ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ

ଫୁଲବାଣୀ ଅଫିସ,୨୫।୫: କନ୍ଧମାଳ ଜିଲା ତୁମୁଡିବନ୍ଧ ଜଳଛାୟା ବିଭାଗର ପ୍ରକଳ୍ପ ସହଯୋଗୀ ନଗେନ୍ଦ୍ରନାଥ ସ୍ବାଇଁ ବୁଧବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୪ଟି ପୋଖରୀ ବାବଦ ବିଲ୍‌ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁର୍ତ୍ତମଗଡ଼ଠାରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଧରିଛନ୍ତି। ତାଙ୍କ ପାଖରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଛି। ଏଥିସହ ନଗେନ୍ଦ୍ରନାଥଙ୍କ ଅଫିସ ଏବଂ ବାସଭବନରେ ଚଢ଼ାଉ ଚାଲିଛି।
ମିଳିଥିବା ସୂଚନା ଅନୁସାରେ, ଜଳଛାୟା ବିଭାଗ ପକ୍ଷରୁ ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ଼ ପଞ୍ଚାୟତ ଡୁପୀ, ଇଡିପଦର ଗ୍ରାମରେ ୪ଟି ପୋଖରୀ ଖନନ କାର୍ଯ୍ୟ ହୋଇଥିଲା। ଏହାର ବିଲ୍‌ କରିବା ପାଇଁ ନଗେନ୍ଦ୍ରନାଥ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ହିତାଧିକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂରା ଯୋଜନା ମୁତାବକ, ହିତାଧିକାରୀ ଜଣକ କୁର୍ତ୍ତମଗଡ଼ଠାରେ ଲାଞ୍ଚଟଙ୍କା ଦେବା ପରେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେପୁର ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ୪୭୮୮ ଭୋଟରେ ବିଜେଡି ଆଗରେ

ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପଦ୍ମପୁର ଆରଏମ୍‌ସି ଗୋଦାମ ପରିସରରେ ଚାଲିଥିବା ଗଣତିର ପ୍ରଥମ ରାଉଣ୍ଡରେ ବିଜେଡି...

ପୁଣି ଜୀବନ ନେଲା ଆମ୍ବୁଲାନ୍ସ

ରସୁଲପୁର,୨୨ା୩: ବିଷ ପିଇଥିବା ଜଣେ ଯୁବକଙ୍କୁ ବୁର୍ଲା ମେଡିକାଲରୁ କଟକ ଆଣୁଥିବା ବେଳେ ଏକ ଆମ୍ବୁଲାନ୍ସ ରବିବାର ସକାଳେ ୫୫ନମ୍ବର ଜାତୀୟ ରାଜପଥ ଅନୁଗୋଳ ଜିଲା...

ଏମ୍‌ବି ଛାତ୍ର ଅଧ୍ୟକ୍ଷ ପ୍ରାର୍ଥୀ: ପ୍ରଚାର ମଇଦାନରେ ହେଭିଓ୍ବେଟ୍‌

କେସିଙ୍ଗା,୧୮।୩: ପୌର ନିର୍ବାଚନ ପାଇଁ କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୩ ପ୍ରମୁଖ ଦଳ ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏମ୍‌ବିଏ...

‘ସାପୁଆ’ରେ ପର୍ଯ୍ୟଟକଙ୍କୁ ମିଳିବ ସୁରକ୍ଷା

ଢେଙ୍କାନାଳ ଅଫିସ, ୧୦।୧୨: ପର୍ଯ୍ୟଟନ ସମ୍ଭାରରେ ଭରପୂର ‘ସାପୁଆ’ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ। ପର୍ଯ୍ୟଟନ ଋତୁରେ ପୋଲିସ ପକ୍ଷରୁ ନିୟମିତ...

ନବରଙ୍ଗପୁରରେ ୭୩ତମ ସ୍ବାଧୀନତା ଦିବସ

ନବରଙ୍ଗପୁର,୧୫।୮(ବି.ପ୍ର.): ନବରଙ୍ଗପୁର ଷ୍ଟାଡିୟମଠାରେ ଜିଲାସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ...

ପୁରୀ ସେବାୟତଙ୍କ ୩ୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୧୧।୭: ଶେଷ ହୋଇଛି ରଥଯାତ୍ରା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ରଥଯାତ୍ରା କିଭଳି ଭାବେ ସମ୍ପର୍ଣ୍ଣ ହୋଇଛି ସେ ନେଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ...

ଆଜି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଖୋର୍ଦ୍ଧା ଅଫିସ,୨୪ା୩: ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ୩ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା। କିଏ...

ବିନା ଟେଷ୍ଟରେ ଘରକୁ ଫେରିଲେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ

ଆରଡି,୨୬ା୫(ଡି.ଏନ.ଏ.)-ସଙ୍ଗରୋଧ ନିୟମ କୋହଳ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥବା ଅନ୍ତେବାସୀ ବିନା କରୋନା ଟେଷ୍ଟରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଏହି ଘଟଣା...

Advertisement
Archives

Model This Week