛନ୍ତି।
କୁମ୍ଭାରୀ ଗଁା ଭାଗବତ ମନ୍ଦିର ପଡ଼ାର ଭରତ ରଣା ତିନିବର୍ଷ ତଳେ ସଇଁତଳାର ରିକିଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇବର୍ଷର ପୁଅ ଲକ୍ଷ୍ମୀକାନ୍ତ। ଗତ କିଛିମାସ ହେଲା ଭରତ ଘରେ ପ୍ରାୟ ସମୟରେ ପାଟିତୁଣ୍ଡ କରିବା ସହ ରିକିଙ୍କୁ ମାରପିଟ କରୁଥିଲେ। ମଙ୍ଗଳବାର କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ଅତିଷ୍ଠ ହୋଇ ରିକି ଘରେ ଫସଲରେ ବ୍ୟବହାର ପାଇଁ ରଖାଯାଇଥିବା କୀଟନାଶକ ପୁଅକୁ ଦେବା ପରେ ନିଜେ ପିଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିବା ୮ ଶ୍ରମିକଙ୍କୁ ସଙ୍ଗରୋଧ ଗୃହକୁ ପଠାଇଲା ପୋଲିସ

  କୋକସରା,୧୨।୪ (ଡି.ଏନ.ଏ.) କୋରାପୁଟ ଜିଲାର ବୋରିଗୁମାର ଏକ ରାଇସ୍‌ ମିଲ୍‌ରେ ଶ୍ରମିକ ଭାବରେ କାମ କରୁଥିବା ୮ ଜଣ ଶ୍ରମିକ ରବିବାର ଚାଲି ଚାଲି...

ପଶ୍ଚିମ ଓଡ଼ିଶାରେ ନୂଆଁଖାଇ: ମା’ ସମଲେଇ, ଶିଖରବାସିନୀଙ୍କ ପାଖେ ନବାନ୍ନ ଲାଗି

ସୁନ୍ଦରଗଡ଼,୩।୯(ଡି.ଏନ୍‌.ଏ): ସୁନ୍ଦରଗଡ଼ର ପୁରପଲ୍ଲୀରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ଓ ରାଜପରିବାରର...

ଏମ୍‌ଏଲ୍‌ୟୁରେ ପରୀକ୍ଷା ସ୍ଥଗିତ

କଟକ ଅଫିସ,୨୫ା୩: କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (ଏମ୍‌ଏଲ୍‌ୟୁ)ରେ ୫ ବର୍ଷିଆ ବିଏ ଏଲ୍‌ଏଲ୍‌ବି ଏବଂ ୩ ବର୍ଷିଆ ଏଲ୍‌ଏଲ୍‌ବି ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷା...

ନଗରଭବନଠାରେ ବିଶ୍ୱ ପରିବେଶ ଦିବସ ପାଳିତ: ପ୍ରକୃତିବନ୍ଧୁମାନଙ୍କୁ ପୁରସ୍କାର ପ୍ରଦାନ

କେନ୍ଦୁଝର,୫।୬( ସ୍ବ.ପ୍ର.): କେନ୍ଦୁଝର ଜିଲା ନଗରଭବନଠାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ...

ପ୍ରଶାସନ ପକ୍ଷରୁ ଚାଉଳ ମିଲ୍‌ ଉପରେ ଅତର୍କିତ ଚଢ଼ାଉ, ମିଲର୍‌ଙ୍କୁ ତାଗିଦ

ପୁରୁଷୋତ୍ତମପୁର, ୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଚାଉଳ ମିଲ ଉପରେ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ପୁରୁଷୋତ୍ତମପୁର ତହସିଲଦାର...

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘର ବନ୍ଦ ପାଳନ

ଦେବଗଡ଼,୨୬।୯(ଡି.ଏନ୍‌.ଏ.) : ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଗୁରୁବାର ସମସ୍ତ ସରକାରୀ, ବେସରକାରୀ,...

କଣ୍ଟାକ୍ଟ ଟ୍ରେସିଂ ପାଇଁ ଘାଣ୍ଟି ହେଉଛି ପ୍ରଶାସନ

ପୁରୀ ଅଫିସ,୧୯ା୫: ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀ ପୋଲିସ ଏବଂ ପ୍ରଶାସନର ଚିନ୍ତା ବଢିଯାଇଛି। ଚିହ୍ନଟ ପୂର୍ବରୁ ଅଭିଯୁକ୍ତ ଜଣକ...

ରିଂ ରୋଡ୍‌, ଆଡ଼ିବନ୍ଧ ନିର୍ମାଣ ଲାଗି ତତ୍ପରତା

ବାରିପଦା ଅଫିସ,୨୧ା୮- ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମୟୂରଭଞ୍ଜ ଜଳସେଚନ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରିଂ...

Advertisement
Archives

Model This Week