ଏଇ ଭାରତରେ

ଏକ ସୁସ୍ଥ ପୃଥିବୀ ପାଇଁ ପରିବେଶର ସୁରକ୍ଷା ଜରୁରୀ। ଏ ଦିଗରେ ଭାରତରେ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର ଅର୍ପିତ ଧୁପରଙ୍କ ଉଦ୍ୟମ ପ୍ରଶଂସନୀୟ। ପଞ୍ଜାବ ଓ ହରିୟାଣାରେ ଖୁଣ୍ଟାପୋଡ଼ିରୁ ବାହାରୁଥିବା ଧୂଆଁ ପରିବେଶ ପ୍ରଦୂଷଣ କରୁଥିବାରୁ ଏହାର ସମାଧାନ ବାଟ ବାହାର କରିଛନ୍ତି ଅର୍ପିତ। ସେ ‘ଦରକ୍ଷା ଇକୋସିଷ୍ଟମସ’୍‌ ଷ୍ଟାର୍ଟଅପ ଗଠନ କରି ତା’ ମାଧ୍ୟମରେ ବର୍ଜ୍ୟ ଧାନଖୁଣ୍ଟାର ପୁନଃ ଉପଯୋଗ କରୁଛନ୍ତି। ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଧାନଖୁଣ୍ଟାରୁ ପ୍ୟାକେଜିଂ ଜିନିଷ ତିଆରି କରୁଛନ୍ତି। ଏସବୁ ପରିବେଶ ଉପଯୋଗୀ ଓ ବିଘଟନ ଯୋଗ୍ୟ । ଏହା ଫଳରେ ପ୍ୟାକେଜିଂରେ ବ୍ୟବହୃତ ଥର୍ମକୁଲ ଓ ପ୍ଲାଷ୍ଟିକ ଆଉ ବିପୁଳ ପରିମାଣରେ ବାହାରେ ଜମା ହୋଇ ରହିବ ନାହିଁ ବୋଲି କହନ୍ତି ଅର୍ପିତ। ଦିଲ୍ଲୀ ଆଇଆଇଟିରୁ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ସେ ଏହି ଷ୍ଟାର୍ଟଅପ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ପଞ୍ଜାବ ଓ ହରିୟାଣାର ୧୦୦ ଏକର ଜମିରୁ ୨୫୦ ଟନରୁ ଅଧିକ ଖୁଣ୍ଟା ସଂଗ୍ରହ କରି ସେଥିରୁ ପ୍ୟାକେଜିଂ ଜିନିଷ ପ୍ରସ୍ତୁତ କରି ସାରିଲେଣି। ସେ ଏକର ପିଛା ଖୁଣ୍ଟା ବାବଦରେ କୃଷକଙ୍କୁ ୨,୫୦୦ ଟଙ୍କା ଦେଇ ତାହାକୁ କିଣୁଛନ୍ତି। ଅର୍ପିତଙ୍କ ଏହି କାର୍ଯ୍ୟ ଦ୍ୱାରା ପରିବେଶ ପ୍ରଦୂଷଣ କମିବା ସହ କୃଷକମାନଙ୍କର ଆୟ ମଧ୍ୟ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି…

ଆମ ବିଦ୍ୟାଳୟ

ଗ୍ରାଗ୍ରାମୀଣ ଭାରତର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଶିକ୍ଷାର ଆଲୋକରୁ ବଞ୍ଚିତ। ବିଶେଷ କରି ନିପଟ ମଫସଲ ଗାଁମାନେ, ଯେଉଁଠି ସହରି ଚାଲି ଚଳନ ସମ୍ପୂର୍ଣ୍ଣ ଭାବେ ପହଞ୍ଚିନାହିଁ,…

ପଶ୍ଚିମବଙ୍ଗର ନୂଆ ଅଧିକାରୀ

ପଶ୍ଚିମବଙ୍ଗ ରାଜନୈତିକ ଇତିହାସରେ ୯ ମେ’ ୨୦୨୬ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ସେଠାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା…

ଉଜୁଡ଼ା ବଣ ଓ ଅସୁରକ୍ଷିତ ପ୍ରାଣୀ

ପ୍ରାକୃତିକ ପରିସଂସ୍ଥାକୁ ପରିପୁଷ୍ଟ, ପ୍ରାଣବନ୍ତ ଓ ପ୍ରଭାବଶାଳୀ କରିବା ଦିଗରେ ବନ୍ୟପ୍ରାଣୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବିଶ୍ବଖାଦ୍ୟ ଓ ଜଳ ନିରାପତ୍ତା ଏବଂ ଜୈବବିବିଧତାର ପ୍ରାଚୁର୍ଯ୍ୟକୁ ଋଦ୍ଧିମନ୍ତ…

ଅନାଲୋ ସଜନୀ

ଜୋତା ଦୋକାନର ପିଲାଟିକୁ ମୋ ପାଇଁ ଜୋତା ଦେଖେଇବାକୁ କହିଛି କି ନାହିଁ ମତେ ସାମାନ୍ୟ ଠେଲିଦେଇ ଜଣେ ଯୁବତୀ ଏବଂ ତାଙ୍କ ମାଆ ଭିତରକୁ ପଶିଆସିଲେ।…

ଭଗବାନ୍‌ ଆମ ଅନ୍ତରରେ

ନିର୍ଜୀବରୁ ଜୀବ ସୃଷ୍ଟି – ଏ ଏକ ନିୟମ ା ମଣିଷର ଦେହକୁ ଅଣୁ ପରମାଣୁ ଭଳି ଟିକି ଟିକି କରିପାରିଲେ ଆମ ଚକ୍ଷୁରେ ସେଗୁଡିକ ନିର୍ଜୀବ…

ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri