ଏଇ ଭାରତରେ

ପ୍ରକୃତି ଭିତରେ ରହିବାକୁ ଚାହୁଁଛନ୍ତି ତ ଆଉ ହିମାଳୟ ଯିବାକୁ ପଡ଼ିବ ନାହିଁ, ମହାରାଷ୍ଟ୍ରର ବାନୋଶୀ ହୋମ୍‌ ଷ୍ଟେ ଯାଇ ସେଠାରେ ସବୁକିଛି ପାଇପାରିବେ। ସିନ୍ଧୁଦୁର୍ଗ ନିବାସୀ ପ୍ରକୃତିପ୍ରେମୀ ପ୍ରବୀଣ ଦେଶାଇ ସୁନ୍ଦର ପାହାଡ଼ ମଧ୍ୟରେ ‘ବାନୋଶୀ ହୋମ୍‌ ଷ୍ଟେ’ ଗଢ଼ିଛନ୍ତି, ଯେଉଁଠି ଅନେକ ଅନେକ ହଜାର ଗଛ, ୧୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଓ ୪୦ ପ୍ରଜାତିର ପ୍ରଜାପତି ରହିଛନ୍ତି। ପ୍ରବୀଣ ୨୦୧୫ରେ ପ୍ରଥମେ ଏକ ପ୍ରଜାପତି ଉଦ୍ୟାନ କରିଥିଲେ ଓ ଖୁବ୍‌ କମ୍‌ ଦିନରେ ଏହା ଅନେକ ହଜାର ପ୍ରଜାପତିଙ୍କ ଘର ପାଲଟି ଯାଇଥିଲା। ଏହାକୁ ଦେଖିବା ଲାଗି ସେଠାରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଗଲା। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରବୀଣ ସେଠାରେ ଦୁଇଟି କୁଟୀର ନିର୍ମାଣ କରି ସେମାନଙ୍କ ରହିବା ଓ ଖାଇବା ବନ୍ଦୋବସ୍ତ କରିଥିଲେ। ବ୍ୟକ୍ତିଗତ ଉଦ୍ୟମରେ ଏଭଳି ପର୍ଯ୍ୟଟନ ସ୍ଥଳୀଟିଏ ଖୁବ୍‌ କମ୍‌ ଦେଖାଯାଏ। ଏବେ ସେଠାରେ ଅନେକ କୁଟୀର ନିର୍ମାଣ କରାଯାଇଛି। ପର୍ଯ୍ୟଟକମାନେ ଆସି ରହୁଛନ୍ତି ଓ ସେଠାକାର ଖାଦ୍ୟ ଏବଂ ଜୀବନଶୈଳୀର ଅନୁଭବ ଆନନ୍ଦର ଉତ୍ସ ପାଲଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ନିର୍ବାଚନ

ଏବେ ମୁଦ୍ରିତ ଗଣମାଧ୍ୟମ ନ ହେଲେ ବି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଖୋଲିଲେ ଲାଗେ ଓଡ଼ିଶା ବା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତ୍ୟକ୍ଷରେ…

ଉତ୍ତପ୍ତ ୟୁରୋପ

ଜୁନ୍‌ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ…

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri