ବଳକା ରାଜ୍ୟରେ ଉପଭୋକ୍ତା ଶୋଷିତ

ଭୁବନେଶ୍ୱର, ୫ା୨(ବ୍ୟୁରୋ): ଓଡ଼ିଶା ବିଦ୍ୟୁତ୍‌ରେ ବଳକା ରାଜ୍ୟ ବୋଲି ଶକ୍ତିମନ୍ତ୍ରୀ ବିଭିନ୍ନ ସମୟରେ ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ହେଲେ ବଳକା ରାଜ୍ୟ ହୋଇ ମଧ୍ୟ ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତା ଚଢ଼ାଦର ଦେବାକୁ ବାଧ୍ୟ ହେଉଛନ୍ତି। ଗତ ୨୦ ବର୍ଷ ଧରି ରାଜ୍ୟବାସୀ ଘରୋଇ କମ୍ପାନୀ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି ବୋଲି ଓଡ଼ିଶା ଜନଶକ୍ତି ମଞ୍ଚ ଅଭିଯୋଗ କରିଛି। ଏହାର ସମାଧାନ କରା ନ ଗଲେ ଜନଆନ୍ଦୋଳନ କରାଯିବ ବୋଲି ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମଞ୍ଚର ଆବାହକ ଅଶୋକ ନନ୍ଦ ଚେତାବନୀ ଦେଇଛନ୍ତି।
ଓଡ଼ିଶାରେ ୨୦୦ ୟୁନିଟ୍‌ରୁ କମ୍‌ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଉପଭୋକ୍ତା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଶୁଳ୍କ ଦେଉଛନ୍ତି। ରାଜ୍ୟର ବିଦ୍ୟୁତ୍‌ ଗ୍ରାହକମାନେ ୨୦୦ ୟୁନିଟ୍‌କୁ ମାସିକ ହାରାହାରି ୯୪୫ ଟଙ୍କା ଦେଉଛନ୍ତି। ସମାନ ୟୁନିଟ୍‌ ପାଇଁ ଆନ୍ଧ୍ରପ୍ରଦେଶରେ ୬୨୦, ଛତିଶଗଡ଼ରେ ୮୬୧, ପଞ୍ଜାବରେ ୬୭୨ ଟଙ୍କା ନିଆଯାଉଛି। ଦିଲ୍ଲୀରେ ୨୦୦ ୟୁନିଟ୍‌ ଏବଂ ତାମିଲନାଡୁରେ ୧୦୦ ୟୁନିଟ୍‌ ଯାଏ ସମ୍ପୂର୍ଣ୍ଣ ଶୁଳ୍କ ମୁକ୍ତ କରାଯାଇଛି। ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଖର୍ଚ୍ଚ ଆକଳନ ଆଧାରରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ବିଦ୍ୟୁତ୍‌ ଶୁଳ୍କ ଧାର୍ଯ୍ୟ କରୁଥିବାରୁ ସାଧାରଣ ଉପଭୋକ୍ତାଙ୍କ ଉପରେ ବୋଝ ବଢ଼ି ଚାଲିଛି। ବଣ୍ଟନ କମ୍ପାନୀ ଦ୍ୱାରା ଦିଆଯାଉଥିବା ଖର୍ଚ୍ଚ ଓ କ୍ଷତିର କୌଣସି ସ୍ବତନ୍ତ୍ର ନିରପେକ୍ଷ ଅଡିଟ୍‌ ହେଉନାହିଁ। ଫଳରେ ମନଇଚ୍ଛା ଦର ବୃଦ୍ଧି କରାଯାଉଛି। ଦିଲ୍ଲୀରେ ନିରପେକ୍ଷ ଅଡିଟ୍‌ ହେବା ପରେ ସେଠାରେ ବିଦ୍ୟୁତ୍‌ ଶୁଳ୍କ ହ୍ରାସ ପାଇଛି। ଓଡ଼ିଶାରେ ମଧ୍ୟ ନିରପେକ୍ଷ ଅଡିଟ୍‌ କରିବାକୁ ନନ୍ଦ ଦାବି କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାର ଚାଷୀ ଓ ଚାଷର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଗରିବ ଚାଷୀଙ୍କ ଉପରେ ବିଦ୍ୟୁତ୍‌ ବୋଝ ଲଦି ଦିଆଯାଉଛି। ଓଡ଼ିଶାର କୃଷି କ୍ଷେତ୍ରରେ ମାତ୍ର ୨% ବିଦ୍ୟୁତ୍‌ ଉପଯୋଗ ହେଉଛି। ପଞ୍ଜାବ, ହରିୟାଣା, କର୍ନାଟକ ଭଳି ରାଜ୍ୟରେ ୩୦ ପ୍ରତିଶତ ବିଦ୍ୟୁତ୍‌ କୃଷି କ୍ଷେତ୍ରକୁ ଯୋଗାଇ ଦିଆଯାଇଛି। ନିକଟରେ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଟାଟା ପାଓ୍ବାର ହାତକୁ ଟେକି ଦିଆଯାଇଛି। ତେବେ ଘରୋଇ କମ୍ପାନୀ ସହ କରାଯାଇଥିବା ଚୁକ୍ତିରେ ରାଜ୍ୟ ସରକାର ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରିଥିବା ୨୦ ହଜାର କୋଟି ଟଙ୍କା ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ। କାହା ସ୍ବାର୍ଥରେ ରାଜ୍ୟ ସରକାର ବିଦ୍ୟୁତ୍‌ ଅଡିଟ୍‌ କରୁନାହାନ୍ତି ବୋଲି ନନ୍ଦ ପ୍ରଶ୍ନ କରିଛନ୍ତି। ଘରୋଇ କମ୍ପାନୀ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବାରମ୍ବାର ଶୁଳ୍କବୃଦ୍ଧି କରାଯାଉଛି। ପୁନର୍ବାର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରିବାକୁ ଗ୍ରୀଡ୍‌କୋ, ଓପିଟିସିଏଲ୍‌ ଏବଂ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡ଼ିକ ଓଇଆରସି ନିକଟରେ ଆବେଦନ କରିଛନ୍ତି। ଏହା ବିରୋଧରେ ମଞ୍ଚ ପକ୍ଷରୁ ସମଗ୍ର ରାଜ୍ୟରେ ଜନସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଖବରଦାତା ସମ୍ମିଳନୀରେ ମଳୟ କୁମାର ସାମଲ, ଆନନ୍ଦ ମହାପାତ୍ର, ସୀତାବଲ୍ଲଭ ମହାପାତ୍ର, ତୁଷାର ରାୟ, ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri