ଷଷ୍ଠ ପର୍ଯ୍ୟାୟରେ ୫୮ ଲୋକସଭା ଆସନରେ ହେବ ଭୋଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪।୫: ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ। ୮ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ୫୮ ଲୋକସଭା ଆସନ ଲାଗି ଜନସାଧାରଣ ନିଜ ମତ ସାବ୍ୟସ୍ତ କରିବେ। ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ।

ଏହି ପରିପ୍ରେକ୍ଷିରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭାର ୯୪ଲକ୍ଷ ୪୮ହଜାର ୫୫୩ ଭୋଟର ୪୪୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପରିକି ସମ୍ବେଦନଶୀଳ ବୁଥରେ ଓ୍ବେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛି।

ଏହି ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭ଟି ଆସନ ସମେତ ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ଭୋଟ ଗ୍ରହଣ ହେବ । ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତା ଜୁନ ୧ ତାରିଖରେ ହେବ।

ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ, ମେ ୭ରେ ତୃତୀୟ ପର୍ଯ୍ୟାୟ, ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ମାୟାନଗରୀରେ ଭଶୁୁଡ଼ିଲା ୩ ମହଲା କୋଠା, ଚାପିହୋଇ ରହିଛନ୍ତି ଲୋକେ

ମୁମ଼୍ବାଇ,୨୭।୦୭: ମୟାନଗରୀ ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଭଙ୍ଗା ଛାତ ତଳେ କିଛି...

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri