‘ଆଗାମୀ ୨୫ ବର୍ଷରେ ଯୁବଗୋଷ୍ଠୀ ହେବେ ଆତ୍ମନିର୍ଭର’

ଭୁବନେଶ୍ୱର,୧୮।୯(ବ୍ୟୁରୋ):  ଆଗାମୀ ଦିନରେ ଦେଶରେ ଉତ୍ପାଦନ ଏବଂ ଅର୍ଥନୀତିକୁ ବଢ଼ାଇବା ପାଇଁ ଦେଶର ଯୁବତୀଯୁବକଙ୍କୁ ସ୍କିଲ୍‌ ମାଧ୍ୟମରେ ସ୍ବାବଲମ୍ବୀ କରାଯିବ। ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର କରିବା ଅମୃତ ମହୋତ୍ସବର ଅମୃତବିନ୍ଦୁ। ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବା ତଥା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଏହାକୁ ସଂକଳ୍ପରେ ପରିଣତକରି ଯୁବଗୋଷ୍ଠୀଙ୍କୁ ସଶକ୍ତ ଲାଗି ଏହି ସୁଯୋଗକୁ ଉପଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି। ଶୁକ୍ରବାର ବିଶ୍ୱକର୍ମା ପୂଜା ଅବସରରେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ଦକ୍ଷ ପ୍ରଶିକ୍ଷକଙ୍କୁ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଉଦ୍ୟମିତା ପ୍ରଶିକ୍ଷକ ସମେତ ବିଭିନ୍ନ ବିଭାଗରେ ୩୬ ଜଣ ପ୍ରଶିକ୍ଷକଙ୍କୁ କୌଶଲାଚାର୍ଯ୍ୟ ପୁରସ୍କାର-୨୦୨୧ରେ ସମ୍ମାନିତ କରିଛନ୍ତି। ଓଡ଼ିଶାରୁ ଜନଶିକ୍ଷଣ ସଂସ୍ଥାନର ହସ୍ତକଳା ପ୍ରଶିକ୍ଷକ ଚନ୍ଦ୍ରାବଳୀ ଖଟୁଆ, ଜନ ଶିକ୍ଷଣ ସଂସ୍ଥାର ବୈଷୟିକ ପ୍ରଶିକ୍ଷକ ଅଜୟ କୁମାର ସ୍ବାଇଁ, ଆଇଟିଆଇରେ ମାଷ୍ଟର ଟ୍ରେନର ବିପିନ ବିହାରୀ ଗୌଡ଼ ଏବଂ ଆଇଟିଆଇରେ ଡିଜିଟି ମାଷ୍ଟର ଟ୍ରେନର ନିବେଦିତା ମୋହନ ପାତ୍ରଙ୍କୁ କୌଶଲାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଧର୍ମେନ୍ଦ୍ର କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ମୋଦି ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ନୂତନ ବ୍ୟବସାୟ ଏବଂ ସ୍କିଲିଂ ମଡେଲଗୁଡିକ ବିକଶିତ ହେଉଛି, ଯାହା ମହାମାରୀ ପରବର୍ତ୍ତୀ ଦୁନିଆରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦେଶର ଆବଶ୍ୟକତା ବଢ଼ୁଥିବା ବେଳେ ଦକ୍ଷତା ଏବଂ ଉଦ୍ୟମିତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବତୀ ଯୁବକଙ୍କୁ ରି-ସ୍କିଲିଂ ଏବଂ ଅପ୍‌ ସ୍କିଲିଂ କରିବାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଫଲର ନେଇ ନ୍ୟୁଜିଲାଣ୍ଡ ଯାଇଛନ୍ତି ମୋଦି: ପଛରେ ରହିଛି ରୋଚକ କାହାଣୀ

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜିଲାଣ୍ଡରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆଜି ୪୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

E-20 ସହିତ ସାଧାରଣ ପେଟ୍ରୋଲ୍ ମଧ୍ୟ… ଏବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ପେଟ୍ରୋଲର ବିକଳ୍ପ?

ନୂଆଦିଲ୍ଲୀ,୧୧ା୭: E-20 ଇନ୍ଧନ (ଫ୍ୟୁଏଲ୍‌)କୁ ନେଇ ଏବେ ସାରା ଦେଶରେ ହଙ୍ଗାମା ମାତିଛି। ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ୍ (ଏଥାନଲ୍ ମିଶ୍ରିତ ପେଟ୍ରୋଲ୍‌)କୁ ନେଇ ଆଲୋଚନା ଓ ବିବାଦର…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

BCCI ଡାକିଲା ଜରୁରୀ ବୈଠକ; ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା; ରୋହିତ-ବିରାଟ, ଏବଂ ଗମ୍ଭୀର-ଆୟରଙ୍କ ସମ୍ପର୍କରେ ପ୍ରମୁଖ ନିଷ୍ପତ୍ତି ଆଶା କରାଯାଉଛି

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟରେ ସବୁକିଛି ଠିକ ଅଛି କି? ଏହା ବର୍ତ୍ତମାନ ଏକ ପ୍ରମୁଖ ପ୍ରଶ୍ନ ପାଲଟିଛି। ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ…

ବୁଦାରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ : ହତ୍ୟା ସନ୍ଦେହ

ବିନିକା,୧୦।୭: ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଅଇଁଲାସାରି ଗାଁ ନିକଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ…

ମିଷ୍ଟ୍ରି ଗର୍ଲଙ୍କ ସହ ଭାଇରାଲ ହେଉଛି ଶୁବମନ ଗିଲଙ୍କ ଫଟୋ, କିଏ ସେହି ରହସ୍ୟମୟୀ ଝିଅ? ସାରା ତେନ୍ଦୁଲକରଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ,୧୧।୭: ଟିମ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁବମନ ଗିଲ ୱିମ୍ବଲଡନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ସଚିନ ତେନ୍ଦୁଲକର ଏବଂ ତାଙ୍କ ପରିବାର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri