‘ସ୍କାଏ ବୁରିଆଲ୍‌’ ପାର୍ସୀ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ନୋଟିସ୍‌ ଜାରି…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପାର୍ସୀ ସମ୍ପ୍ରଦାୟ ପକ୍ଷରୁ ‘ସ୍କାଏ ବୁରିଆଲ୍‌’ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ଅନୁମତି ଲୋଡ଼ା ଯାଇଥିଲା। ଏନେଇ ସୁପ୍ରିମ୍‌କୋର୍ଟ ନୋଟିସ୍‌ ଜାରି କରିଛନ୍ତି।

କରୋନା ମହାମାରୀରେ ମୃତଦେହ ପରିଚାଳନା ପାଇଁ କବର ଏବଂ ଦାହ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ପାର୍ସୀ ପରମ୍ପରା ଅନୁସାରେ ଦୋଖମାସ୍‌ରେ କରାଯାଉଥିବା ଦୋଖମେନାଶିନୀକୁ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ବାରଣ କରାଯାଇଥିଲା। ଏହି ପରମ୍ପରା ଅନୁସାରେ ମୃତ ଦେହକୁ ଉଚ୍ଚ ଟାଓ୍ବାର ଅବା ନିର୍ମିତ ହୋଇଥିବା କୂଅରେ ଖୋଲା ରଖାଯାଇ ଥାଏ। ଏହାକୁ ଜୀବଜନ୍ତୁ ଅବା ପକ୍ଷୀମାନେ ଭକ୍ଷଣ କରିଥାନ୍ତି।

ଭାରତୀୟ ସମ୍ବିଧାନ ପାର୍ସୀ ସମ୍ପ୍ରଦାୟଙ୍କ ଏଭଳି ଅନ୍ତିମ ସଂସ୍କାର ପରମ୍ପରାକୁ ସ୍ବୀକୃତି ଦେଇଛନ୍ତି। ତେବେ କରୋନା ମହାମାରୀ ଯୋଗୁ ‘ସ୍କାଏ ବୁରିଆଲ୍‌’ ଧାର୍ମିକ ପରମ୍ପରା ଉପରେ ରୋକ ଲଗାଯାଇଥିଲା। ସୁପ୍ରିମକୋର୍ଟ ସୁରଟ ପାର୍ସୀ ପଞ୍ଚାୟତ ବୋର୍ଡର ଏକ ଆବେଦନ ଉପରେ ନୋଟିସ ଜାରି କରିଛନ୍ତି।

ଗୁଜୁରାଟ ହାଇକୋର୍ଟଙ୍କ ରାୟ ଉପରେ ଗତ ଜୁଲାଇରେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌.ବୋପାନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି କରି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କରୋନା ଆକ୍ରାନ୍ତଙ୍କ ମୃତ ଦେହ ପରିଚାଳନା ସାମ୍ବିଧାନିକ ଧାରା ୧୪,୧୯, ୨୧, ୨୫, ୨୬,୨୯ର ବିପରୀତ ବୋଲି କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ।

କରୋନା ଆକ୍ରାନ୍ତଙ୍କ ମୃତଦେହ ପରିଚାଳନା ଲାଗି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା କୌଣସି ସାମ୍ବିଧାନିକ ମୌଳିକ ଅଧିକାରର ଉଲ୍ଲଂଘନ କରୁନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଏହା ଦ୍ୱାରା ପାର୍ସୀ ସମ୍ପ୍ରଦାୟ ଅନୁସରଣ କରୁଥିବା ଧାର୍ମିକ ପ୍ରଥା ପ୍ରତି ଅବମାନନା କରାଯାଉ ନାହିଁ ଅବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପଦକ୍ଷେପ ଧର୍ମ ବିରୋଧୀ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ। ଦୋକମେନାଶିନୀ ଧାର୍ମିକ ପ୍ରଥା ଭାରତରେ ପ୍ରଚଳିତ। ଏହି ପରମ୍ପରାରେ ମୃତ ଦେହକୁ ନୀରବତାର କୂଅ / ଟାୱାର (ସାଇଲେଣ୍ଟ୍‌ ଟାଓ୍ବାର/ଓ୍ବେଲ୍‌) ନାମକ ଏକ ସଂରଚନାରେ ଉଚ୍ଚତାରେ ରଖାଯାଇଥାଏ। ମୃତଦେବଗୁଡିକ ଶାଗୁଣା ଦ୍ୱାରା ଖିଆଯାଏ ଏବଂ ସୂର୍ଯ୍ୟ ତାପରେ ଅବଶିଷ୍ଟାଂଶ ନଷ୍ଟ ହୋଇଯାଇଥାଏ।

ଏହା ଏକ ନିଛାଟିଆ ସ୍ଥାନରେ ଅବସ୍ଥିତ ଏବଂ ମୃତ ଦେହକୁ କୂଅରେ ଥିବା “ନାଶେଶଲାର”ରେ ରଖାଯାଇଥାଏ। ପାର୍ସୀଙ୍କୁ ସେମାନଙ୍କର ଧାର୍ମିକ ବିଶ୍ୱାସ ଅନୁଯାୟୀ ଶେଷ ରୀତିନୀତି କରିବାକୁ ଅନୁମତି ଦିଆଯାଇଛି। ତେଣୁ ଏହାକୁ ପୁଣି ଲାଗୁ କରିବାକୁ ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ଫାଲି ଏସ ନରିମାନ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରିଥିଲେ।

ଖଣ୍ଡପୀଠ ଏନେଇ ନୋଟିସ୍‌ ଜାରି କରିବା ସହିତ ଏହାର ପରବର୍ତ୍ତୀ ଶୁଣାଣି ୨୦୨୨ ଜାନୁୟାରୀ ୧୦ରେ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?