ବଳକା ରାଜ୍ୟରେ ଉପଭୋକ୍ତା ଶୋଷିତ

ଭୁବନେଶ୍ୱର, ୫ା୨(ବ୍ୟୁରୋ): ଓଡ଼ିଶା ବିଦ୍ୟୁତ୍‌ରେ ବଳକା ରାଜ୍ୟ ବୋଲି ଶକ୍ତିମନ୍ତ୍ରୀ ବିଭିନ୍ନ ସମୟରେ ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ହେଲେ ବଳକା ରାଜ୍ୟ ହୋଇ ମଧ୍ୟ ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତା ଚଢ଼ାଦର ଦେବାକୁ ବାଧ୍ୟ ହେଉଛନ୍ତି। ଗତ ୨୦ ବର୍ଷ ଧରି ରାଜ୍ୟବାସୀ ଘରୋଇ କମ୍ପାନୀ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି ବୋଲି ଓଡ଼ିଶା ଜନଶକ୍ତି ମଞ୍ଚ ଅଭିଯୋଗ କରିଛି। ଏହାର ସମାଧାନ କରା ନ ଗଲେ ଜନଆନ୍ଦୋଳନ କରାଯିବ ବୋଲି ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମଞ୍ଚର ଆବାହକ ଅଶୋକ ନନ୍ଦ ଚେତାବନୀ ଦେଇଛନ୍ତି।
ଓଡ଼ିଶାରେ ୨୦୦ ୟୁନିଟ୍‌ରୁ କମ୍‌ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଉପଭୋକ୍ତା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଶୁଳ୍କ ଦେଉଛନ୍ତି। ରାଜ୍ୟର ବିଦ୍ୟୁତ୍‌ ଗ୍ରାହକମାନେ ୨୦୦ ୟୁନିଟ୍‌କୁ ମାସିକ ହାରାହାରି ୯୪୫ ଟଙ୍କା ଦେଉଛନ୍ତି। ସମାନ ୟୁନିଟ୍‌ ପାଇଁ ଆନ୍ଧ୍ରପ୍ରଦେଶରେ ୬୨୦, ଛତିଶଗଡ଼ରେ ୮୬୧, ପଞ୍ଜାବରେ ୬୭୨ ଟଙ୍କା ନିଆଯାଉଛି। ଦିଲ୍ଲୀରେ ୨୦୦ ୟୁନିଟ୍‌ ଏବଂ ତାମିଲନାଡୁରେ ୧୦୦ ୟୁନିଟ୍‌ ଯାଏ ସମ୍ପୂର୍ଣ୍ଣ ଶୁଳ୍କ ମୁକ୍ତ କରାଯାଇଛି। ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଖର୍ଚ୍ଚ ଆକଳନ ଆଧାରରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ବିଦ୍ୟୁତ୍‌ ଶୁଳ୍କ ଧାର୍ଯ୍ୟ କରୁଥିବାରୁ ସାଧାରଣ ଉପଭୋକ୍ତାଙ୍କ ଉପରେ ବୋଝ ବଢ଼ି ଚାଲିଛି। ବଣ୍ଟନ କମ୍ପାନୀ ଦ୍ୱାରା ଦିଆଯାଉଥିବା ଖର୍ଚ୍ଚ ଓ କ୍ଷତିର କୌଣସି ସ୍ବତନ୍ତ୍ର ନିରପେକ୍ଷ ଅଡିଟ୍‌ ହେଉନାହିଁ। ଫଳରେ ମନଇଚ୍ଛା ଦର ବୃଦ୍ଧି କରାଯାଉଛି। ଦିଲ୍ଲୀରେ ନିରପେକ୍ଷ ଅଡିଟ୍‌ ହେବା ପରେ ସେଠାରେ ବିଦ୍ୟୁତ୍‌ ଶୁଳ୍କ ହ୍ରାସ ପାଇଛି। ଓଡ଼ିଶାରେ ମଧ୍ୟ ନିରପେକ୍ଷ ଅଡିଟ୍‌ କରିବାକୁ ନନ୍ଦ ଦାବି କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାର ଚାଷୀ ଓ ଚାଷର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଗରିବ ଚାଷୀଙ୍କ ଉପରେ ବିଦ୍ୟୁତ୍‌ ବୋଝ ଲଦି ଦିଆଯାଉଛି। ଓଡ଼ିଶାର କୃଷି କ୍ଷେତ୍ରରେ ମାତ୍ର ୨% ବିଦ୍ୟୁତ୍‌ ଉପଯୋଗ ହେଉଛି। ପଞ୍ଜାବ, ହରିୟାଣା, କର୍ନାଟକ ଭଳି ରାଜ୍ୟରେ ୩୦ ପ୍ରତିଶତ ବିଦ୍ୟୁତ୍‌ କୃଷି କ୍ଷେତ୍ରକୁ ଯୋଗାଇ ଦିଆଯାଇଛି। ନିକଟରେ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଟାଟା ପାଓ୍ବାର ହାତକୁ ଟେକି ଦିଆଯାଇଛି। ତେବେ ଘରୋଇ କମ୍ପାନୀ ସହ କରାଯାଇଥିବା ଚୁକ୍ତିରେ ରାଜ୍ୟ ସରକାର ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରିଥିବା ୨୦ ହଜାର କୋଟି ଟଙ୍କା ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ। କାହା ସ୍ବାର୍ଥରେ ରାଜ୍ୟ ସରକାର ବିଦ୍ୟୁତ୍‌ ଅଡିଟ୍‌ କରୁନାହାନ୍ତି ବୋଲି ନନ୍ଦ ପ୍ରଶ୍ନ କରିଛନ୍ତି। ଘରୋଇ କମ୍ପାନୀ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବାରମ୍ବାର ଶୁଳ୍କବୃଦ୍ଧି କରାଯାଉଛି। ପୁନର୍ବାର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରିବାକୁ ଗ୍ରୀଡ୍‌କୋ, ଓପିଟିସିଏଲ୍‌ ଏବଂ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡ଼ିକ ଓଇଆରସି ନିକଟରେ ଆବେଦନ କରିଛନ୍ତି। ଏହା ବିରୋଧରେ ମଞ୍ଚ ପକ୍ଷରୁ ସମଗ୍ର ରାଜ୍ୟରେ ଜନସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଖବରଦାତା ସମ୍ମିଳନୀରେ ମଳୟ କୁମାର ସାମଲ, ଆନନ୍ଦ ମହାପାତ୍ର, ସୀତାବଲ୍ଲଭ ମହାପାତ୍ର, ତୁଷାର ରାୟ, ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?