‘ସ୍କାଏ ବୁରିଆଲ୍‌’ ପାର୍ସୀ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ନୋଟିସ୍‌ ଜାରି…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପାର୍ସୀ ସମ୍ପ୍ରଦାୟ ପକ୍ଷରୁ ‘ସ୍କାଏ ବୁରିଆଲ୍‌’ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ଅନୁମତି ଲୋଡ଼ା ଯାଇଥିଲା। ଏନେଇ ସୁପ୍ରିମ୍‌କୋର୍ଟ ନୋଟିସ୍‌ ଜାରି କରିଛନ୍ତି।

କରୋନା ମହାମାରୀରେ ମୃତଦେହ ପରିଚାଳନା ପାଇଁ କବର ଏବଂ ଦାହ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ପାର୍ସୀ ପରମ୍ପରା ଅନୁସାରେ ଦୋଖମାସ୍‌ରେ କରାଯାଉଥିବା ଦୋଖମେନାଶିନୀକୁ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ବାରଣ କରାଯାଇଥିଲା। ଏହି ପରମ୍ପରା ଅନୁସାରେ ମୃତ ଦେହକୁ ଉଚ୍ଚ ଟାଓ୍ବାର ଅବା ନିର୍ମିତ ହୋଇଥିବା କୂଅରେ ଖୋଲା ରଖାଯାଇ ଥାଏ। ଏହାକୁ ଜୀବଜନ୍ତୁ ଅବା ପକ୍ଷୀମାନେ ଭକ୍ଷଣ କରିଥାନ୍ତି।

ଭାରତୀୟ ସମ୍ବିଧାନ ପାର୍ସୀ ସମ୍ପ୍ରଦାୟଙ୍କ ଏଭଳି ଅନ୍ତିମ ସଂସ୍କାର ପରମ୍ପରାକୁ ସ୍ବୀକୃତି ଦେଇଛନ୍ତି। ତେବେ କରୋନା ମହାମାରୀ ଯୋଗୁ ‘ସ୍କାଏ ବୁରିଆଲ୍‌’ ଧାର୍ମିକ ପରମ୍ପରା ଉପରେ ରୋକ ଲଗାଯାଇଥିଲା। ସୁପ୍ରିମକୋର୍ଟ ସୁରଟ ପାର୍ସୀ ପଞ୍ଚାୟତ ବୋର୍ଡର ଏକ ଆବେଦନ ଉପରେ ନୋଟିସ ଜାରି କରିଛନ୍ତି।

ଗୁଜୁରାଟ ହାଇକୋର୍ଟଙ୍କ ରାୟ ଉପରେ ଗତ ଜୁଲାଇରେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌.ବୋପାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି କରି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କରୋନା ଆକ୍ରାନ୍ତଙ୍କ ମୃତ ଦେହ ପରିଚାଳନା ସାମ୍ବିଧାନିକ ଧାରା ୧୪,୧୯, ୨୧, ୨୫, ୨୬,୨୯ର ବିପରୀତ ବୋଲି କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ।

କରୋନା ଆକ୍ରାନ୍ତଙ୍କ ମୃତଦେହ ପରିଚାଳନା ଲାଗି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା କୌଣସି ସାମ୍ବିଧାନିକ ମୌଳିକ ଅଧିକାରର ଉଲ୍ଲଂଘନ କରୁନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଏହା ଦ୍ୱାରା ପାର୍ସୀ ସମ୍ପ୍ରଦାୟ ଅନୁସରଣ କରୁଥିବା ଧାର୍ମିକ ପ୍ରଥା ପ୍ରତି ଅବମାନନା କରାଯାଉ ନାହିଁ ଅବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପଦକ୍ଷେପ ଧର୍ମ ବିରୋଧୀ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ। ଦୋକମେନାଶିନୀ ଧାର୍ମିକ ପ୍ରଥା ଭାରତରେ ପ୍ରଚଳିତ। ଏହି ପରମ୍ପରାରେ ମୃତ ଦେହକୁ ନୀରବତାର କୂଅ / ଟାୱାର (ସାଇଲେଣ୍ଟ୍‌ ଟାଓ୍ବାର/ଓ୍ବେଲ୍‌) ନାମକ ଏକ ସଂରଚନାରେ ଉଚ୍ଚତାରେ ରଖାଯାଇଥାଏ। ମୃତଦେବଗୁଡିକ ଶାଗୁଣା ଦ୍ୱାରା ଖିଆଯାଏ ଏବଂ ସୂର୍ଯ୍ୟ ତାପରେ ଅବଶିଷ୍ଟାଂଶ ନଷ୍ଟ ହୋଇଯାଇଥାଏ।

ଏହା ଏକ ନିଛାଟିଆ ସ୍ଥାନରେ ଅବସ୍ଥିତ ଏବଂ ମୃତ ଦେହକୁ କୂଅରେ ଥିବା “ନାଶେଶଲାର”ରେ ରଖାଯାଇଥାଏ। ପାର୍ସୀଙ୍କୁ ସେମାନଙ୍କର ଧାର୍ମିକ ବିଶ୍ୱାସ ଅନୁଯାୟୀ ଶେଷ ରୀତିନୀତି କରିବାକୁ ଅନୁମତି ଦିଆଯାଇଛି। ତେଣୁ ଏହାକୁ ପୁଣି ଲାଗୁ କରିବାକୁ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ଫାଲି ଏସ ନରିମାନ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ।

ଖଣ୍ଡପୀଠ ଏନେଇ ନୋଟିସ୍‌ ଜାରି କରିବା ସହିତ ଏହାର ପରବର୍ତ୍ତୀ ଶୁଣାଣି ୨୦୨୨ ଜାନୁୟାରୀ ୧୦ରେ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri